ଦୋଳ ବିମାନ କାରିଗର କରୁଣାକର ଓ ରତ୍ନାକର, କଳାକୁ ବଞ୍ଚାଇ ରଖିବା ପାଇଁ ଏହି ବୟସରେ ବି ଜାରି ରଖିଛନ୍ତି ପ୍ରୟାସ

କୋଣାର୍କ: ଓଡ଼ିଆ ଜାତିର ଅନନ୍ୟ ପର୍ବ ହେଉଛି ଦୋଳପର୍ବ । ଦୋଳପର୍ବ ଆସିଲେ ମନେପଡେ ଦୋଳ ବିମାନ କଥା । କାହିଁକି ନାଁ ଏହି ସମୟରେ ପ୍ରତ୍ୟକ ମନ୍ଦିରରୁ ଚଳନ୍ତି ପ୍ରତିମା ଦୋଳରେ ବସି ବିଭିନ୍ନ ମେଳଣକୁ ଯିବା ସହିତ ପ୍ରତ୍ୟକ ଭକ୍ତଙ୍କ ଘର ଆଗକୁ ଯାଇ ଭୋଗ ଖାଇଥାନ୍ତି । ତେଣୁ ଏହି ସମୟରେ ମନେ ପଡେ ବଳଙ୍ଗା ବଜାର ନିକଟସ୍ଥ ଖଣ୍ଡାୟତ ପାଟଣା ଗ୍ରାମ କଥା । ଏଠି ନିର୍ମାଣ ହୁଏ ଦୋଳ ବିମାନ […] The post ଦୋଳ ବିମାନ କାରିଗର କରୁଣାକର ଓ ରତ୍ନାକର, କଳାକୁ ବଞ୍ଚାଇ ରଖିବା ପାଇଁ ଏହି ବୟସରେ ବି ଜାରି ରଖିଛନ୍ତି ପ୍ରୟାସ appeared first on KNews Odisha.

ଦୋଳ ବିମାନ କାରିଗର କରୁଣାକର ଓ ରତ୍ନାକର, କଳାକୁ ବଞ୍ଚାଇ ରଖିବା ପାଇଁ ଏହି ବୟସରେ ବି ଜାରି ରଖିଛନ୍ତି ପ୍ରୟାସ
bhai

କୋଣାର୍କ: ଓଡ଼ିଆ ଜାତିର ଅନନ୍ୟ ପର୍ବ ହେଉଛି ଦୋଳପର୍ବ । ଦୋଳପର୍ବ ଆସିଲେ ମନେପଡେ ଦୋଳ ବିମାନ କଥା । କାହିଁକି ନାଁ ଏହି ସମୟରେ ପ୍ରତ୍ୟକ ମନ୍ଦିରରୁ ଚଳନ୍ତି ପ୍ରତିମା ଦୋଳରେ ବସି ବିଭିନ୍ନ ମେଳଣକୁ ଯିବା ସହିତ ପ୍ରତ୍ୟକ ଭକ୍ତଙ୍କ ଘର ଆଗକୁ ଯାଇ ଭୋଗ ଖାଇଥାନ୍ତି । ତେଣୁ ଏହି ସମୟରେ ମନେ ପଡେ ବଳଙ୍ଗା ବଜାର ନିକଟସ୍ଥ ଖଣ୍ଡାୟତ ପାଟଣା ଗ୍ରାମ କଥା । ଏଠି ନିର୍ମାଣ ହୁଏ ଦୋଳ ବିମାନ । ରାଜ୍ୟରେ ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ପାଇଁ ଯେଉଁ କେତେ ଜଣ ଅହରହ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରୁ କରୁଣାକର ମହାରଣା ଓ ରତ୍ନାକର ମହାରଣା ଅନ୍ୟତମ । କାଠ କଳାର ଏହି ବିନ୍ଧାଣି ଦୁଇ ଭାଇ ପେଟ ପୋଷିବା ପାଇଁ ନୁହେଁ କଳାକୁ ବଞ୍ଚାଇ ରଖିବା ପାଇଁ ପରିଣତ ବୟସରେ ବି ଜାରି ରଖିଛନ୍ତି ପ୍ରୟାସ । ତାଙ୍କ ଦ୍ୱାରା ତିଆରି ଦୋଳ ବିମାନ ଓଡିଶାର ପୁରପଲ୍ଲୀରେ ପ୍ରଚଳିତ ହୋଇ ଆସୁଥିବା ମେଳଣରେ ଦେଖିବାକୁ ମିଳେ ।

ପୁରୀ ଜିଲ୍ଲା ଅନ୍ତର୍ଗତ ବଳଙ୍ଗା ଥାନା ଅଂଚଳର ଖଣ୍ଡାୟତ ପାଟଣା ଗ୍ରାମର ବାସିନ୍ଧା ହେଉଛନ୍ତି ଦୁଇ ଭାଇ କରୁଣାକର ଓ ରତ୍ନାକର । ପିଲାଟି ଦିନରୁ ନିର୍ଜୀବ କାଠ ଖଣ୍ଡରେ ଦୋଳ ବିମାନ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜୀବନ୍ତ କଳାକୃତି ତିଆରି କରିବାରେ ସିଦ୍ଧହସ୍ତ । ଏହି କାର୍ଯ୍ୟ ପାରିବାରିକ ହୋଇଥିବାରୁ ଦୁଇ ଭାଇ ଏହାକୁ ପିଲାଟି ଦିନରୁ ପେଶା ଭାବେ ଗ୍ରହଣ କରିଥିଲେ । ଏହି ସବୁ କାର୍ଯ୍ୟ କରିବା ପାଇଁ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥାନ୍ତି । ଦୁଇ ଭାଇଙ୍କର କଳାକୃତିର ସ୍ୱତନ୍ତ୍ରତା ରହିଛି । ସେଥିପାଇଁ ସବୁବେଳେ ବିମାନ କିଣିବା ପାଇଁ ଗ୍ରାହକଙ୍କ ଭିଡ ଲାଗିଥାଏ ।ପୂର୍ବରୁ ଶିଶୁ, ଶାଗୁଆନ ଏବଂ ଶାଳ କାଠରେ ଏହି ସବୁ କଳାକୃତି ନିର୍ମାଣ କରାଯାଉଥିଲା ।

ଏବେ ଏହି କାଠର ବଜାର ଦର ଆକାଶ ଛୁଆଁ ହେବାରୁ ଏବେ ଲୋକାଲ କାଠରେ ନିର୍ମାଣ କରାଯାଉଛି । ନିମ୍ବ ଏବଂ ଗମ୍ଭାରୀ କାଠ ଏଥିପାଇଁ ଆବଶ୍ୟକ । ଗୋଟିଏ ଗୋଟିଏ ଦୋଳ ବିମାନର ନିର୍ମାଣ ସମୟସୀମା ଓ ବଜାର ଦର କୌଣସି ନିର୍ଦ୍ଦିଷ୍ଟ ଦର ନଥାଏ । ସୂକ୍ଷ୍ମ କାରୁକାର୍ଯ୍ୟ ଅନୁଯାୟୀ ଏହାର ସମୟ ସୀମା ଓ ଦର ନିର୍ଦ୍ଧାରଣ କରାଯାଏ । ପ୍ରାଚୀନ କାଳରୁ ଆମ ରାଜ୍ୟର ପୁର ପଲ୍ଲୀରେ ପ୍ରଚଳିତ ହୋଇ ଆସୁଥିବା ଦୋଳ ମେଳଣ ଏବେ ଯେଉଁ ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ବିମାନ ସବୁ ଦେଖିବାକୁ ମିଳେ ସେଥିରୁ ଅଧିକାଂଶ ଏହି ଦୁଇ ଭାଇଙ୍କ ସୃଷ୍ଟି । ଖାଲି ଆମ ରାଜ୍ୟ ନୁହେଁ ରାଜ୍ୟ ବାହାରର ଗ୍ରାହକ ମାନେ ବିମାନ କ୍ରୟ କରିବା ପାଇଁ ଏଠାକୁ ଆସିଥାନ୍ତି ।

ଦୁଇ ଭାଇଙ୍କ ଦ୍ୱାରା ନିର୍ମିତ କଳା କୃତିର ସ୍ୱତନ୍ତ୍ରତା ରହିଛି । ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ କଳାକୃତି ଗ୍ରାହକ ମାନଙ୍କୁ ଆକୃଷ୍ଟ କରିଥାଏ । ସେଥିପାଇଁ ରାଜ୍ୟ ବାହାର ଗ୍ରାହକ ମାନେ ଏଠାକୁ ଆସିଥାନ୍ତି । ଦୁଇ ଭାଇ ନିଜେ କଳାକୃତିକୁ ବଞ୍ଚାଇ ରଖିବା ସହ ପାଞ୍ଚୋଟି ପରିବାରକୁ ରୋଜଗାର କ୍ଷମ କରିପାରିଛନ୍ତି । ଦୁଇ ଭାଇଙ୍କ ଏହି କଳାକୃତି ଓଡିଶା ଓ ଓଡିଶା ବାହାରେ ପ୍ରସିଦ୍ଧି ଲାଭ କରିଥିବାରୁ ଗର୍ବ ଅନୁଭବ କରନ୍ତି ସ୍ଥାନୀୟ ବାସିନ୍ଦା । କାଠରେ ଜୀବନ୍ତ ମୂର୍ତ୍ତୀ ନିର୍ମାଣ କରିବାରେ ପାରଦର୍ଶିତା ଲାଭ କରିଛନ୍ତି ରତ୍ନାକର । ଯାହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକ ମାନେ ଏଠାରେ ଭିଡ ଜମାଇଥାନ୍ତି ।

କାଠରେ ଜୀବନ୍ତ ମୃତ୍ତି ନିର୍ମାଣ କରିବାରେ ପାରଦର୍ଶିତା ଲାଭ କରିଛନ୍ତି ଦୁଇ ଭାଇ କରୁଣାକର ଓ ରତ୍ନାକର । ଯାହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକ ମାନେ ଏଠାରେ ଭିଡ ଜମାଇଥାନ୍ତି । ଦୁଇ ଭାଇଙ୍କର ସୁକ୍ଷ୍ମ କାରୁକାର୍ଯ୍ୟ ଓ ଭଗବାନଙ୍କ ପାଇଁ ଭକ୍ତି ବେଶ ପ୍ରଶଂସନୀୟ ।

ଆହୁରି ପଢନ୍ତୁ: ବୈଦିକ ରୀତିନୀତିରେ ହେଲା ଦୁଇ ଗଛର ବାହାଘର, ସଚେତନତାର ବାର୍ତ୍ତା ଦେଲେ ଦମ୍ପତି

 

The post ଦୋଳ ବିମାନ କାରିଗର କରୁଣାକର ଓ ରତ୍ନାକର, କଳାକୁ ବଞ୍ଚାଇ ରଖିବା ପାଇଁ ଏହି ବୟସରେ ବି ଜାରି ରଖିଛନ୍ତି ପ୍ରୟାସ appeared first on KNews Odisha.