ଦୋକାନରେ ନାଁ ଲେଖିବା ବାଧ୍ୟତାମୂଳକ; ଯୋଗୀଙ୍କ ନିଷ୍ପତ୍ତିକୁ ନିଜ ରାଜ୍ୟରେ ଲାଗୁ କରିବ କଂଗ୍ରେସ ସରକାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଦ୍ୱାରା ଦୋକାନ ସାମନାରେ ନାଁ ଲେଖିବା ପାଇଁ ବାଧ୍ୟତାମୂଳକ ଆଦେଶ ଏବେ ହିମାଚଳର କଂଗ୍ରେସ ସରକାରକୁ ପସନ୍ଦ ଆସିଛି । ହିମାଚଳ ପ୍ରଦେଶରେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କହିଛନ୍ତି ଯେ ତାଙ୍କ ସରକାର ଏହି ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ।ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ୟୁପି ସରକାରଙ୍କ ନିଷ୍ପତ୍ତି କଥା ଉଲ୍ଲେଖ କରି କହିଛନ୍ତି ଯେ ସେ ମଧ୍ୟ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବେ । ସେ କହିଛନ୍ତି ଯେ ଲୋକଙ୍କ ଚିନ୍ତାକୁ ଧ୍ୟାନରେ ରଖି ଏପରି କରାଯାଇଛି । ବିକ୍ରମାଦିତ୍ୟ ସିଂ ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତକାଲି ୟୁଡି (ନଗର ଉନ୍ନୟନ) ଏବଂ ମ୍ୟୁନିସିପାଲ କର୍ପୋରେସନ ବୈଠକ ହୋଇଥିଲା । ଏଥିରେ ଏହି ନିଷ୍ପତ୍ତି ନିଆଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, 'ଯେତେ ସବୁ ଷ୍ଟ୍ରିଟ୍ ଭେଣ୍ଡର୍ସ ଅଛନ୍ତି, ଯେଉଁମାନେ ସାମଗ୍ରୀ ବିକ୍ରି କରୁଛନ୍ତି, ଖାସକରି ଖାଦ୍ୟ-ପେୟ ସାମଗ୍ରୀ ବିକ୍ରି କରୁଛନ୍ତି । କିଏ ମୋମୋ ବିକ୍ରି କରୁଛି ତ, କିଏ ନୁଡଲ୍ ବିକ୍ରି କରୁଛନ୍ତି । ଏହା ଉପରେ ଭଉୟ ପ୍ରକାର ଆକ୍ସନ ନିଆଯିବା ଦରକାର, ସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି କରାଯିବା ଦରାକର ।'#WATCH | Shimla: Himachal Pradesh Minister Vikramaditya Singh, "We did a meeting with the UD (Urban Development)

ଦୋକାନରେ ନାଁ ଲେଖିବା ବାଧ୍ୟତାମୂଳକ; ଯୋଗୀଙ୍କ ନିଷ୍ପତ୍ତିକୁ ନିଜ ରାଜ୍ୟରେ ଲାଗୁ କରିବ କଂଗ୍ରେସ ସରକାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଦ୍ୱାରା ଦୋକାନ ସାମନାରେ ନାଁ ଲେଖିବା ପାଇଁ ବାଧ୍ୟତାମୂଳକ ଆଦେଶ ଏବେ ହିମାଚଳର କଂଗ୍ରେସ ସରକାରକୁ ପସନ୍ଦ ଆସିଛି । ହିମାଚଳ ପ୍ରଦେଶରେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କହିଛନ୍ତି ଯେ ତାଙ୍କ ସରକାର ଏହି ନିୟମ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି ।

ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ୟୁପି ସରକାରଙ୍କ ନିଷ୍ପତ୍ତି କଥା ଉଲ୍ଲେଖ କରି କହିଛନ୍ତି ଯେ ସେ ମଧ୍ୟ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବେ । ସେ କହିଛନ୍ତି ଯେ ଲୋକଙ୍କ ଚିନ୍ତାକୁ ଧ୍ୟାନରେ ରଖି ଏପରି କରାଯାଇଛି । ବିକ୍ରମାଦିତ୍ୟ ସିଂ ବୁଧବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତକାଲି ୟୁଡି (ନଗର ଉନ୍ନୟନ) ଏବଂ ମ୍ୟୁନିସିପାଲ କର୍ପୋରେସନ ବୈଠକ ହୋଇଥିଲା । ଏଥିରେ ଏହି ନିଷ୍ପତ୍ତି ନିଆଯାଇଛି । ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, 'ଯେତେ ସବୁ ଷ୍ଟ୍ରିଟ୍ ଭେଣ୍ଡର୍ସ ଅଛନ୍ତି, ଯେଉଁମାନେ ସାମଗ୍ରୀ ବିକ୍ରି କରୁଛନ୍ତି, ଖାସକରି ଖାଦ୍ୟ-ପେୟ ସାମଗ୍ରୀ ବିକ୍ରି କରୁଛନ୍ତି । କିଏ ମୋମୋ ବିକ୍ରି କରୁଛି ତ, କିଏ ନୁଡଲ୍ ବିକ୍ରି କରୁଛନ୍ତି । ଏହା ଉପରେ ଭଉୟ ପ୍ରକାର ଆକ୍ସନ ନିଆଯିବା ଦରକାର, ସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି କରାଯିବା ଦରାକର ।'

ବିକ୍ରମାଦିତ୍ୟ କହିଛନ୍ତି, 'ଲୋକମାନେ ଅନେକ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହା ଉପରେ ବିଚାର କରି ଆମେ, ଉତ୍ତର ପ୍ରଦେଶରେ ଯେପରି ନାଁ ଲେଖିବା ବାଧ୍ୟତାମୂଳକ କରାଯାଇଛି, ଆମେ ମଧ୍ୟ ସେପରି କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛୁ । ସବୁ ଦୋକାନୀଙ୍କୁ ଆଇଡି ଲଗାଇବାକୁ ପଡ଼ିବ । ଏହାଦ୍ୱାରା ଆଗାମୀ ଦିନରେ କୌଣସି ସମସ୍ୟା ହେଲେ ପାରଦର୍ଶିତା ସହ କାର୍ଯ୍ୟାନୁଷ୍ଠାନ ହୋଇପାରିବ । ଷ୍ଟିଟ୍‌ଭେଣ୍ଡର କମିଟି ଜରିଆରେ ଆଇଡି କାର୍ଡ କରାଯିବ । ଏଥିରେ ସେମାନଙ୍କ ଫଟୋ, ପଞ୍ଜୀକରଣ ନମ୍ୱର ସମେତ ସମସ୍ତ ସୂଚନା ରହିବ । ମୁଖ୍ୟତଃ ଖାଦ୍ୟ-ପାନୀୟ ଷ୍ଟଲ୍ ଉପରେ ଏହାକୁ ଲାଗୁ କରାଯିବ ।'