ଦ୍ବିତୀୟ ଟି-୨୦ : ଭାରତର ବିଜୟରେ ତିଲକ ହିରୋ

ଚେନ୍ନଇ : ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେପକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତ ୨ ୱିକେଟରେ ବିଜୟୀ ହୋଇଛି। ଏହା ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। କୋଲକାତାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଭାରତ ୭ ୱିକେଟରେ ଜିତିଥିଲାବେଳେ ସିରିଜ୍‌ର ତୃତୀୟ ମ୍ୟାଚ୍‌ ରାଜକୋଟରେ ଜାନୁଆରୀ ୨୮ ତାରିଖ ମଙ୍ଗଳବାର ଖେଳାଯିବ। ସ୍ଥାନୀୟ ଚେପକ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ […]

ଦ୍ବିତୀୟ ଟି-୨୦ : ଭାରତର ବିଜୟରେ ତିଲକ ହିରୋ
India vs England 2nd T20I : Tilak Varma powers IND to victory in thriller

ଚେନ୍ନଇ : ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେପକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଭାରତ ୨ ୱିକେଟରେ ବିଜୟୀ ହୋଇଛି। ଏହା ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। କୋଲକାତାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଭାରତ ୭ ୱିକେଟରେ ଜିତିଥିଲାବେଳେ ସିରିଜ୍‌ର ତୃତୀୟ ମ୍ୟାଚ୍‌ ରାଜକୋଟରେ ଜାନୁଆରୀ ୨୮ ତାରିଖ ମଙ୍ଗଳବାର ଖେଳାଯିବ।

ସ୍ଥାନୀୟ ଚେପକ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୯ ୱିକେଟରେ ୧୬୫ ରନ୍‌ କରିଥିଲା। ଜବାବରେ ଭାରତ ଉତ୍‌ଥାନ ପତନ ମଧ୍ୟରେ ଯାଇ ୧୯.୨ ଓଭରରେ ୮ ୱିକେଟ ହରାଇ ବିଜୟଲକ୍ଷ୍ୟରେ ପହଞ୍ଚିଥିଲା। ନଂ-୩ରେ ବ୍ୟାଟିଂ କରିବାକୁ ଆସିଥିବା ତିଲକ ବର୍ମା ଗୋଟିଏ ପଟେ ତିଷ୍ଠି ରହିବା ସହ ୫୫ ବଲ୍‌ରେ ୭୨ ରନ୍‌ କରି ଭାରତକୁ ଜିତାଇଥିଲେ। ଭାରତର କ୍ରମାଗତ ୱିକେଟ ପତନ ଘଟିଥିଲେ ମଧ୍ୟ ତିଲକ ଦୃଢତାର ସହ ବ୍ୟାଟିଂ କରି ମ୍ୟାଚ୍‌ ଜିତାଇବାରେ ମୁଖ୍ୟ ଭୁମିକା ନେଇଥିଲେ। ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ତିଲକ ୫୫ ବଲ୍‌ ଖେଳି ୪ ଚୌକା ଓ ୫ ଛକା ମାରିଥିଲେ।

ଇଂଲଣ୍ଡ ପ୍ରଦତ୍ତ ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଧୂଆଁଧାର ବ୍ୟାଟିଂରୁ ଆରମ୍ଭ କରିଥିଲେ ମଧ୍ୟ କୌଣସି ବ୍ୟାଟର ବେଶି ସମୟ ତିଷ୍ଠି ନ ଥିଲେ। ଦୁଇ ଓପନର ସଞ୍ଜୁ ସାମସନ ୫ ଓ ଅଭିଷେକ ଶର୍ମା ୧୨ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୨, ଧ୍ରୁବ ଜୁରେଲ ୪, ହାର୍ଦ୍ଦିକ ପାଣ୍ଡ୍ୟା ୭ ରନ୍‌ କରି ଆଉଟ ହେବାରୁ ଭାରତ ୭୮ ରନ୍‌ରେ ୫ ୱିକେଟ ହରାଇ ବିପଦରେ ପଡ଼ିଥିଲା। ୬ଷ୍ଠ ୱିକେଟରେ ତିଲକ ଓ ୱାଶିଂଟନ ସୁନ୍ଦର ୨୮ ବଲରୁ ୩୮ ରନ୍‌ ଉଠାଇ ଭାରତର ବିଜୟ ଆଶା ସଞ୍ଚାର କରିଥିଲେ। ୧୯ ବଲ୍‌ରେ ୩ ଚୌକା ଓ ୧ ଛକା ସହ ୨୬ ରନ୍‌ କରିଥିବାବେଳେ ବ୍ରାଇଡନ୍‌ କାର୍ସଙ୍କ ଏକ ସ୍ଲୋ ବଲ୍‌ରେ ସୁନ୍ଦର ବୋଲ୍ଡ ହେବା ଫଳରେ ଇଂଲଣ୍ଡ ଏହି ମ୍ୟାଚ୍‌କୁ ଫେରିଥିଲା। କିନ୍ତୁ ଶେଷ ଭାଗ ଖେଳାଳିଙ୍କ ସହାୟତାରେ ତିଲକ ଭାରତକୁ ଶେଷ ଓଭରରେ ଜିତାଇଥିଲେ। ଇଂଲଣ୍ଡର ବ୍ରାଇଡନ କାର୍ସଙ୍କୁ ସର୍ବାଧିକ ୩ଟି ଓ ବୋଲିଂ କରିଥିବା ଅନ୍ୟ ସମସ୍ତଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ପୂର୍ବରୁ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରି ପ୍ରଥମ ମ୍ୟାଚ୍‌ ପରି ଆରମ୍ଭରୁ ୱିକେଟ ହରାଇଥିଲା। ଦୁଇ ଓପନର ମିଳତଭାବେ ୭ ରନ୍‌ କରିଥିଲେ। ଅଧିନାୟକ ଜୋସ୍‌ ବଟ୍ଟଲର ଏକମାତ୍ର ଖେଳାଳିଭାବେ ଭାରତୀୟ ବୋଲରଙ୍କୁ ଉଚିତ ମୁକାବିଲା କରି ୩୦ ବଲ୍‌ରୁ ସର୍ବାଧିକ ୪୫ ରନ୍‌ କରିଥିଲେ। ଏଠାରେ ଜାମି ସ୍ମିଥ ୧୨ ବଲ୍‌ରୁ ୨୨ ଓ ବ୍ରାଇଡାନ କାର୍ସ ୧୭ ବଲ୍‌ରୁ ୩୧ ରନ୍‌ କରିବା ଫଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ ଦୁଇ ସ୍ପିନର ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେବାରେ ସମର୍ଥ ହୋଇଥିଲେ