ଦ୍ୱିତୀୟ ଥର ବାପା ହେଲେ ଟିମ ଇଣ୍ଡିଆର ଅଧିନାୟକ, ଘରକୁ ଆସିଲେ ଜୁନିୟର ହିଟ୍‌ମ୍ୟାନ୍

ନୂଆଦିଲ୍ଲୀ, ୧୬/୧୧: ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ‘ଦିନ୍ଦୁସ୍ତାନ ଇମ୍ସ’ରେ ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ରୋହିତ ଏ ବିଷୟରେ କିଛି ସୂଚନା ସୋସିଆଲ ମିଡିଆରେ ଦେଇ ନାହାନ୍ତି । ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ଅଭ୍ୟାସ ଜାରି ରଖିଛି । କିନ୍ତୁ ରିତିକାଙ୍କ ପାଇଁ ରୋହିତ ଏ ପର୍ଯ୍ୟନ୍ତ ଦଳ ସହ ଯୋଗ ଦେଇ ପାରିନାହାନ୍ତି । ସେ ମୁମ୍ବାଇରେ ରହି ଅଭ୍ୟାସ ଜାରି ରଖିଛନ୍ତି । ତେବେ ସେ ଖୁବ୍‌ ଶୀଘ୍ର ଆଗାମୀ ମ୍ୟାଚରେ ସାମିଲ ହେବେ ବୋଲି ଜଣାଯାଇଛି।Finally the wait is over...junior hiitu is come... congratulations to all the rohit fans ❤️❤️????????????????????@ImRo45 #RohitSharma???? pic.twitter.com/IG676tH6eL— Rohit_045 (@RO_0045) November 15, 2024ସୂଚନା ଥାଉକି, ପୂର୍ବରୁ ରୋହିତ ଶର୍ମାଙ୍କର ଏକ ଝିଅ ରହିଛି। ପୂର୍ବରୁ ରିତିକାଙ୍କ ପ୍ରେଗନେନ୍ସି ନେଇ ପୂର୍ବରୁ ଗଣମାଧ୍ୟମରେ କୌଣସି ସୂଚନା ମିଳି ନ ଥିବା ବେଳେ ଏନେଇ ଷ୍ଟାର କପଲ୍‌ ବି ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ କୌଣସି ସୂଚନା ଦେଇ ନ ଥିଲେ। ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ନ ହେବାରୁ କ୍ରିକେଟ ଲିଜେଣ୍ଡ ସୁନୀଲ ଗାଭାସ୍କର ତାଙ୍କ ଆଲୋଚନା କରିଥିଲେ। ମାତ

ଦ୍ୱିତୀୟ ଥର ବାପା ହେଲେ ଟିମ ଇଣ୍ଡିଆର ଅଧିନାୟକ, ଘରକୁ ଆସିଲେ ଜୁନିୟର ହିଟ୍‌ମ୍ୟାନ୍

ନୂଆଦିଲ୍ଲୀ, ୧୬/୧୧: ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି । ତାଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ‘ଦିନ୍ଦୁସ୍ତାନ ଇମ୍ସ’ରେ ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ରୋହିତ ଏ ବିଷୟରେ କିଛି ସୂଚନା ସୋସିଆଲ ମିଡିଆରେ ଦେଇ ନାହାନ୍ତି । 

ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ଅଭ୍ୟାସ ଜାରି ରଖିଛି । କିନ୍ତୁ ରିତିକାଙ୍କ ପାଇଁ ରୋହିତ ଏ ପର୍ଯ୍ୟନ୍ତ ଦଳ ସହ ଯୋଗ ଦେଇ ପାରିନାହାନ୍ତି । ସେ ମୁମ୍ବାଇରେ ରହି ଅଭ୍ୟାସ ଜାରି ରଖିଛନ୍ତି । ତେବେ ସେ ଖୁବ୍‌ ଶୀଘ୍ର ଆଗାମୀ ମ୍ୟାଚରେ ସାମିଲ ହେବେ ବୋଲି ଜଣାଯାଇଛି।


ସୂଚନା ଥାଉକି, ପୂର୍ବରୁ ରୋହିତ ଶର୍ମାଙ୍କର ଏକ ଝିଅ ରହିଛି। ପୂର୍ବରୁ ରିତିକାଙ୍କ ପ୍ରେଗନେନ୍ସି ନେଇ ପୂର୍ବରୁ ଗଣମାଧ୍ୟମରେ କୌଣସି ସୂଚନା ମିଳି ନ ଥିବା ବେଳେ ଏନେଇ ଷ୍ଟାର କପଲ୍‌ ବି ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ କୌଣସି ସୂଚନା ଦେଇ ନ ଥିଲେ। ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ନ ହେବାରୁ କ୍ରିକେଟ ଲିଜେଣ୍ଡ ସୁନୀଲ ଗାଭାସ୍କର ତାଙ୍କ ଆଲୋଚନା କରିଥିଲେ। ମାତ୍ର ଅଷ୍ଟ୍ରେଲିଆର ପୂର୍ବ କ୍ରିକେଟର ଏରାନ ପିଞ୍ଚ କିନ୍ତୁ ଗାଭାସ୍କରଙ୍କ ସହ ସହମତ ହୋଇ ନଥିଲେ। 

ସେ କହିଥିଲେ, ଯଦି ରୋହିତ ଶର୍ମାଙ୍କୁ ଘରେ ରହିବାକୁ ପଡ଼ୁଛି, ଅର୍ଥାତ ଘରେ ତାଙ୍କ ଆବଶ୍ୟକତା ରହିଛି। କାରଣ ତାଙ୍କ ପତ୍ନୀଙ୍କର ପ୍ରସବ ସମୟ ପାଖେଇ ଆସିଲାଣି । ଏହାପରେ ରିତିକା ଏରାନ ପିଞ୍ଚଙ୍କ ଇନଷ୍ଟା ପୋଷ୍ଟକୁ ଟ୍ୟାଗ କରି ସାଲୁଟ ଇମୋଜି ପୋଷ୍ଟ କରିଥିଲେ । ଏହାପରେ ବି ରୋହିତ ଶର୍ମାଙ୍କ ଘରକୁ ଖୁସି ଖବର ଆସୁଥିବା ଖବର ପ୍ରଚାରିତ ହୋଇଥିଲା ଓ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା।