ଦ୍ଵାରଶୁଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା ୦୮/୦୪: ମରଣଯନ୍ତା ପାଲଟିଛି ଦ୍ୱାରଶୁଣି ଘାଟି । ପ୍ରତ୍ୟେକ ଦିନ କିଛି ନାଁ କିଛି ଦୁର୍ଘଟଣା ଘଟି ଥିବା ବେଳେ, ଧନ ଜୀବନ ନଷ୍ଟ ହେଉଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଦେଇ ଯାଇଥିବା ୪୯ ନମ୍ୱର୍ ଜାତୀୟ ରାଜପଥ ଉପରେ ଅବସ୍ଥିତ ଦ୍ଵାରଶୁଣି ଘାଟିରେ ପୁମି ଦୁର୍ଘଟଣା । ସୋମବାର ସକାଳୁ ଏକ ବସ କୋଲକାତାର ମୁର୍ଶିଦାବାଦ ଅଞ୍ଚଳକୁ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋିଥିଲା । ଭାରସାମ୍ୟ ହରାଇ ଘାଟିରେ ବସ୍‌ଟି ପିଟି ହେବାରୁ ଦୁର୍ଘଟଣା ହୋଇଥିଲା । ଫଳରେ ବସ୍‌ର ସମ୍ମୁଖ ଭାଗ ନଷ୍ଟ ହେଇ ଯାଇଥିବା ବେଳେ,ଚାଳକ ସାମାନ୍ୟ ଆହତ ହେଇଛନ୍ତି । ତେବେ ସୌଭାଗ୍ୟ କ୍ରମେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ କରୁଛି। 

ଦ୍ଵାରଶୁଣି ଘାଟିରେ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା ୦୮/୦୪: ମରଣଯନ୍ତା ପାଲଟିଛି ଦ୍ୱାରଶୁଣି ଘାଟି । ପ୍ରତ୍ୟେକ ଦିନ କିଛି ନାଁ କିଛି ଦୁର୍ଘଟଣା ଘଟି ଥିବା ବେଳେ, ଧନ ଜୀବନ ନଷ୍ଟ ହେଉଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଦେଇ ଯାଇଥିବା ୪୯ ନମ୍ୱର୍ ଜାତୀୟ ରାଜପଥ ଉପରେ ଅବସ୍ଥିତ ଦ୍ଵାରଶୁଣି ଘାଟିରେ ପୁମି ଦୁର୍ଘଟଣା । 

ସୋମବାର ସକାଳୁ ଏକ ବସ କୋଲକାତାର ମୁର୍ଶିଦାବାଦ ଅଞ୍ଚଳକୁ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋିଥିଲା । ଭାରସାମ୍ୟ ହରାଇ ଘାଟିରେ ବସ୍‌ଟି ପିଟି ହେବାରୁ ଦୁର୍ଘଟଣା ହୋଇଥିଲା । 

ଫଳରେ ବସ୍‌ର ସମ୍ମୁଖ ଭାଗ ନଷ୍ଟ ହେଇ ଯାଇଥିବା ବେଳେ,ଚାଳକ ସାମାନ୍ୟ ଆହତ ହେଇଛନ୍ତି । ତେବେ ସୌଭାଗ୍ୟ କ୍ରମେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ କରୁଛି।