ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ପୋଡ଼ିଯାଇ ମହିଳା ଗୁରୁତର

ବୌଦ୍ଧ: ହୁତୁ ହୁତୁ ହୋଇ ଜଳିଗଲା ଦୋକାନ ଓ ବାସଗୃହ। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିବାବେଳେ, ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏଭଳି ଏକ ଭୟଙ୍କର ଅଘଟଣ ଘଟିଛି ବୌଦ୍ଧ ଚାରିଛକଠାରେ। ସୂଚନା ଅନୁଯାୟୀ, ବୌଦ୍ଧ ଚାରିଛକ ବଜାରର କୌଶଲ୍ୟା ସ୍ୱାଇଁ ନିଜ ଘରେ ପାଣି ମୋଟର ଲଗାଇବା ସମୟରେ ଏଥିରେ ସର୍ଟସର୍କିଟ ହୋଇଥିଲା । ଦୁର୍ଭାଗ୍ୟକୁ ପାଖରେ ଥିବା ଏକ ପେଟ୍ରୋଲ ବୋତଲ କାରଣରୁ ନିଆଁ ପୂରା ଘରେ ଓ ଘର ସହ ଲାଗି ରହିଥିବା ଦୋକାନକୁ ବ୍ୟାପି ଯାଇଥିଲା। ଯେଉଁଥିରେ ଦୋକାନ ଘରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯିବା ସହ କୌଶଲ୍ୟା ଗୁରୁତର ହୋଇଥିଲେ। ତେବେ କୌଶଲ୍ୟାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଓ ତାଙ୍କ ପୁଅ ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଅଗ୍ନିକାଣ୍ଡରେ ସେ ଗୁରୁତର ହୋଇପଡ଼ିଥିଲେ। କୌଶଲ୍ୟାଙ୍କୁ ପୁରୁଣା କଟକ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କର ଗୋଡ଼-ହାତରେ ନିଆଁରେ ପୋଡ଼ିଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଅଗ୍ନିଶମ ବାହିନୀ ଖବର ପାଇ ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ପୋଡ଼ିଯାଇ ମହିଳା ଗୁରୁତର

ବୌଦ୍ଧ: ହୁତୁ ହୁତୁ ହୋଇ ଜଳିଗଲା ଦୋକାନ ଓ ବାସଗୃହ। ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିବାବେଳେ, ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏଭଳି ଏକ ଭୟଙ୍କର ଅଘଟଣ ଘଟିଛି ବୌଦ୍ଧ ଚାରିଛକଠାରେ। 

ସୂଚନା ଅନୁଯାୟୀ, ବୌଦ୍ଧ ଚାରିଛକ ବଜାରର କୌଶଲ୍ୟା ସ୍ୱାଇଁ ନିଜ ଘରେ ପାଣି ମୋଟର ଲଗାଇବା ସମୟରେ ଏଥିରେ ସର୍ଟସର୍କିଟ ହୋଇଥିଲା । ଦୁର୍ଭାଗ୍ୟକୁ ପାଖରେ ଥିବା ଏକ ପେଟ୍ରୋଲ ବୋତଲ କାରଣରୁ ନିଆଁ ପୂରା ଘରେ ଓ ଘର ସହ ଲାଗି ରହିଥିବା ଦୋକାନକୁ ବ୍ୟାପି ଯାଇଥିଲା। ଯେଉଁଥିରେ ଦୋକାନ ଘରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯିବା ସହ କୌଶଲ୍ୟା ଗୁରୁତର ହୋଇଥିଲେ। 

ତେବେ କୌଶଲ୍ୟାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଓ ତାଙ୍କ ପୁଅ ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଅଗ୍ନିକାଣ୍ଡରେ ସେ ଗୁରୁତର ହୋଇପଡ଼ିଥିଲେ। କୌଶଲ୍ୟାଙ୍କୁ ପୁରୁଣା କଟକ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କର ଗୋଡ଼-ହାତରେ ନିଆଁରେ ପୋଡ଼ିଯାଇଥିବା ଜଣାପଡ଼ିଛି। 

ଅନ୍ୟପଟେ ଅଗ୍ନିଶମ ବାହିନୀ ଖବର ପାଇ ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।