ଧନଶ୍ରୀଙ୍କୁ ସପୋର୍ଟ କରିବାକୁ ପହଞ୍ଚିଲେ ଚହଲ

ମୁମ୍ବାଇ: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲା ଜା’ର ସେଟରେ ଦେଖିବାକୁ ମିଳିଛି। ସେ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ସମର୍ଥନ କରିବାକୁ ଏଠାକୁ ଆସିଥିଲେ। ଧନଶ୍ରୀ ମଧ୍ୟ ଏଥର ଶୋ’ରେ ଭାଗ ନେଉଛନ୍ତି। ଏହି ଶୋ’ରେ ତାଙ୍କୁ ଏକ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି। ଧନଶ୍ରୀ ଜଣେ ଭଲ ଡ୍ୟାନ୍ସର। ସେ ଜଣେ କୋରିଓଗ୍ରାଫର୍‌। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସ ଭିଡିଓ ପୋଷ୍ଟ କରନ୍ତି। ଏହି କାରଣରୁ […] The post ଧନଶ୍ରୀଙ୍କୁ ସପୋର୍ଟ କରିବାକୁ ପହଞ୍ଚିଲେ ଚହଲ appeared first on Dharitri Odia News.

ଧନଶ୍ରୀଙ୍କୁ ସପୋର୍ଟ କରିବାକୁ ପହଞ୍ଚିଲେ ଚହଲ

ମୁମ୍ବାଇ: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲା ଜା’ର ସେଟରେ ଦେଖିବାକୁ ମିଳିଛି। ସେ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ସମର୍ଥନ କରିବାକୁ ଏଠାକୁ ଆସିଥିଲେ। ଧନଶ୍ରୀ ମଧ୍ୟ ଏଥର ଶୋ’ରେ ଭାଗ ନେଉଛନ୍ତି। ଏହି ଶୋ’ରେ ତାଙ୍କୁ ଏକ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି।

ଧନଶ୍ରୀ ଜଣେ ଭଲ ଡ୍ୟାନ୍ସର। ସେ ଜଣେ କୋରିଓଗ୍ରାଫର୍‌। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସ ଭିଡିଓ ପୋଷ୍ଟ କରନ୍ତି। ଏହି କାରଣରୁ ତାଙ୍କୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲା ଜା’କୁ ଡକାଯାଇଛି।
ଶୋ’ରେ ଧନଶ୍ରୀ ଅଂଶଗ୍ରହଣ କରୁଥିବା ଦେଖି ୟୁଜବେନ୍ଦ୍ର ଚହଲ ମଧ୍ୟ ସମୟ ବାହାର କରି ଶୋ’କୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ଶୋ’ର ସୋସିଆଲ ମିଡିଆ ଆକାଉଣ୍ଟରୁ ଚହଲଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ମଧ୍ୟ କରାଯାଇଥିଲା। ଶେୟାର ହୋଇଥିବା ଭିଡିଓରେ ଧନଶ୍ରୀ ମଞ୍ଚରେ ନାଚୁଥିବା ନଜର ଆସିଛନ୍ତି। ତାଙ୍କର ସହଯୋଗୀ ଅଂଶଗ୍ରହଣକାରୀମାନେ ଟେଷ୍ଟ ଜର୍ସିରେ ନାଚୁଥିବାର ନଜର ଆସିଛନ୍ତି। ଏହି ସମୟରେ ଚହଲ ମଧ୍ୟ ବହୁତ ଉତ୍ସାହିତ ଥିବା ଓ ହସୁଥିବାର ନଜର ଆସିଛନ୍ତି। ଭିଡିଓରେ ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ମଜାଦାର କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳୁଛି।

The post ଧନଶ୍ରୀଙ୍କୁ ସପୋର୍ଟ କରିବାକୁ ପହଞ୍ଚିଲେ ଚହଲ appeared first on Dharitri Odia News.