ଦୟା ନଦୀ ପ୍ରଦୂଷଣ ରୋକିବାକୁ ଜଳ ସମ୍ପଦ ବିଭାଗକୁ ‘ବିଏମସି’ର ଚିଠି
ଭୁବନେଶ୍ୱର: ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ନଦୀ ଯୋଗୁଁ ଦୟା ନଦୀ ଦୂଷିତ ହେଉଛି । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି କି, ଏହି ଦୁଇ ନଦୀକୁ ସଫା କରିବା ସହ ଶିଳ୍ପ ସଂସ୍ଥା ଗୁଡିକ ଟ୍ରିଟମେଣ୍ଟ କରି STP ଜରିଆରେ ପାଣି ଛାଡିଲେ ପ୍ରଦୂଷଣ ହୁଅନ୍ତା ନାହିଁ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ମେୟରଙ୍କ ପକ୍ଷରୁ ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି […]

ଭୁବନେଶ୍ୱର: ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ନଦୀ ଯୋଗୁଁ ଦୟା ନଦୀ ଦୂଷିତ ହେଉଛି । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି କି, ଏହି ଦୁଇ ନଦୀକୁ ସଫା କରିବା ସହ ଶିଳ୍ପ ସଂସ୍ଥା ଗୁଡିକ ଟ୍ରିଟମେଣ୍ଟ କରି STP ଜରିଆରେ ପାଣି ଛାଡିଲେ ପ୍ରଦୂଷଣ ହୁଅନ୍ତା ନାହିଁ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ମେୟରଙ୍କ ପକ୍ଷରୁ ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ମୁଖ୍ୟ ଶାସନ ସଚିବଙ୍କ ସହ ବି ଆଲୋଚନା ହୋଇଛି । ସେମାନେ ବି ଏହି ନଦୀ ଗୁଡିକୁ ସଫା କରିବାକୁ ଚାହୁଁଛନ୍ତି । ପରୀକ୍ଷାମୂଳକ ଭାବେ ଦୟା ୱେଷ୍ଟ କେନାଲକୁ ସଫା କରିବାକୁ BMC ଚାହୁଁଛି । ଏଥିପାଇଁ ଜଳ ସମ୍ପଦ ବିଭାଗର ଅନୁମତି, ଅର୍ଥ ଓ ମାନବ ସମ୍ବଳ ଆବଶ୍ୟକ । BMC ନିଜ ଅର୍ଥରେ ପଳାଶୁଣି ପାଖରେ 100 ମିଟର ସଫା କରୁଛୁ । ଯାହା ଜାରିଆରେ ସବୁଜିମା ରହିବା ସହ ଆଲିଆ ଆସିବ ନାହିଁ । ଅନୁମତି ମିଳିଲେ, ଦୟା ୱେଷ୍ଟ ପରେ ଗଙ୍ଗୁଆ ବି ସଫା କରିବେ । STP ଓ FSTP ବି ଚାଲୁ ଅଛି । ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅନୁରୋଧ ଯେ ସେମାନେ ମଞ୍ଚେଶ୍ୱରରେ ଥିବା ଶିଳ୍ପ ସଂସ୍ଥାଙ୍କୁ ଅଳିଆ ନ ଛାଡିବା ନେଇ ତାଗିଦ କରିବେ । ତା ଦ୍ୱାରା ପ୍ରଦୂଷଣ ରୋକିବା ସହ ରୋଗରୁ ମୁକ୍ତ ପାଇବେ ଲୋକ ।