ଦ୍ୱିଶତକ ପରେ ବି ମିଳିଲାନି ପ୍ଲେୟାର ଅଫ ଦ ମ୍ୟାଚ: ଜୟସ୍ବାଲ ହତାଶ, ବୁମରା ମାରିନେଲେ ବାଜି…
ବିଶାଖାପଟ୍ଟନମ,୫।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ତ୍ତମାନ ୧-୧ ରେ ବରାବର ହୋଇଛି । ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା ଯାହା ଭ୍ରମଣକାରୀ ଦଳ ଜିତିଥିଲା। ବିଶାଖାପଟ୍ଟନମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚକୁ ୧୦୬ରନରେ ଜିତି ଭାରତ ସମାନ ପଏଣ୍ଟ ହାସଲ କରିଛି। ଏହି ମ୍ୟାଚରେ ଯଶସ୍ବୀ ଜୟସ୍ବାଲ ପ୍ରଥମ ଇନିଂସରେ ଭାରତ ପାଇଁ ଦ୍ୱିଶତକ ହାସଲ କରିଥିଲେ। ଏହି ବିସ୍ଫୋରକ ଇନିଂସ ଯୋଗୁଁ ହିଁ ଭାରତ ବିଜୟର […] The post ଦ୍ୱିଶତକ ପରେ ବି ମିଳିଲାନି ପ୍ଲେୟାର ଅଫ ଦ ମ୍ୟାଚ: ଜୟସ୍ବାଲ ହତାଶ, ବୁମରା ମାରିନେଲେ ବାଜି… appeared first on Dharitri Odia News.
ବିଶାଖାପଟ୍ଟନମ,୫।୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ତ୍ତମାନ ୧-୧ ରେ ବରାବର ହୋଇଛି । ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା ଯାହା ଭ୍ରମଣକାରୀ ଦଳ ଜିତିଥିଲା। ବିଶାଖାପଟ୍ଟନମରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚକୁ ୧୦୬ରନରେ ଜିତି ଭାରତ ସମାନ ପଏଣ୍ଟ ହାସଲ କରିଛି। ଏହି ମ୍ୟାଚରେ ଯଶସ୍ବୀ ଜୟସ୍ବାଲ ପ୍ରଥମ ଇନିଂସରେ ଭାରତ ପାଇଁ ଦ୍ୱିଶତକ ହାସଲ କରିଥିଲେ। ଏହି ବିସ୍ଫୋରକ ଇନିଂସ ଯୋଗୁଁ ହିଁ ଭାରତ ବିଜୟର ମୂଳଦୁଆ ପକାଇବାକୁ ସକ୍ଷମ ହୋଇଥିଲା।
ବିଶାଖାପଟ୍ଟନମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଙ୍କ ସମେତ ପୁରା ବ୍ୟାଟିଂ ଅର୍ଡର ରନ ସ୍କୋର କରିବାରେ ବିଫଳ ହୋଇଥିଲା। ଜୟସ୍ବାଲ ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରି ସ୍କୋରକୁ ୩୯୬ରନକୁ ନେଇଥିଲେ। ସେ ୧୯ ଚୌକା ଓ ୭ ଛକା ସହାୟତାରେ ୨୯୦ ବଲରେ ୨୦୯ ରନ ସ୍କୋର କରିଥିଲେ। ଭାରତର କୌଣସି ବ୍ୟାଟ୍ସମ୍ୟାନ ପ୍ରଥମ ଇନିଂସରେ ୩୫ ରନ ମଧ୍ୟ ସ୍କୋର କରି ନ ଥିଲେ।
ତେବେ ଜୟସ୍ବାଲଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଭାବେ ଚୟନ କରାଯାଇ ନାହିଁ। ମ୍ୟାଚରେ ୯ ୱିକେଟ ନେଇଥିବା ଜଶପ୍ରିତ ବୁମରାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଭାବେ ମନୋନୀତ କରାଯାଇଛି। ବୁମରା ଭାରତ ପାଇଁ ୱିକେଟ ନେଇଥିଲେ ଯେଉଁ ସମୟରେ ଦଳ ଏହାକୁ ଅଧିକ ଆବଶ୍ୟକ କରୁଥିଲା। ମ୍ୟାଚ ଟିମ ଇଣ୍ଡିଆ ଆଡକୁ ମୁହାଁଇବା ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ତାଙ୍କୁ ଚୟନ କରାଯାଇଛି।
The post ଦ୍ୱିଶତକ ପରେ ବି ମିଳିଲାନି ପ୍ଲେୟାର ଅଫ ଦ ମ୍ୟାଚ: ଜୟସ୍ବାଲ ହତାଶ, ବୁମରା ମାରିନେଲେ ବାଜି… appeared first on Dharitri Odia News.