ଦୋଷୀଙ୍କୁ ୨୦ ବର୍ଷ ଜେଲଦଣ୍ଡ
କେନ୍ଦୁଝର,୧୩ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଚିଲଡ୍ରେନ୍ କୋର୍ଟରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ମମିତା ଦାସ ମାମଲାର ଶୁଣାଣି କରି ଦୋଷୀଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଜରିମାନା ଓ ଅନାଦେୟ ୬ ମାସ କାରାଦଣ୍ଡ ଶୁଣାଇଛନ୍ତି। ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବାକୁ ଜିଲା ଆଇନସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି। ମାମଲା ବିବରଣୀ ଅନୁଯାୟୀ, ପୀଡ଼ିତାଙ୍କ ଘରେ କେହି ନ ଥିବା […] The post ଦୋଷୀଙ୍କୁ ୨୦ ବର୍ଷ ଜେଲଦଣ୍ଡ appeared first on Dharitri Odia News.
କେନ୍ଦୁଝର,୧୩ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଚିଲଡ୍ରେନ୍ କୋର୍ଟରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ମମିତା ଦାସ ମାମଲାର ଶୁଣାଣି କରି ଦୋଷୀଙ୍କୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଜରିମାନା ଓ ଅନାଦେୟ ୬ ମାସ କାରାଦଣ୍ଡ ଶୁଣାଇଛନ୍ତି। ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବାକୁ ଜିଲା ଆଇନସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି।
ମାମଲା ବିବରଣୀ ଅନୁଯାୟୀ, ପୀଡ଼ିତାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ୨୯ ଜୁନ୍ ୨୦୨୩ରେ ନାବାଳକ (ସେ ସମୟରେ ୧୭ ବର୍ଷ ୧୧ ମାସ ହୋଇଥିଲା) ଟେକି ନେଇ ବଳାତ୍କାର କରିଥିଲେ। ପୀଡ଼ିତା ଘରକୁ ଫେରି ମା’ବାପାଙ୍କୁ ସବୁ ଘଟଣା ଜଣାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ନାବାଳକ ପୀଡ଼ିତାଙ୍କ ମା’ ଓ ବାପାଙ୍କୁ ଆକ୍ରମଣ କରିଥିଲେ। ପୀଡ଼ିତାଙ୍କ ମା’ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ନାବାଳକଙ୍କୁ ଧରି କିଶୋର ନ୍ୟାୟିକ ବୋର୍ଡରେ ହାଜର କରାଇଥିଲା। କୋର୍ଟ ୧୩ ଜଣ ସାକ୍ଷୀ ଓ ପୋଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଉପରୋକ୍ତ ଆଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଫୁଲ କୁମାର ପାତ୍ର ସୂଚନା ଦେଇଛନ୍ତି।
The post ଦୋଷୀଙ୍କୁ ୨୦ ବର୍ଷ ଜେଲଦଣ୍ଡ appeared first on Dharitri Odia News.