ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା: ୧୫ ପୋଲିସ କର୍ମଚାରୀ ଆହତ

ବାଙ୍ଗିରିପୋଷି,୧୮ା୧୨(ସଞ୍ଜୟ କୁମାର ଅଗ୍ରୱାଲ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ୪୯ନଂ.ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ସୋମବାର ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ କର୍ମଚାରୀ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। କରଞ୍ଜିଆରୁ ବାରିପଦା ଅଭିମୁଖେ ରିଜର୍ଭ ପୋଲିସର ୨୦ କର୍ମଚାରୀଙ୍କୁ ନେଇ ଆସୁଥିବା ଭ୍ୟାନ୍‌ (ଓଆର୦୫-ଏକେ ୪୪୫୬)ର ବ୍ରେକ୍‌ଫେଲ୍‌ ହେବାରୁ ଘାଟି ଉପରକୁ ଉଠୁଥିବା ଏକ କଣ୍ଟେନର (ଡବ୍ଲ୍ୟୁବି ୦୫- […] The post ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା: ୧୫ ପୋଲିସ କର୍ମଚାରୀ ଆହତ appeared first on Dharitri Odia News.

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା: ୧୫ ପୋଲିସ କର୍ମଚାରୀ ଆହତ

ବାଙ୍ଗିରିପୋଷି,୧୮ା୧୨(ସଞ୍ଜୟ କୁମାର ଅଗ୍ରୱାଲ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ୪୯ନଂ.ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ସୋମବାର ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ କର୍ମଚାରୀ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି।
କରଞ୍ଜିଆରୁ ବାରିପଦା ଅଭିମୁଖେ ରିଜର୍ଭ ପୋଲିସର ୨୦ କର୍ମଚାରୀଙ୍କୁ ନେଇ ଆସୁଥିବା ଭ୍ୟାନ୍‌ (ଓଆର୦୫-ଏକେ ୪୪୫୬)ର ବ୍ରେକ୍‌ଫେଲ୍‌ ହେବାରୁ ଘାଟି ଉପରକୁ ଉଠୁଥିବା ଏକ କଣ୍ଟେନର (ଡବ୍ଲ୍ୟୁବି ୦୫- ଏ ୧୫୮୩) ସହିତ ଧକ୍କା ହୋଇଥିଲା। ଖବରପାଇ ସ୍ଥାନୀୟ ଦମକଳ ବାହିନୀ କର୍ମଚାରୀ ପହଞ୍ଚତ୍ ଆହତ ପୋଲିସ କର୍ମଚାରୀମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଦୁର୍ଘଟଣାରେ ପୋଲିସ ଭ୍ୟାନ୍‌ ଚାଳକ ମନ୍ମଥ ସେଠୀ ଗୁରୁତର ହୋଇଥିବା ବେଳେ ମନୋଜ ମହାନ୍ତ, ସସ୍ମିତା ପଲେଇ, ସରୋଜ କର, ଗେହ୍ଲିରାଣି ମହାନ୍ତ, ଶରତ ଜେନା, ପହଲି ମହାନ୍ତ, ରାମଚନ୍ଦ୍ର ମହାନ୍ତ ପ୍ରମୁଖ ଆହତ ହୋଇଛନ୍ତି। ବାଙ୍ଗିରିପୋଷି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ କମଳାକାନ୍ତ ଦାସ କହିଛନ୍ତି।

The post ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା: ୧୫ ପୋଲିସ କର୍ମଚାରୀ ଆହତ appeared first on Dharitri Odia News.