ଦ୍ଵିତୀୟ ବିବାହ ପରେ ବାପା ହେବାକୁ ଚାହୁଁଛନ୍ତି ନାଗା, କହିଲେ- ମୋର ଗୋଟିଏ କି ଦୁଇଟି ପିଲା…
ମୁମ୍ଵାଇ ୦୮।୧୨; ସାତ ଜନ୍ମର ସାଥୀ ହୋଇଛନ୍ତି ସାଉଥ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲା । ଗତକାଲି ୪ ଡିସେମ୍ବରରେ ଶୋଭିତା ଏବଂ ନାଗା ଧୁମଧାମରେ ବିବାହ କରିଛନ୍ତି । ଉଭୟଙ୍କ ବିବାହ ବହୁତ ପାରମ୍ପାରିକ ଅନୁଯାୟୀ ହୋଇଥିଲା । ବିବାହର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବର ଏବଂ କନ୍ୟା ବେଶରେ ବେଶ ସୁନ୍ଦର ଲାଗୁଛି ଏହି ଯୋଡ଼ି । ବିବାହ ପରେ ନାଗା ନିଜ ସମ୍ପର୍କିୟ ଭାଇଙ୍କ ଶୋ’ରେ ନଜର ଆସିବେ । ଏହି ସମୟରେ ନାଗା ତାଙ୍କ ପର୍ସନାଲ ଲାଇଫ୍କୁ ନେଇ ଅନେକ ରାଜ୍ ଖୋଲିଛନ୍ତି ।ନାଗା ଚୈତନ୍ୟ ଶୋ’ରେ ବାପା ହେବାର ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ଶୋରେ କହିଛନ୍ତି-୫୦ ବର୍ଷ ହେବା ପରେ ନିଜ ପିଲାଙ୍କ ସହ ହାପି ମ୍ୟାରେଡ ଲାଇଫ କାଟିବାକୁ ଚାହୁଁଛି। ମୋର ଗୋଟିଏ କିମ୍ଵା ଦୁଇଟି ପିଲା ହେବ । ମୁଁ ତାଙ୍କ ସହ ରେସିଂ,ଗୋ କାଷ୍ଟିଙ୍ଗରେ ଯିବାକୁ ଚାହୁଁଛି। ଆଉ ପିଲା ଦିନର ସ୍ପେଶାଲ ମୁମେଣ୍ଟକୁ ପୁଣି ଥରେ ବଞ୍ଚିବାକୁ ଚାହୁଁଛି। ନାଗାଙ୍କ ଏହି କଥା ଶୁଣିବା ପରେ ଫ୍ୟାନ୍ସ ଏବେ ତାଙ୍କ ଗୁଡ୍ ନ୍ୟୁଜ୍କୁ ଅପେକ୍ଷା କରିଛନ୍ତି।କହିବାକୁ ଗଲେ ଶୋଭିତା ନିଜ ବିବାହରେ ଗୋଲଡେନ୍ କାଜିବରମ୍ ଶାଢୀ ପିନ୍ଧିଛନ୍ତି। ଏହା ସହ ସୁନାର ଅଳଙ୍କାରରେ ନଜର ଆସିଛନ୍ତି । ସେପଟେ ନାଗା ମଧ୍ୟ ଅଫ୍ ହ୍ଵାଇଟ୍ର କୁର୍ତ୍ତାରେ ନଜର ଆସିଥିଲେ। ସିମ୍ପଲ ଲୁକ୍ରେ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଥିଲେ ।
ମୁମ୍ଵାଇ ୦୮।୧୨; ସାତ ଜନ୍ମର ସାଥୀ ହୋଇଛନ୍ତି ସାଉଥ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲା । ଗତକାଲି ୪ ଡିସେମ୍ବରରେ ଶୋଭିତା ଏବଂ ନାଗା ଧୁମଧାମରେ ବିବାହ କରିଛନ୍ତି । ଉଭୟଙ୍କ ବିବାହ ବହୁତ ପାରମ୍ପାରିକ ଅନୁଯାୟୀ ହୋଇଥିଲା । ବିବାହର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବର ଏବଂ କନ୍ୟା ବେଶରେ ବେଶ ସୁନ୍ଦର ଲାଗୁଛି ଏହି ଯୋଡ଼ି । ବିବାହ ପରେ ନାଗା ନିଜ ସମ୍ପର୍କିୟ ଭାଇଙ୍କ ଶୋ’ରେ ନଜର ଆସିବେ । ଏହି ସମୟରେ ନାଗା ତାଙ୍କ ପର୍ସନାଲ ଲାଇଫ୍କୁ ନେଇ ଅନେକ ରାଜ୍ ଖୋଲିଛନ୍ତି ।

ନାଗା ଚୈତନ୍ୟ ଶୋ’ରେ ବାପା ହେବାର ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ ଶୋରେ କହିଛନ୍ତି-୫୦ ବର୍ଷ ହେବା ପରେ ନିଜ ପିଲାଙ୍କ ସହ ହାପି ମ୍ୟାରେଡ ଲାଇଫ କାଟିବାକୁ ଚାହୁଁଛି। ମୋର ଗୋଟିଏ କିମ୍ଵା ଦୁଇଟି ପିଲା ହେବ । ମୁଁ ତାଙ୍କ ସହ ରେସିଂ,ଗୋ କାଷ୍ଟିଙ୍ଗରେ ଯିବାକୁ ଚାହୁଁଛି। ଆଉ ପିଲା ଦିନର ସ୍ପେଶାଲ ମୁମେଣ୍ଟକୁ ପୁଣି ଥରେ ବଞ୍ଚିବାକୁ ଚାହୁଁଛି। ନାଗାଙ୍କ ଏହି କଥା ଶୁଣିବା ପରେ ଫ୍ୟାନ୍ସ ଏବେ ତାଙ୍କ ଗୁଡ୍ ନ୍ୟୁଜ୍କୁ ଅପେକ୍ଷା କରିଛନ୍ତି।
କହିବାକୁ ଗଲେ ଶୋଭିତା ନିଜ ବିବାହରେ ଗୋଲଡେନ୍ କାଜିବରମ୍ ଶାଢୀ ପିନ୍ଧିଛନ୍ତି। ଏହା ସହ ସୁନାର ଅଳଙ୍କାରରେ ନଜର ଆସିଛନ୍ତି । ସେପଟେ ନାଗା ମଧ୍ୟ ଅଫ୍ ହ୍ଵାଇଟ୍ର କୁର୍ତ୍ତାରେ ନଜର ଆସିଥିଲେ। ସିମ୍ପଲ ଲୁକ୍ରେ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଥିଲେ ।