ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡିଲେ ସୁନା ବ୍ୟବସାୟୀ: ଦୀପାବଳି ସାରି ଶାନ୍ତିରେ ଶୋଇଗଲେ ଯେ, ଆଉ…

ଜୟପୁର,୧ା୧୧: ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡ଼ିଲେ ସୁନା ବ୍ୟବସାୟୀ। ଘଟଣାର ୨ ଦିନ ପରେ ବୁଜିଲେ ଆଖି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ଜୟପୁରରେ। ଜୟପୁର ସହରର ମୁଖ୍ୟ ରାସ୍ତାରେ ଥିବା ନ୍ୟୁବାସବି ଜୁଏଲେରୀ ମାଲିକ ହରପ୍ରସାଦ ରାଓଙ୍କ ସୁନା ଦୋକାନରେ ମଙ୍ଗଳବାର ଚଢ଼ାଉ ହୋଇଥିଲା। ଏହାକୁ ସହି ନ ପାରି ସେ ଚିନ୍ତାଗ୍ରସ୍ତରେ ରହୁଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ସେ ଗୁରୁବାର ରାତିରେ ଦୀପାବଳି ସାରି ଶୋଇଥିବା ବେଳେ […] The post ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡିଲେ ସୁନା ବ୍ୟବସାୟୀ: ଦୀପାବଳି ସାରି ଶାନ୍ତିରେ ଶୋଇଗଲେ ଯେ, ଆଉ… appeared first on Dharitri Odia News.

ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡିଲେ ସୁନା ବ୍ୟବସାୟୀ: ଦୀପାବଳି ସାରି ଶାନ୍ତିରେ ଶୋଇଗଲେ ଯେ, ଆଉ…

ଜୟପୁର,୧ା୧୧: ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡ଼ିଲେ ସୁନା ବ୍ୟବସାୟୀ। ଘଟଣାର ୨ ଦିନ ପରେ ବୁଜିଲେ ଆଖି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ଜୟପୁରରେ। ଜୟପୁର ସହରର ମୁଖ୍ୟ ରାସ୍ତାରେ ଥିବା ନ୍ୟୁବାସବି ଜୁଏଲେରୀ ମାଲିକ ହରପ୍ରସାଦ ରାଓଙ୍କ ସୁନା ଦୋକାନରେ ମଙ୍ଗଳବାର ଚଢ଼ାଉ ହୋଇଥିଲା। ଏହାକୁ ସହି ନ ପାରି ସେ ଚିନ୍ତାଗ୍ରସ୍ତରେ ରହୁଥିଲେ ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ସେ ଗୁରୁବାର ରାତିରେ ଦୀପାବଳି ସାରି ଶୋଇଥିବା ବେଳେ ଶୁକ୍ରବାର ସକାଳ ୮ଟା ଯାଏ ଉଠି ନ ଥିଲେ। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଲୋକ ଲଜ୍ୟାକୁ ସହି ନପାରି ହୃଦ୍‌ଘାତରେ ଭାଇଙ୍କ ମୃତ୍ୟୁ ଘଟିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି।
ହରପ୍ରସାଦଙ୍କ ମୃତ୍ୟୁକୁ ନେଇ ଜୟପୁର ଚାମ୍ବର ଅଫ କର୍ମସ ଅଭିଯୋଗ କରିଛି । ଶୁକ୍ରବାର ସା ୫ଟାରେ ନେହୁରୁ ନଗରସ୍ଥିତ ବେଦିକାରେ ଏକ ସାମ୍ବାଦିକ ସମ୍ମିଳନି କରି ସୁଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ଶନିବାର ସକାଳ ୬ ଟାରୁ ସା ୬ଟା ଯାଏ ୧୨ ଘଣ୍ଟା ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରାଯାଇଛି। ଏପରି ଘଟଣା ନ ଦୋହରାଇବା ପାଇଁ ଚାମ୍ବାର ଅଫ କମର୍ସ ତରଫରୁ ବନ୍ଦ ଡକରା ଦିଆଯାଇଛି ।

The post ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡିଲେ ସୁନା ବ୍ୟବସାୟୀ: ଦୀପାବଳି ସାରି ଶାନ୍ତିରେ ଶୋଇଗଲେ ଯେ, ଆଉ… appeared first on Dharitri Odia News.