ଧବଳେଶ୍ୱର ପୀଠରେ ପଞ୍ଚୁକ ବ୍ରତ, ୧୦୮ କଳସ ସୁବାଷିତ ଜଳରେ ସ୍ନାନ କଲେ ମହାଦେବ

ଆଠଗଡ ୧୨/୧୧: ଆରମ୍ଭ ହୋଇଯାଇଛି ମହା କାର୍ତ୍ତିକ ମାସର ଶେଷ ପର୍ବ । ଆଜି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ମହାପ୍ରଭୂ ଶ୍ରୀ ଶ୍ରୀ ଧବଳେଶ୍ବରଙ୍କ ପୀଠରେ ପାଳିତ ହେଉଛି ପଞ୍ଚୁକ ନୀତି । ତେବେ ଏହି ପଞ୍ଚୁକ ଅବସରରେ ଦେଵ ଦୁର୍ଲ୍ଲଭ ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ସୂଚନା ଥାଉକି, ପୂଜକ ସମିତି ପକ୍ଷରୁ ରାତ୍ରି ୩ ଟାରୁ ମନ୍ଦିର ପହଡ଼ ଖୋଲି ୧୦୮ କଳସ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ରୀତିନୀତି ସମାପନ ପରେ ଦର୍ଶନ ନିମନ୍ତେ ଦ୍ଵାର ଫିଟା ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ୍ ଫୋର୍ସ ସହିତ ଓଡ୍ରାଫ ଅଗ୍ନିଶମ ବାହିନୀ ମଧ୍ୟ ଯାତ୍ରୀମାନଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି। ପଞ୍ଚୁକ ଅବସରରେ ମନ୍ଦିରରେ ଭକ୍ତଙ୍କ ଲାଗିଛି ଗହଳି । ପ୍ରଭୁଙ୍କ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଭକ୍ତ । ସେପଟେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 

ଧବଳେଶ୍ୱର ପୀଠରେ ପଞ୍ଚୁକ ବ୍ରତ, ୧୦୮ କଳସ ସୁବାଷିତ ଜଳରେ ସ୍ନାନ କଲେ ମହାଦେବ

ଆଠଗଡ ୧୨/୧୧: ଆରମ୍ଭ ହୋଇଯାଇଛି ମହା କାର୍ତ୍ତିକ ମାସର ଶେଷ ପର୍ବ । ଆଜି ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ମହାପ୍ରଭୂ ଶ୍ରୀ ଶ୍ରୀ ଧବଳେଶ୍ବରଙ୍କ ପୀଠରେ ପାଳିତ ହେଉଛି ପଞ୍ଚୁକ ନୀତି । ତେବେ ଏହି ପଞ୍ଚୁକ ଅବସରରେ ଦେଵ ଦୁର୍ଲ୍ଲଭ ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । 

ସୂଚନା ଥାଉକି, ପୂଜକ ସମିତି ପକ୍ଷରୁ ରାତ୍ରି ୩ ଟାରୁ ମନ୍ଦିର ପହଡ଼ ଖୋଲି ୧୦୮ କଳସ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ରୀତିନୀତି ସମାପନ ପରେ ଦର୍ଶନ ନିମନ୍ତେ ଦ୍ଵାର ଫିଟା ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ୍ ଫୋର୍ସ ସହିତ ଓଡ୍ରାଫ ଅଗ୍ନିଶମ ବାହିନୀ ମଧ୍ୟ ଯାତ୍ରୀମାନଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି। 

ପଞ୍ଚୁକ ଅବସରରେ ମନ୍ଦିରରେ ଭକ୍ତଙ୍କ ଲାଗିଛି ଗହଳି । ପ୍ରଭୁଙ୍କ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଭକ୍ତ । ସେପଟେ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।