ଧରମ ଭାଣିଜୀକୁ ମାମୁଁର ଦୁଷ୍କର୍ମ ଓ ହତ୍ୟା ମାମଲା : ୬୮ ଦିନରେ ରାୟ ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ
ବାଲେଶ୍ବର: ରେମୁଣା ଥାନା ଅଞ୍ଚଳରେ ଗତ ଅଗଷ୍ଟ ମାସରେ ଘଟିଥିବା ଲଜ୍ଜାଜନକ ଓ ଅମାନୁଷିକ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ଘଟଣଶ ଘଟିବାର ୬୮ ଦିନ ପରେ ବାଲେଶ୍ବର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି। ଧରମ ଭାଣିଜୀକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମାମୁଁକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୫ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୨ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ରହିଛି। […]

ବାଲେଶ୍ବର: ରେମୁଣା ଥାନା ଅଞ୍ଚଳରେ ଗତ ଅଗଷ୍ଟ ମାସରେ ଘଟିଥିବା ଲଜ୍ଜାଜନକ ଓ ଅମାନୁଷିକ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ଘଟଣଶ ଘଟିବାର ୬୮ ଦିନ ପରେ ବାଲେଶ୍ବର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଆଜି ଏହି ମାମଲାର ରାୟ ଶୁଣାଇଛନ୍ତି। ଧରମ ଭାଣିଜୀକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମାମୁଁକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୫ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ ୨ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ରହିଛି। ଏଥି ସହିତ ପୀଡିତାଙ୍କ ପରିବାରକୁ ୯ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରଞ୍ଜନ କୁମାର ସୁତାର।
ସୂଚନାଯୋଗ୍ୟ ରେମୁଣା ଅଞ୍ଚଳର ରହୁଥିବା ନାବାଳିକା ଜଣଙ୍କ ଅଗଷ୍ଟ ୨୭ର ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଏହାର ୩ ଦିନ ପରେ ପରିବାର ଲୋକ ଅଗଷ୍ଟ ୩୦ରେ ରେମୁଣା ଥାନାରେ ଅଭିଯୋଗ କରିଥିଲେ। ତେବେ ସେହି ଦିନ ରେମୁଣା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଦୁର୍ଗନ୍ଧ ଆସିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ଏଥିସହ ନାବାଳିକାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ଛିହ୍ନଟ କରିଥିଲେ । ନାବାଳିକା ନିଖୋଜ ହେବା ଦିନ ସମ୍ପର୍କୀୟ ମାମୁଁ ରବି ସିଂହଙ୍କ ସହ ବାହାରକୁ ଯାଇଥିଲେ । ତା’ପରଠୁ ନାବାଳିକା ଜଣଙ୍କ ନିଖୋଜ ଥିବା ପରିବାର ଲୋକେ ମଧ୍ୟ ଅଭିଯୋଗ କରିଥିଲେ।
ତେବେ ପିଚାଶ ମାମୁଁ ଧରମ ଭାଣିଜୀକୁ ଦୁଷ୍କର୍ମ ପରେ ଘଟଣାକୁ ଲୁଚାଇବାକୁ ହତ୍ୟା କରିଥିବା ଜଣାପଡିଥିଲା। ଏହାପରେ ଅଭିଯୁକ୍ତ ରବି ସିଂହକୁ ପୁଲିସ ଅଟକ ରଖି ପଚରା ଉଚୁରା କରିବାରୁ ସତ ସାମ୍ନାକୁ ଆସିଥିଲା। ଏହାପରେ ରବି ସିଂହ ଜେଲରେ ରହିଥିଲା। ଏହି ଘଟଣା ପରେ ଆଜି ୬୮ ଦିନ ପରେ ଧରମ ମାମୁଁ କଳା କରନାମାର ରାୟ ଆସିଛି। ଧରମ ଭାଣିଜୀକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ରବି ସିଂହକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରଞ୍ଜନ କୁମାର ସୁତାର। ୨୩ ଜଣ ସାକ୍ଷୀଙ୍କ ବୟାନ ଓ ୪୦ଟି ଦସ୍ତାବିଜକୁ ଆଧାରକରି ରାୟ ଶୁଣାଇଛନ୍ତି କୋର୍ଟ। ସରକାରଙ୍କ ତରଫରୁ ଓକିଲ ପ୍ରଣବ ପଣ୍ଡା ମାମଲା ପରିଚାଳନା କରୁଥିଲେ।