ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…
ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍, ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କଖାରୁଫୁଲ ସାମିଲ କରନ୍ତୁ। ଏଥିରେ ଥିବା ଭିଟାମିନ୍ ‘ଏ’ ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରାଇବାରେ ସହାୟକ ହୋଇଥାଏ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ମତ ଦେଇଛନ୍ତି। କେବଳ ସେତିକି ନୁହେଁ, ଏଥିରେ ଭିଟାମିନ୍ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍ […] The post ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା… appeared first on Dharitri Odia News.
ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍, ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କଖାରୁଫୁଲ ସାମିଲ କରନ୍ତୁ। ଏଥିରେ ଥିବା ଭିଟାମିନ୍ ‘ଏ’ ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରାଇବାରେ ସହାୟକ ହୋଇଥାଏ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ମତ ଦେଇଛନ୍ତି। କେବଳ ସେତିକି ନୁହେଁ, ଏଥିରେ ଭିଟାମିନ୍ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍ ଉପକାରୀ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କଖାରୁଫୁଲରେ ଭିଟାମିନ୍ ‘ସି’ ମଧ୍ୟ ଭରି ରହିଛି। ଥଣ୍ଡା, କାଶ, କଫ ଆଦି କମାଇବାରେ ଏହା ମଧ୍ୟ ସାହାଯ୍ୟ କରେ। ଏହା ଅନ୍ଧାରକଣା ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ। ବେଳେବେଳେ ଆମେ ଅନେକ ରୋଗର ଶିକାର ହୋଇଥାଉ। ବାହାର ଜୀବାଣୁ ଆମ ଶରୀରରେ ପଶି ବିଭିନ୍ନ ରୋଗ ସୃଷ୍ଟି କରନ୍ତି। ଆଉ ଏହି ଜୀବାଣୁଗୁଡ଼ିକୁ ପ୍ରତିହତ କରିବାର କ୍ଷମତା କଖାରୁଫୁଲରେ ରହିଛି।
The post ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା… appeared first on Dharitri Odia News.