ଦୋହଲାଇ ଦେଲା ଅଦିନିଆ ପବନ: ଭୁଶୁଡ଼ିଲା ବିରାଟକାୟ ହୋର୍ଡିଂ, ୮ ମୃତ
ଗୋଟିଏ ବିରାଟକାୟ ବିଜ୍ଞାପନ ହୋର୍ଡିଂ ପବନରେ ଭୁଶୁଡ଼ି ପଡ଼ିଛି। ଏହା ସିଧା ନିକଟରେ ଥିବା ପେଟ୍ରୋଲ ପମ୍ପ ଉପରେ ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି।
ଅଦିନିଆ ପବନରେ ଦୋହଲିଛି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ। ଅପରାହ୍ନରେ ହଠାତ୍ ଧୂଳି ଝଡ଼ ମାଡ଼ି ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏୟାରପୋର୍ଟରେ ଅପରେସନ ବନ୍ଦ ହୋଇଯାଇଥିବା ବେଳେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
ଧୂଳିଝଡ଼ ସମୟରେ ମୁମ୍ବାଇର ଘାଟକୋପରାରେ ଘଟିଛି ଭୟଙ୍କର ଘଟଣା। ଏଠାରେ ଥିବା ଗୋଟିଏ ବିରାଟକାୟ ବିଜ୍ଞାପନ ହୋର୍ଡିଂ ପବନରେ ଭୁଶୁଡ଼ି ପଡ଼ିଛି। ଏହା ସିଧା ନିକଟରେ ଥିବା ପେଟ୍ରୋଲ ପମ୍ପ ଉପରେ ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି।
ସେହିପରି ୬୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବିଲବୋର୍ଡ ତଳୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ କାର ଓ ବାଇକ ଏବେ ବି ବିଲବୋର୍ଡଂ ତଳେ ଚାପି ହୋଇ ରହିଛି। ତେଣୁ ଅନେକ ଲୋକ ଏହା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।
Mumbai never witnessed such high power storms. #MumbaiRains pic.twitter.com/bqYMdsuBgW— Godman Chikna (@Madan_Chikna) May 13, 2024
ଗ୍ୟାସ କଟର ଠାରୁ ଆରମ୍ଭ କରି କ୍ରେନ ଦ୍ୱାରା ବିଲବୋର୍ଡକୁ ହଟାଇବାକୁ ଚେଷ୍ଟା କରାଯାଉଛି। ଏହା ତଳେ ଫସିଥିବା କାରରଗୁଡ଼ିକ ଭାଙ୍ଗି ଚୂରମାର ହୋଇଯାଇଥିବା ବେଳର ଭୟଙ୍କର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ପେଟ୍ରୋଲ ପମ୍ପ ମଧ୍ୟ ପୂରା କ୍ଷତିଗ୍ରସ୍ତ ହୋଇଛି।
କେବଳ ଏହି ଗୋଟଏ ସ୍ଥାନ ନୁହେଁ, ମୁମ୍ବାଇର ବିଭିନ୍ନ ପ୍ରାନ୍ତରେ ଧୂଳି ଯୋଡ଼ ଯୋଗୁ ଗଛ ଉପୁଡିଛି ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। କିନ୍ତୁ ସବୁଠାରୁ ଅଧିକ କ୍ଷତି ବିଲବୋର୍ଡ ଭୁଶୁଡ଼ିବା ଯୋଗୁ ହୋଇଛି।
#Mumbai
Scary visuals of the Scaffolding Collapse at Barkat Ali Naka, Wadala East Antop Hill.#MumbaiRains#ThunderStorm#DustStorm pic.twitter.com/Thfik2ugSZ— मुंबई Matters™ (@mumbaimatterz) May 13, 2024
ଏହା ପୁଲିସ୍ ଗ୍ରାଉଣ୍ତ ପେଟ୍ରୋଲ ପମ୍ପର ବିପରୀତ ଦିଗରେ ରହିଥିଲା। ହେଲେ ପବନ ଯୋଗୁ ଏହା ସିଧା ପେଟ୍ରୋଲ ଫମ୍ପ ଉପରେ ଖସି ପଡ଼ିଛି। ପେଟ୍ରୋଲ ପମ୍ପଟି ସଂପୂର୍ଣ୍ଣ ଗୁଣ୍ଡ ହୋଇଯାଇଛି। ପେଟ୍ରୋଲ ପମ୍ପ ଭୁଶୁଡ଼ିବା ବେଳେ ଅନେକ ଏହା ତଳେ ରହିଥିଲେ। ହୋର୍ଡିଂରେ ଲାଗିଥିବା ମେଟାଲ ଫ୍ରେମ ଆଘାତରେ ଲୋକମାନେ ମୃତାହତ ହୋଇଛନ୍ତି। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅନ୍ୟପକ୍ଷରେ ପାଗରେ ଏପରି ପରିବର୍ତ୍ତନ ଯୋଗୁ ମୁମ୍ବାଇ ଏୟାରପୋର୍ଟରେ ପ୍ରାୟ ୧ ଘଣ୍ଟା ଧରି ବିମାନ ଚଳାଚଳ ବନ୍ଦ ରହିଥିଲା। ୧୫ଟି ବିମାନର ଗତିପଥ ବଦଳା ଯାଇଥିଲା। ଧୂଳି ଝଡ଼ ପରେ ଲଗାଣ ବର୍ଷା ସହରବାସୀଙ୍କ ସମସ୍ୟାକୁ ଦୁଇ ଗୁଣ କରି ଦେଇଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
#WATCH | A tree was uprooted due to strong wind in the Jogeshwari Meghwadi Naka area of Mumbai.
One person was injured while the autorickshaw was damaged.
(Viral video confirmed by official) pic.twitter.com/P4H9amHiVJ— ANI (@ANI) May 13, 2024