ଧକ୍କା ଦେଲା ମୋ ବସ୍, ନବମ ଶ୍ରେଣୀ ଛାତ୍ର ଗୁରୁତର

ସାଲେପୁର ୨୭।୬: କଟକ ସାଲେପୁର ରାସ୍ତାର ସାଲେପୁର ଶିଶୁଆ ବଜାର ନିକଟରେ  ମୋ ବସ୍ ଧକ୍କାରେ ନବମ ଶ୍ରେଣୀର ଛାତ୍ର ଗୁରୁତର । ମୋ ବସ୍ ଧକ୍କାରେ ଛାତ୍ର ଜଣକ ପାଖାପାଖି ୧୫ମିଟର ସାଇକେଲ ସହ ଘୋଷାରି ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗୁରୁତର ଛାତ୍ର ଜଣକ ହେଲେ ଶିଶୁଆ ଅଞ୍ଚଳର ଅମୂଲ୍ୟ ଛାଟୋଇଙ୍କ ନବମ ଶ୍ରେଣୀରେ ପଡୁଥିବା ପୁତ୍ର ବଳରାମ ଛାଟୋଇ। ବଳରାମଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି  ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ଛାତ୍ରକୁ କଟକ ବଡ଼ମେଡିକାଲକୁ ଚିକିତ୍ସାପାଇଁ ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ମୋ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ସୁଦ୍ଧା ଡ୍ରାଇଭର ଓ କଣ୍ଡକ୍ଟର ଉତ୍ତ୍ୟକ୍ତ ଲୋକେ ଛାଡି ନଥିଲେ । ଉଚ୍ଚ କର୍ତ୍ତୃପକ୍ଷ ଆସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ।

ଧକ୍କା ଦେଲା ମୋ ବସ୍, ନବମ ଶ୍ରେଣୀ ଛାତ୍ର ଗୁରୁତର

ସାଲେପୁର ।୬: କଟକ ସାଲେପୁର ରାସ୍ତାର ସାଲେପୁର ଶିଶୁଆ ବଜାର ନିକଟରେ  ମୋ ବସ୍ ଧକ୍କାରେ ନବମ ଶ୍ରେଣୀର ଛାତ୍ର ଗୁରୁତର । ମୋ ବସ୍ ଧକ୍କାରେ ଛାତ୍ର ଜଣକ ପାଖାପାଖି ୧୫ମିଟର ସାଇକେଲ ସହ ଘୋଷାରି ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗୁରୁତର ଛାତ୍ର ଜଣକ ହେଲେ ଶିଶୁଆ ଅଞ୍ଚଳର ଅମୂଲ୍ୟ ଛାଟୋଇଙ୍କ ନବମ ଶ୍ରେଣୀରେ ପଡୁଥିବା ପୁତ୍ର ବଳରାମ ଛାଟୋଇ। ବଳରାମଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି  ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା । ସେଠାରୁ ଗୁରୁତର ଅବସ୍ଥାରେ ଛାତ୍ରକୁ କଟକ ବଡ଼ମେଡିକାଲକୁ ଚିକିତ୍ସାପାଇଁ ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ମୋ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ସୁଦ୍ଧା ଡ୍ରାଇଭର ଓ କଣ୍ଡକ୍ଟର ଉତ୍ତ୍ୟକ୍ତ ଲୋକେ ଛାଡି ନଥିଲେ । ଉଚ୍ଚ କର୍ତ୍ତୃପକ୍ଷ ଆସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକ।