ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଫିଙ୍ଗିଥିଲା ବୋମା, ଏବେ ଫାଟିଲା ଜାପାନ ବିମାନବନ୍ଦର ରନଓ୍ୱେ

ନୂଆଦିଲ୍ଲୀ ୦୩/୧୦: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଫିଙ୍ଗିଥିଲା ବୋମା । ଆଉ ଦୀର୍ଘ ବର୍ଷ ପରେ ଜାପାନରେ ପୁଟିଛି ବୋମା । ବୁଧବାର ଦକ୍ଷିଣ-ପଶ୍ଚିମ ଜାପାନର ଏକ ବିମାନ ବନ୍ଦରରେ ହୋଇଛି ଭୟଙ୍କର ବିସ୍ଫୋରଣ । ମିୟାଜାକି ବିମାନ ବନ୍ଦରର ରନୱେ ନିକଟରେ ହଠାତ ବିସ୍ଫୋରଣ ହେବା ପରେ ସାତ ମିଟର (୨୩ ଫୁଟ) ଓସାର ଏବଂ ଏକ ମିଟର (୩.୨ ଫୁଟ) ଗଭୀରତାର ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଜାପାନ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଖଞ୍ଜିଥିବା ବୋମା ଫାଟିବା ଫଳରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ବିମାନ ବନ୍ଦରକୁ ବନ୍ଦ କରାଯାଇଥିବା ବେଳେ ୮୭ ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି । ସୂଚନାଥାଉକି, ଜାପାନ ଗ୍ରାଉଣ୍ଡ ସେଲ୍ଫ ଡିଫେନ୍ସର ଏକ ବୋମା ନିଷ୍କାସନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ବିସ୍ଫୋରଣର କାରଣ ପୋତା ଯାଇଥିବା ଆମେରିକୀୟ ବୋମା ବୋଲି ସ୍ପଷ୍ଟ କରିଛି । ଯାହା ଜଣାପଡ଼ିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପକାଇଥିବା ବୋମା ବିସ୍ପୋରଣ ନ ହୋଇ ମାଟି ତଳେ ପୋତି ହୋଇଯାଇଥିଲା । ସ୍ଥାନୀୟ ବ୍ରଡକାଷ୍ଟର ଏମଆରଟି ଅନୁଯାୟୀ, ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଲାଇଭ୍ କ୍ୟାମ ଫୁଟେଜରେ ବିସ୍ଫୋରଣର ମାତ୍ର ଦୁଇ ମିନିଟ ପୂର୍ବରୁ ଗୋଟିଏ ବିମାନ ଅବତରଣ କରିଥିବା ଦେଖାଯାଇଛି । ଜାପାନର ବରିଷ୍ଠ ସରକା

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଫିଙ୍ଗିଥିଲା ବୋମା, ଏବେ ଫାଟିଲା ଜାପାନ ବିମାନବନ୍ଦର ରନଓ୍ୱେ

ନୂଆଦିଲ୍ଲୀ ୦୩/୧୦: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଫିଙ୍ଗିଥିଲା ବୋମା । ଆଉ ଦୀର୍ଘ ବର୍ଷ ପରେ ଜାପାନରେ ପୁଟିଛି ବୋମା । ବୁଧବାର ଦକ୍ଷିଣ-ପଶ୍ଚିମ ଜାପାନର ଏକ ବିମାନ ବନ୍ଦରରେ ହୋଇଛି ଭୟଙ୍କର ବିସ୍ଫୋରଣ । ମିୟାଜାକି ବିମାନ ବନ୍ଦରର ରନୱେ ନିକଟରେ ହଠାତ ବିସ୍ଫୋରଣ ହେବା ପରେ ସାତ ମିଟର (୨୩ ଫୁଟ) ଓସାର ଏବଂ ଏକ ମିଟର (୩.୨ ଫୁଟ) ଗଭୀରତାର ଏକ ଗର୍ତ୍ତ ସୃଷ୍ଟି ହୋଇଛି । 

ଜାପାନ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଖଞ୍ଜିଥିବା ବୋମା ଫାଟିବା ଫଳରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ବିମାନ ବନ୍ଦରକୁ ବନ୍ଦ କରାଯାଇଥିବା ବେଳେ ୮୭ ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି । ସୂଚନାଥାଉକି, ଜାପାନ ଗ୍ରାଉଣ୍ଡ ସେଲ୍ଫ ଡିଫେନ୍ସର ଏକ ବୋମା ନିଷ୍କାସନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ବିସ୍ଫୋରଣର କାରଣ ପୋତା ଯାଇଥିବା ଆମେରିକୀୟ ବୋମା ବୋଲି ସ୍ପଷ୍ଟ କରିଛି । 

ଯାହା ଜଣାପଡ଼ିଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପକାଇଥିବା ବୋମା ବିସ୍ପୋରଣ ନ ହୋଇ ମାଟି ତଳେ ପୋତି ହୋଇଯାଇଥିଲା । ସ୍ଥାନୀୟ ବ୍ରଡକାଷ୍ଟର ଏମଆରଟି ଅନୁଯାୟୀ, ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଲାଇଭ୍ କ୍ୟାମ ଫୁଟେଜରେ ବିସ୍ଫୋରଣର ମାତ୍ର ଦୁଇ ମିନିଟ ପୂର୍ବରୁ ଗୋଟିଏ ବିମାନ ଅବତରଣ କରିଥିବା ଦେଖାଯାଇଛି । ଜାପାନର ବରିଷ୍ଠ ସରକାରୀ ମୁଖପାତ୍ର ୟୋସିମାସା ହାୟାଶି କହିଛନ୍ତି, ରନୱେ ବନ୍ଦ ହେତୁ ୮୭ ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି। 

ଆଉ ବିସ୍ଫୋରଣର ବିପଦ ନାହିଁ। ଗର୍ତ୍ତ ଭରିବା ପାଇଁ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଛି।  କ୍ୟୁଶୁ ଦ୍ୱୀପର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ମିୟାଜାକି ବିମାନବନ୍ଦର ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜାପାନର ନୌସେନା ବେସ ଥିଲା । ଏଠାରୁ ଶହ ଶହ ଯୁବକ "କାମିକାଜେ" ପାଇଲଟ୍ ମିଶନରେ ଯାଇଥିଲେ । ପରିବହନ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ମିୟାଜାକି ବିମାନବନ୍ଦରରୁ ଅନେକ ଅଫୁଟା ବୋମା ମିଳିସାରିଛି ।