ଦ୍ୱିତୀୟ ବିବାହ ବାହାନାରେ ଠକେଇ

ଭୁବନେଶ୍ୱର,୧୪ା୯(ସତ୍ୟଜିତ୍‌ ରାଉତ): ଟାର୍ଗେଟ୍‌ରେ ଥିଲେ ମଧ୍ୟବୟସ୍କା ମହିଳା। ଏଥିପାଇଁ ମାଟ୍ରିମୋନିଆଲ ସାଇଟ୍‌ରେ ‘ଦ୍ୱିତୀୟ ବିବାହ’ ନାଁରେ ବିଛାଇଥିଲେ ଠକେଇ ଜାଲ। ପରିଚୟ ବଦଳାଇ ରେଲ୍‌ୱେ ଅଫିସର, ଇନ୍‌କମ୍‌ ଟ୍ୟାକ୍ସ ଇନ୍ସପେକ୍ଟର, ଅବକାରୀ ଓ କଷ୍ଟମ୍ସ ଅଫିସର ଭଳି ଉଚ୍ଚପଦସ୍ଥ ଅଧିକାରୀ କହି ମହିଳାଙ୍କ ସହ ସମ୍ପର୍କ ଯୋଡୁଥିଲେ। ସ୍ବାମୀ ପରିତ୍ୟକ୍ତା ମହିଳା, ଅବିବାହିତା, ବିଧବାଙ୍କୁ ଫସାଇ ବ୍ଲାକ୍‌ମେଲ୍‌ କରି ଯୌନ ଶୋଷଣ ସହ ଠକିବା ଥିଲା ଉଦ୍ଦେଶ୍ୟ। ଏଭଳି ଜଣେ ରସିକିଆ ଠକଙ୍କ କାର୍‌ନାମା ସାମ୍ନାକୁ ଆସିବା […] The post ଦ୍ୱିତୀୟ ବିବାହ ବାହାନାରେ ଠକେଇ appeared first on Dharitri Odia News.

ଦ୍ୱିତୀୟ ବିବାହ ବାହାନାରେ ଠକେଇ

ଭୁବନେଶ୍ୱର,୧୪ା୯(ସତ୍ୟଜିତ୍‌ ରାଉତ): ଟାର୍ଗେଟ୍‌ରେ ଥିଲେ ମଧ୍ୟବୟସ୍କା ମହିଳା। ଏଥିପାଇଁ ମାଟ୍ରିମୋନିଆଲ ସାଇଟ୍‌ରେ ‘ଦ୍ୱିତୀୟ ବିବାହ’ ନାଁରେ ବିଛାଇଥିଲେ ଠକେଇ ଜାଲ। ପରିଚୟ ବଦଳାଇ ରେଲ୍‌ୱେ ଅଫିସର, ଇନ୍‌କମ୍‌ ଟ୍ୟାକ୍ସ ଇନ୍ସପେକ୍ଟର, ଅବକାରୀ ଓ କଷ୍ଟମ୍ସ ଅଫିସର ଭଳି ଉଚ୍ଚପଦସ୍ଥ ଅଧିକାରୀ କହି ମହିଳାଙ୍କ ସହ ସମ୍ପର୍କ ଯୋଡୁଥିଲେ। ସ୍ବାମୀ ପରିତ୍ୟକ୍ତା ମହିଳା, ଅବିବାହିତା, ବିଧବାଙ୍କୁ ଫସାଇ ବ୍ଲାକ୍‌ମେଲ୍‌ କରି ଯୌନ ଶୋଷଣ ସହ ଠକିବା ଥିଲା ଉଦ୍ଦେଶ୍ୟ। ଏଭଳି ଜଣେ ରସିକିଆ ଠକଙ୍କ କାର୍‌ନାମା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚତ୍ ନାରାୟଣ ନାଥ (୪୪)। ବିରଞ୍ଚତ୍ଙ୍କ ଦ୍ୱାରା ଶୋଷଣର ଶିକାର ହୋଇଥିବା କଟକର ଜଣେ ବିଧବାଙ୍କ ଏତଲାକୁ ଆଧାର କରି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍‌ ୟୁନିଟ୍‌ ଗୁରୁବାର ମାମଲା (ନଂ.୫୨/୨୦୨୪) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଶନିବାର ବିରଞ୍ଚତ୍ଙ୍କୁ କୋର୍ଟଚାଲାଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
୭ ରାଜ୍ୟରେ ଠକେଇ
ତଦନ୍ତରୁ ଜଣାପଡ଼ିଛି, ବିରଞ୍ଚତ୍ଙ୍କ ନାଁରେ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ୧, ଅନୁଗୋଳ ଜିଲା ଟାଉନ ଥାନା ଓ ଜରପଡ଼ା ଥାନାରେ ୨, ବାଲେଶ୍ୱର ସଦର ଥାନାରେ ୧, ରାଉରକେଲାର ଛେଣ୍ଡ୍‌ ଥାନାରେ ୧ ମାମଲା ରହିଛି। ଏପରିକି ବିରଞ୍ଚତ୍ ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ଫସାଇ ଶୋଷଣ କରିଛନ୍ତି। ତାଙ୍କଠାରୁ କିଛି ନକଲି ଆଇଡି କାର୍ଡ, ମୋବାଇଲ ଫୋନରୁ ବହୁ ମହିଳାଙ୍କ ସହ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିଛି। ଆଗକୁ ତାଙ୍କ ନାମରେ ଅଭିଯୋଗ ବଢ଼ିପାରେ। ତେଣୁ ତାଙ୍କୁ ରିମାଣ୍ଡରେ ନେଇ ଅଧିକ ଗୁମର ଖୋଲାଯିବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ସଫିନ୍‌ ଅହମ୍ମଦ କହିଛନ୍ତି।

The post ଦ୍ୱିତୀୟ ବିବାହ ବାହାନାରେ ଠକେଇ appeared first on Dharitri Odia News.