ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ପୀଡ଼ିତାଙ୍କ ପୋଷାକ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଏବେ ବରଗଡ଼ ସହର ଉଠୁଛି ଓ ପଡ଼ୁଛି। ଏଭଳି ସ୍ଥିତିରେ ଏହି ମାମଲାକୁ ନେଇ ଜିଲା କଂଗ୍ରେସ ଏକ ସଙ୍ଗୀନ ଅଭିଯୋଗ ଆଣିଛି। ଉକ୍ତ ମାମଲାକୁ ଚାପିଦେବା ତଥା ମାମଲାକୁ ଭିନ୍ନମୋଡ଼ ଦେବାର ଅପଚେଷ୍ଟା ଚାଲିଛି ବୋଲି ଶନିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିଛନ୍ତି। […] The post ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ପୀଡ଼ିତାଙ୍କ ପୋଷାକ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ appeared first on Dharitri Odia News.

ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ପୀଡ଼ିତାଙ୍କ ପୋଷାକ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଏବେ ବରଗଡ଼ ସହର ଉଠୁଛି ଓ ପଡ଼ୁଛି। ଏଭଳି ସ୍ଥିତିରେ ଏହି ମାମଲାକୁ ନେଇ ଜିଲା କଂଗ୍ରେସ ଏକ ସଙ୍ଗୀନ ଅଭିଯୋଗ ଆଣିଛି। ଉକ୍ତ ମାମଲାକୁ ଚାପିଦେବା ତଥା ମାମଲାକୁ ଭିନ୍ନମୋଡ଼ ଦେବାର ଅପଚେଷ୍ଟା ଚାଲିଛି ବୋଲି ଶନିବାର ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିଛନ୍ତି।

ଖବରଦାତା ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ହରଦୀପ ସିଂ କହିଥିଲେ, ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ପୀଡ଼ିତାଙ୍କ ଯେଭଳି ଚିକିତ୍ସା ଚାଲିଛି, ତାହା ଦୁର୍ଭାଗ୍ୟଜନକ। ଏଭଳି ଏକ ସମ୍ବେଦନଶୀଳ ଘଟଣାର ପୀଡ଼ିତାଙ୍କୁ ସ୍ବତନ୍ତ୍ର କ୍ୟାବିନରେ ରଖି ଉଚ୍ଚତର ଚିକିତ୍ସା ଯୋଗାଇ ଦିଆଯିବା ଦରକାର। କିନ୍ତୁ ତାଙ୍କୁ ଜଣେ ସାଧାରଣ ରୋଗୀଭାବେ ଚିକିତ୍ସା କରାଯାଉଛି। କେହି ଭେଟିବାକୁ ଗଲେ ପୋଲିସ ସଂକ୍ରମଣ ଆଶଙ୍କା ରହିଛି ବୋଲି କହୁଛି। କିନ୍ତୁ ପୀଡ଼ିତାଙ୍କ ପାଖରେ ଡାକ୍ତର ବଦଳରେ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହୁଛନ୍ତି। ସେହିପରି କଂଗ୍ରେସ ନେତା ନିପନ କୁମାର ଦାଶ କହିଥିଲେ, ପୋଲିସର ତଦନ୍ତ ପ୍ରକ୍ରିୟା ଯେଭଳି ଚାଲିଛି, ସେଥିରୁ ମାମଲାର ବାସ୍ତବତାକୁ ଚାପିଦେବା ପାଇଁ ଉଦ୍ୟମ କରାଯାଉଥିବା ଆପେ ବାରି ହୋଇ ପଡ଼ୁଛି। ପୀଡ଼ିତା ସମ୍ପୁର୍ଣ୍ଣଭାବେ ଚେତା ଫେରି ପାରି ନାହାନ୍ତି। ସେ ବୟାନ ଦେବା ସ୍ଥିତିରେ ନାହାନ୍ତି। କିନ୍ତୁ କାହାକୁ ଆଧାର କରି ଯୁବତୀ ଉଦ୍ଧାର ହେବା ଦିନ ବରଗଡ଼ ଦାୟିତ୍ୱରେ ରହିଥିବା ବଲାଙ୍ଗିର ଏସପି ମନଗଢ଼ା ବୟାନ ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଘଟଣା ଦିନ ପୀଡ଼ିତା ପିନ୍ଧିଥିବା ପୋଷାକ କେଉଁଠି ଅଛି ଏବଂ କେଉଁ ଉଦ୍ଦେଶ୍ୟରେ ପୋଲିସ ପୀଡ଼ିତାଙ୍କ ଘରକୁ ଯାଇ ପୀଡ଼ିତାଙ୍କ ପୁରୁଣା ପୋଷାକ ମାଗିଥିଲା, ତାହା ପୋଲିସ ସ୍ପଷ୍ଟ କରୁ ବୋଲି ଦାଶ କହିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ହାଲୁକାଭାବେ ନେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ଏବଂ କଂଗ୍ରେସ ନାରୀ ସୁରକ୍ଷା ପାଇଁ ଆବ୍ଯଯକ ହେଲେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବ ବୋଲି ଦାଶ ଚେତାବନୀ ଦେଇଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁଗଳ ପ୍ରସାଦ ସିଂ, ବ୍ରହ୍ମା ମହାକୁଡ଼, ସରୋଜ ଷଡ଼ଙ୍ଗୀ, ଅଭିଷେକ ସେଠ ପ୍ରମୁଖ ଉପସ୍ଥିତ ଥିଲେ। ଶନିବାର ପୂର୍ବାହ୍ନରେ କଂଗ୍ରେସର ପ୍ରତିନିଧି ଦଳ ଭୀମସାର୍‌, ବୁର୍ଲା ଯାଇ ପୀଡ଼ିତା ଏବଂ ସେଠାରେ ଥିବା ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଏହା ସହିତ ଡାକ୍ତରଖାନା ଅଧୀକ୍ଷକଙ୍କ ସହିତ ପୀଡ଼ିତାଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ।

The post ଧନୁଯାତ୍ରା ଦେଖିବାକୁ ଆସି ଯୁବତୀଙ୍କୁ ବଳାତ୍କାର ମାମଲା: ପୀଡ଼ିତାଙ୍କ ପୋଷାକ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ appeared first on Dharitri Odia News.