ଦୟା ନଦୀରୁ ନରକଙ୍କାଳ ଉଦ୍ଧାର, ହତ୍ୟାକାଣ୍ଡ ସନ୍ଦେହ

ବାଲିପାଟଣା ୧୪।୩: ରାଜଧାନୀ ଉପକଣ୍ଠ ଧଉଳି ଥାନା ଖଟୁଆପଡ଼ା ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର ହୋଇଛି । କଙ୍କାଳଟି ଏକ ଅଖାରେ ଭର୍ତ୍ତି ହୋଇ ନଦୀ କୂଳରେ ଭାସୁଥିଲା । ସ୍ଥାନୀୟ କିଛି ଲୋକ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଧଉଳି ପୋଲିସ୍ ପହଞ୍ଚି କଙ୍କାଳକୁ ଜବତ କରିବା ସହ ଖୋଳତାଡ ଆରମ୍ଭ କରିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଏହି କଙ୍କାଳଟି ଦୟା ନଦୀରେ ଭାସି ଆସି ଖଟୁଆପଡା ନିକଟରେ ନଦୀ କୂଳରେ ଲାଗିଥିଲା । ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନେ ମୃତ ବ୍ୟକ୍ତିଙ୍କୁ ଏକ ଜରି ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ ବିଭିନ୍ନ ଥାନା ଅଞ୍ଚଳରେ ନିଖୋଜ ମାମଲାର ସୂଚନା ସଂଗ୍ରହ କରି ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି । ଆବଶ୍ୟକ ହେଲେ କଙ୍କାଳର ଡିଏନଏ ସଂଗ୍ରହ କରାଯିବ ।You Can Read :ପୁରୀ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ୍‌ରେ ବୁଲୁଥିଲେ, ମଉକା ଦେଖି ଗ୍ରାହକଙ୍କୁ ଲୁଟୁଥିଲେ : ଗଞ୍ଜାମରୁ ଏଭଳି ସ୍ମାର୍ଟ ଚୋରକୁ ଗିରଫ କଲା ପୋଲିସ

ଦୟା ନଦୀରୁ ନରକଙ୍କାଳ ଉଦ୍ଧାର, ହତ୍ୟାକାଣ୍ଡ ସନ୍ଦେହ

ବାଲିପାଟଣା ୧୪।୩: ରାଜଧାନୀ ଉପକଣ୍ଠ ଧଉଳି ଥାନା ଖଟୁଆପଡ଼ା ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର ହୋଇଛି । କଙ୍କାଳଟି ଏକ ଅଖାରେ ଭର୍ତ୍ତି ହୋଇ ନଦୀ କୂଳରେ ଭାସୁଥିଲା । ସ୍ଥାନୀୟ କିଛି ଲୋକ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଧଉଳି ପୋଲିସ୍ ପହଞ୍ଚି କଙ୍କାଳକୁ ଜବତ କରିବା ସହ ଖୋଳତାଡ ଆରମ୍ଭ କରିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । 

ଏହି କଙ୍କାଳଟି ଦୟା ନଦୀରେ ଭାସି ଆସି ଖଟୁଆପଡା ନିକଟରେ ନଦୀ କୂଳରେ ଲାଗିଥିଲା । ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନେ ମୃତ ବ୍ୟକ୍ତିଙ୍କୁ ଏକ ଜରି ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ ବିଭିନ୍ନ ଥାନା ଅଞ୍ଚଳରେ ନିଖୋଜ ମାମଲାର ସୂଚନା ସଂଗ୍ରହ କରି ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି । ଆବଶ୍ୟକ ହେଲେ କଙ୍କାଳର ଡିଏନଏ ସଂଗ୍ରହ କରାଯିବ ।

You Can Read :

ପୁରୀ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ୍‌ରେ ବୁଲୁଥିଲେ, ମଉକା ଦେଖି ଗ୍ରାହକଙ୍କୁ ଲୁଟୁଥିଲେ : ଗଞ୍ଜାମରୁ ଏଭଳି ସ୍ମାର୍ଟ ଚୋରକୁ ଗିରଫ କଲା ପୋଲିସ