ଧନୁଯାତ୍ରାକୁ ସ୍ବାଗତ ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ, ଦୁଲୁକିଲା ବରଗଡ
ବରଗଡ, ୩।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟାରେ ଉଦ୍ଘାଟିତ ହେବ। ତେବେ ବିଶ୍ୱ ପ୍ରସିଦ୍ଧ ଏହି ମହୋତ୍ସବକୁ ସ୍ବାଗତ କରିବା ପାଇଁ ଦିନ ପ୍ରାୟ ୩ଟାରୁ ଆରମ୍ଭ ହୋଇଛି ସାଂସ୍କୃତିକ ଶୋଭାଯାତ୍ରା। ବରଗଡ ଗାନ୍ଧିଛକରୁ ଶୋଭାଯାତ୍ରା ସମଲେଶ୍ବରୀ ମନ୍ଦିର ଅଭିମୁଖେ ବାହାରିଛି। ଶୋଭାଯାତ୍ରାରେ ରାଜ୍ୟ ଏବଂ ରାଜ୍ୟ ବାହାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସାମିଲ ଅଛନ୍ତି। ସାଂସ୍କୃତିକ ଶୋଭାଯାତ୍ରାରେ ବରଗଡ ସହର ଦୁଲୁକି ଉଠିଛି। ଜିଲାପାଳ, ଏସ୍ପି ଏବଂ […] The post ଧନୁଯାତ୍ରାକୁ ସ୍ବାଗତ ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ, ଦୁଲୁକିଲା ବରଗଡ appeared first on Dharitri Odia News.
ବରଗଡ, ୩।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟା ୭ଟାରେ ଉଦ୍ଘାଟିତ ହେବ। ତେବେ ବିଶ୍ୱ ପ୍ରସିଦ୍ଧ ଏହି ମହୋତ୍ସବକୁ ସ୍ବାଗତ କରିବା ପାଇଁ ଦିନ ପ୍ରାୟ ୩ଟାରୁ ଆରମ୍ଭ ହୋଇଛି ସାଂସ୍କୃତିକ ଶୋଭାଯାତ୍ରା। ବରଗଡ ଗାନ୍ଧିଛକରୁ ଶୋଭାଯାତ୍ରା ସମଲେଶ୍ବରୀ ମନ୍ଦିର ଅଭିମୁଖେ ବାହାରିଛି। ଶୋଭାଯାତ୍ରାରେ ରାଜ୍ୟ ଏବଂ ରାଜ୍ୟ ବାହାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସାମିଲ ଅଛନ୍ତି। ସାଂସ୍କୃତିକ ଶୋଭାଯାତ୍ରାରେ ବରଗଡ ସହର ଦୁଲୁକି ଉଠିଛି। ଜିଲାପାଳ, ଏସ୍ପି ଏବଂ ଧନୁଯାତ୍ରା ମହୋତ୍ସବ ସମିତିର କର୍ମକର୍ତ୍ତା ମଧ୍ୟ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଛନ୍ତି।
The post ଧନୁଯାତ୍ରାକୁ ସ୍ବାଗତ ପାଇଁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ, ଦୁଲୁକିଲା ବରଗଡ appeared first on Dharitri Odia News.