ଦ୍ଵିତୀୟ ଥର ମାଆ ହେବେ ସନା ଖାନ, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଲେ ଖୁସି ଖବର

ମୁମ୍ଵାଇ ୨୪।୧୧; ବଲିଉଡ ଅଭିନେତ୍ରୀ ସନା ଖାନ। ବର୍ତ୍ତମାନ ଗ୍ଲାମର ଦୁନିଆରୁ ଦୂରରେ ଅଛନ୍ତି । ସେ ତାଙ୍କ ଘରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ସେୟାର କରିଛନ୍ତି। ବର୍ତ୍ତମାନ ସେ ତିନି ଜଣରୁ ଚାରି ହେବାକୁ ଯାଉଛନ୍ତି। ସନା ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ବିଷୟରେ ସୂଚନା ଦେଇଛନ୍ତି।ସନା ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି, 'ଆମ ପରିବାର ଏବେ ତିନିରୁ ଚାରି ହେବାକୁ ଯାଉଛନ୍ତି'। ଏହି ପୋଷ୍ଟରେ ସନା ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ବ୍ୟତୀତ ଏହା ଲେଖା ଅଛି, 'ଉପରୱାଲା ପ୍ରକୃତରେ ଆମର ପ୍ରାର୍ଥନା ଶୁଣନ୍ତି' ।View this post on InstagramA post shared by Saiyad Sana Khan (@sanakhaan21)ଗତ ବର୍ଷ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ ସାନା ଖାନ ବର୍ତ୍ତମାନ ଅଭିନୟ ଛାଡି ସ୍ୱାମୀ ଏବଂ ପରିବାରର ଯତ୍ନ ନେଉଛନ୍ତି। ସନା ୨୧ ନଭେମ୍ବର ୨୦୨୦ ରେ ସୁରଟରେ ଇସଲାମୀୟ ପୁରୋହିତ ମୁଫତି ଅନସ ସଇଦଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଚଳଚ୍ଚିତ୍ର ଜଗତକୁ ବିଦାୟ ଦେଇଥିଲେ। ଗତ ବର୍ଷ ଜୁଲାଇରେ ସନା ଏବଂ ଅନସ ସେମାନଙ୍କର ପ୍ରଥମ ସନ୍ତାନ ସୟଦ ତାରିକ ଜାମେଲଙ୍କୁ ସ୍ୱାଗତ କରିଥିଲେ।ପ୍ରଶଂସକମାନେ ସ

ଦ୍ଵିତୀୟ ଥର ମାଆ ହେବେ ସନା ଖାନ, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଲେ ଖୁସି ଖବର

ମୁମ୍ଵାଇ ୨୪।୧୧; ବଲିଉଡ ଅଭିନେତ୍ରୀ ସନା ଖାନ। ବର୍ତ୍ତମାନ ଗ୍ଲାମର ଦୁନିଆରୁ ଦୂରରେ ଅଛନ୍ତି । ସେ ତାଙ୍କ ଘରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ସେୟାର କରିଛନ୍ତି। ବର୍ତ୍ତମାନ ସେ ତିନି ଜଣରୁ ଚାରି ହେବାକୁ ଯାଉଛନ୍ତି। ସନା ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ତାଙ୍କର ଦ୍ୱିତୀୟ ଗର୍ଭଧାରଣ ବିଷୟରେ ସୂଚନା ଦେଇଛନ୍ତି।

ସନା ଖାନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି, 'ଆମ ପରିବାର ଏବେ ତିନିରୁ ଚାରି ହେବାକୁ ଯାଉଛନ୍ତି'। ଏହି ପୋଷ୍ଟରେ ସନା ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ବ୍ୟତୀତ ଏହା ଲେଖା ଅଛି, 'ଉପରୱାଲା ପ୍ରକୃତରେ ଆମର ପ୍ରାର୍ଥନା ଶୁଣନ୍ତି' ।

ଗତ ବର୍ଷ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ 

ସାନା ଖାନ ବର୍ତ୍ତମାନ ଅଭିନୟ ଛାଡି ସ୍ୱାମୀ ଏବଂ ପରିବାରର ଯତ୍ନ ନେଉଛନ୍ତି। ସନା ୨୧ ନଭେମ୍ବର ୨୦୨୦ ରେ ସୁରଟରେ ଇସଲାମୀୟ ପୁରୋହିତ ମୁଫତି ଅନସ ସଇଦଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଚଳଚ୍ଚିତ୍ର ଜଗତକୁ ବିଦାୟ ଦେଇଥିଲେ। ଗତ ବର୍ଷ ଜୁଲାଇରେ ସନା ଏବଂ ଅନସ ସେମାନଙ୍କର ପ୍ରଥମ ସନ୍ତାନ ସୟଦ ତାରିକ ଜାମେଲଙ୍କୁ ସ୍ୱାଗତ କରିଥିଲେ।

ପ୍ରଶଂସକମାନେ ସନା ଖାନଙ୍କୁ ତାଙ୍କର ଦ୍ୱିତୀୟ ଗର୍ଭଧାରଣରେ ଶୁଭେଚ୍ଛା ଜଣାଉଛନ୍ତି। କିଛି ୟୁଜର୍ସ କହିଛନ୍ତି ସନାଙ୍କର ଏକ ଝିଅ ହେବା ଉଚିତ୍ ।  ଆଉକିଛି ଲେଖିଛନ୍ତି, 'ଏହା ଅତ୍ୟନ୍ତ ଆନନ୍ଦଦାୟକ ଖବର । ତୁମର ଯତ୍ନ ନିଅ । ଅନ୍ୟ ଜଣେ ଲେଖିଛନ୍ତି, 'ଅନେକ ଅଭିନନ୍ଦନ।'