ଧନ୍କରଙ୍କ ବିରୋଧରେ ଅନାସ୍ଥା ନୋଟିସ ଖାରଜ
ନୂଆଦିଲ୍ଲୀ,୨୦ା୧୨(ପି.ଟି.):ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍ ଧନ୍କରଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦେଇଥିବା ଅନାସ୍ଥା ନୋଟିସ୍କୁ ଗୁରୁବାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଖାରଜ କରିଦେଇଛନ୍ତି। ଏହା ଗମ୍ଭୀର ତ୍ରୁଟିପୂର୍ଣ୍ଣ। ଦେଶର ସାମ୍ବିଧାନିକ ଅନୁଷ୍ଠାନ ଏବଂ ଧନ୍କରଙ୍କ ଖ୍ୟାତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ନୋଟିସ ଅଣାଯାଇଥିଲା ବୋଲି ହରିବଂଶ ରୁଲିଂରେ କହିଛନ୍ତି। ରାଜ୍ୟ ସଭା ମହାସଚିବ ପି.ସି. ମୋଦି ଏହି ରୁଲିଂ ଉପସ୍ଥାପନ କରିଥିଲେ। ଧନ୍କରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ଗତ ୧୦ ତାରିଖରେ […] The post ଧନ୍କରଙ୍କ ବିରୋଧରେ ଅନାସ୍ଥା ନୋଟିସ ଖାରଜ appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୧୨(ପି.ଟି.):ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍ ଧନ୍କରଙ୍କୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦେଇଥିବା ଅନାସ୍ଥା ନୋଟିସ୍କୁ ଗୁରୁବାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଖାରଜ କରିଦେଇଛନ୍ତି। ଏହା ଗମ୍ଭୀର ତ୍ରୁଟିପୂର୍ଣ୍ଣ। ଦେଶର ସାମ୍ବିଧାନିକ ଅନୁଷ୍ଠାନ ଏବଂ ଧନ୍କରଙ୍କ ଖ୍ୟାତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ନୋଟିସ ଅଣାଯାଇଥିଲା ବୋଲି ହରିବଂଶ ରୁଲିଂରେ କହିଛନ୍ତି। ରାଜ୍ୟ ସଭା ମହାସଚିବ ପି.ସି. ମୋଦି ଏହି ରୁଲିଂ ଉପସ୍ଥାପନ କରିଥିଲେ। ଧନ୍କରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ଗତ ୧୦ ତାରିଖରେ ଦିଆଯାଇଥିବା ଅନାସ୍ଥା ନୋଟିସ୍ରେ ବିରୋଧୀ ଦଳର ୬୦ ସଦସ୍ୟ ସ୍ବାକ୍ଷର କରିଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ପକ୍ଷପାତ କରୁଥିବାରୁ ତାଙ୍କ ଉପରେ ଆସ୍ଥା ନ ଥିବା ନୋଟିସରେ ଦର୍ଶାଯାଇଥିଲା। ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଇ କେବଳ ପ୍ରଚାର ଲକ୍ଷ୍ୟରେ ଏଭଳି ନୋଟିସ ଅଣାଯାଇଛି। ସର୍ବବୃହତ୍ ଗଣତନ୍ତ୍ରର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅପମାନିତ କରିବା ପାଇଁ ଏହା ଏକ ଦୁଃସାହସିକ ଅଭିଯାନ ବୋଲି ହରିବଂଶ କହିଛନ୍ତି।
The post ଧନ୍କରଙ୍କ ବିରୋଧରେ ଅନାସ୍ଥା ନୋଟିସ ଖାରଜ appeared first on Dharitri Odia News.