ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଇଲିଆନା, ନୂଆବର୍ଷରେ ପୋଷ୍ଟ କରି କଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଦ୍ୱୀତିୟଥର ମା’ ହେବାକୁ ଯାଉଛନ୍ତି ବଲିଉଡ ନାୟିକା ଇଲିଆନା ଡି’କୃଜ୍। ନୂଆବର୍ଷରେ ଇଲିଆନା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରୁ ଏହି ଚର୍ଚ୍ଚା ହେଉଛି। ପୋଷ୍ଟ କରିଥିବା ଭିଡିଓରେ ଇଲିଆନା ୨୦୨୪ରେ ସମସ୍ତ ଅଭୁଲା ମୁହୂର୍ତ୍ତକୁ ମାନେ ପକାଇବା ସହିତ ୨୦୨୫ କୁ ସ୍ୱାଗତ କରିଛନ୍ତି। ଏହି ଭିଡିଓରେ 2024ର ପ୍ରତ୍ୟେକ ମାସରେ ଘଟିଥିବା ଘଟଣାବଳୀକୁ ସୁନ୍ଦର ଭାବେ ମାତ୍ର କିଛି ସେକେଣ୍ଡରେ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓରେ ଯେତେବେଳେ ଅକ୍ଟୋବର ମାସ ଆସୁଛି ସେତେବେଳେ […] The post ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଇଲିଆନା, ନୂଆବର୍ଷରେ ପୋଷ୍ଟ କରି କଲେ ଆଶ୍ଚର୍ଯ୍ୟ appeared first on Dharitri Odia News.

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଇଲିଆନା, ନୂଆବର୍ଷରେ ପୋଷ୍ଟ କରି କଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଦ୍ୱୀତିୟଥର ମା’ ହେବାକୁ ଯାଉଛନ୍ତି ବଲିଉଡ ନାୟିକା ଇଲିଆନା ଡି’କୃଜ୍। ନୂଆବର୍ଷରେ ଇଲିଆନା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରୁ ଏହି ଚର୍ଚ୍ଚା ହେଉଛି। ପୋଷ୍ଟ କରିଥିବା ଭିଡିଓରେ ଇଲିଆନା ୨୦୨୪ରେ ସମସ୍ତ ଅଭୁଲା ମୁହୂର୍ତ୍ତକୁ ମାନେ ପକାଇବା ସହିତ ୨୦୨୫ କୁ ସ୍ୱାଗତ କରିଛନ୍ତି। ଏହି ଭିଡିଓରେ 2024ର ପ୍ରତ୍ୟେକ ମାସରେ ଘଟିଥିବା ଘଟଣାବଳୀକୁ ସୁନ୍ଦର ଭାବେ ମାତ୍ର କିଛି ସେକେଣ୍ଡରେ ପ୍ରସ୍ତୁତ କରାଯାଇଛି।

ଏହି ଭିଡିଓରେ ଯେତେବେଳେ ଅକ୍ଟୋବର ମାସ ଆସୁଛି ସେତେବେଳେ ଇଲିଆନା ଭବବବିହ୍ଵଳ ହୋଇ ପ୍ରେଗ୍ନେନ୍ସି ଟେଷ୍ଟ କିଟ୍ କୁ କ୍ୟାମେରା ଆଗକୁ ଦେଖାଉଛନ୍ତି। ଭିଡ଼ିଓର ପୋଷ୍ଟରେ ସେ ଲେଖିଛନ୍ତି, ଭଲପାଇବା, ଶାନ୍ତି, ଦୟା। ଆଶା କରୁଛି ୨୦୨୫ ରେ ଆହୁରି ସୁଖ ଶାନ୍ତି ଆସିବ।

 

View this post on Instagram

 

A post shared by Ileana D’Cruz (@ileana_official)

ଯଦିଓ ଇଲିଆନା ତାଙ୍କ କ୍ୟାପ୍ସନରେ ଦ୍ୱିତୀୟ ଗର୍ଭଧାରଣ ବିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିନାହାଁନ୍ତି, ପ୍ରଶଂସକମାନେ ତାଙ୍କ ସାଥୀ ମାଇକେଲ୍ ଡୋଲାନଙ୍କ ସହ ଆଉ ଏକ ସନ୍ତାନ ଆଶା କରୁଛନ୍ତି କି ନାହିଁ ତାହା ଅନୁମାନ କରିବାକୁ ତତ୍ପର ହୋଇପଡିଛନ୍ତି। ତାଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, “ତୁମେ ପୁଣି ଗର୍ଭବତୀ କି?” ଅନ୍ୟ ଜଣେ ଲେଖିଛନ୍ତି, “ଅପେକ୍ଷା କର … ଅକ୍ଟୋବର … ପୁଣି ଅଭିନନ୍ଦନ !!!”

The post ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଇଲିଆନା, ନୂଆବର୍ଷରେ ପୋଷ୍ଟ କରି କଲେ ଆଶ୍ଚର୍ଯ୍ୟ appeared first on Dharitri Odia News.