ଦୋକାନରେ ନଥିଲେ ମା’ ,ସଉଦା ଆଣିବାକୁ ଯାଇ ଶିଶୁକନ୍ୟାଙ୍କୁ ବଳାତ୍କାର

ବାଲେଶ୍ୱର,୨୦।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅଧୀନ ମଧୁଆମିଲ୍‌ ଛକ ନିକଟରେ ଥିବା ଏକ ଦୋକାନ ଭିତରେ ଜଣେ ୮ବର୍ଷର ଶିଶୁକନ୍ୟାକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ ୧୭୧/୨୫) ରୁଜୁ କରି ଅଭିଯୁକ୍ତ ବଡ଼ଖୁଆ ଅଞ୍ଚଳର ସେକ ବାବୁଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଗତ ୧୭ ତାରିଖରେ ଶିଶୁକନ୍ୟାଙ୍କ ମା’ ଦୋକାନରେ ନ ଥିବା ବେଳେ ଅଭିଯୁକ୍ତ […] The post ଦୋକାନରେ ନଥିଲେ ମା’ ,ସଉଦା ଆଣିବାକୁ ଯାଇ ଶିଶୁକନ୍ୟାଙ୍କୁ ବଳାତ୍କାର appeared first on Dharitri Odia News.

ଦୋକାନରେ ନଥିଲେ  ମା’ ,ସଉଦା  ଆଣିବାକୁ ଯାଇ  ଶିଶୁକନ୍ୟାଙ୍କୁ ବଳାତ୍କାର

ବାଲେଶ୍ୱର,୨୦।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅଧୀନ ମଧୁଆମିଲ୍‌ ଛକ ନିକଟରେ ଥିବା ଏକ ଦୋକାନ ଭିତରେ ଜଣେ ୮ବର୍ଷର ଶିଶୁକନ୍ୟାକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ ୧୭୧/୨୫) ରୁଜୁ କରି ଅଭିଯୁକ୍ତ ବଡ଼ଖୁଆ ଅଞ୍ଚଳର ସେକ ବାବୁଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଗତ ୧୭ ତାରିଖରେ ଶିଶୁକନ୍ୟାଙ୍କ ମା’ ଦୋକାନରେ ନ ଥିବା ବେଳେ ଅଭିଯୁକ୍ତ ଜଣକ ସେଠାକୁ ଯାଇଥିଲେ। ସେହି ସମୟରେ ଶିଶୁକନ୍ୟାକୁ ବଳାତ୍କାର କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଆଇଆଇସି ବିଜୟ କୁମାର ଦାସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

The post ଦୋକାନରେ ନଥିଲେ ମା’ ,ସଉଦା ଆଣିବାକୁ ଯାଇ ଶିଶୁକନ୍ୟାଙ୍କୁ ବଳାତ୍କାର appeared first on Dharitri Odia News.