ଧରା ପଡିଲା ୭ ଫୁଟିଆ ବଉଳା କୁମ୍ଭୀର, ଭିତରକନିକାରେ ଛାଡିଲେ ବନବିଭାଗ

ଭୋଗରାଇ ୦୮/୧୧: ଦୀର୍ଘ ସମୟ ଅପରେସନ ପରେ ଧରା ପଡିଲା ୭ ଫୁଟିଆ ବଉଳା କୁମ୍ଭୀର । ଗୁରୁବାର ଠାରୁ ୩୦ ଜଣିଆ ଟିମ ଜାଲ ବିଛାଇ ଜଗି ରହିଥିବା ବେଳେ ବିଳମ୍ବିତ ରାତିରେ କୁମ୍ଭୀର ଧରିବାରେ ସଫଳ ହୋଇଛି ବନବିଭାଗ । କୁମ୍ଭୀରଟିକୁ ଭିତରକନିକା ନିଆଯାଇଛି । ସୂଚନା ଥାଉକି, ବନ ବିଭାଗ ରାତି ଯାକ ଅକ୍ଲାନ୍ତ ପରିଶ୍ରମରେ ବିଚିତ୍ରପୁର ନାଳରୁ ଧରିଥିଲା ବଉଳା କୁମ୍ଭୀର । ଯାହାର ଲମ୍ବ ୭ ଫୁଟ ୬ ଇଞ୍ଚ ବୋଲି ଜଣା ପଡିଛି । ଧରା ପଡିବା ପରେ ବନ ବିଭାଗ କୁମ୍ଭୀର ଟିକୁ ଭିତରକନିକାରେ ଛଡା ଯାଇଛି ବୋଲି ସୂଚନା ଦେଇଛନ୍ତି ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଧେହ କରାଯାଉଥିଲା । କୁମ୍ଭୀରଟିକୁ ଧରିବା ପାଇଁ ରାତିରେ ସମୁଦ୍ରକୁ ଲାଗିଥିବା ନାଳୀ ଭିତରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମର ପେଟ୍ରୋଲିଂ କରିଥିଲା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରେ କୁମ୍ଭୀର ଠାବ ହେବା ପରେ ଲୋକେ ଭୟଭୀତ ହୋଇ ରହିଥିଲେ । ଯାହାକୁ ଧରିବା ପାଇଁ ବନବିଭାଗର ପକ୍ଷରୁ ଗତକାଲି ଦିନ ୨ ଟାରୁ ରାତି ୧୨ ପର୍ଯ୍ୟନ୍ତ ପ୍ରୟାସ ଜାରି ରହିଥିଲା । ଏହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ବନବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା । ତେବେ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରାୟ ରାତି ୧ ଟାରେ ଧରା ପଡିଛି ବୋଲି ସୂଚନା ମିଳିଛି l

ଧରା ପଡିଲା ୭ ଫୁଟିଆ ବଉଳା କୁମ୍ଭୀର, ଭିତରକନିକାରେ ଛାଡିଲେ ବନବିଭାଗ

ଭୋଗରାଇ ୦୮/୧୧: ଦୀର୍ଘ ସମୟ ଅପରେସନ ପରେ ଧରା ପଡିଲା ୭ ଫୁଟିଆ ବଉଳା କୁମ୍ଭୀର । ଗୁରୁବାର ଠାରୁ ୩୦ ଜଣିଆ ଟିମ ଜାଲ ବିଛାଇ ଜଗି ରହିଥିବା ବେଳେ ବିଳମ୍ବିତ ରାତିରେ କୁମ୍ଭୀର ଧରିବାରେ ସଫଳ ହୋଇଛି ବନବିଭାଗ । କୁମ୍ଭୀରଟିକୁ ଭିତରକନିକା ନିଆଯାଇଛି । 

ସୂଚନା ଥାଉକି, ବନ ବିଭାଗ ରାତି ଯାକ ଅକ୍ଲାନ୍ତ ପରିଶ୍ରମରେ ବିଚିତ୍ରପୁର ନାଳରୁ ଧରିଥିଲା ବଉଳା କୁମ୍ଭୀର । ଯାହାର ଲମ୍ବ ୭ ଫୁଟ ୬ ଇଞ୍ଚ ବୋଲି ଜଣା ପଡିଛି । ଧରା ପଡିବା ପରେ ବନ ବିଭାଗ କୁମ୍ଭୀର ଟିକୁ ଭିତରକନିକାରେ ଛଡା ଯାଇଛି ବୋଲି ସୂଚନା ଦେଇଛନ୍ତି ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଧେହ କରାଯାଉଥିଲା । 

କୁମ୍ଭୀରଟିକୁ ଧରିବା ପାଇଁ ରାତିରେ ସମୁଦ୍ରକୁ ଲାଗିଥିବା ନାଳୀ ଭିତରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମର ପେଟ୍ରୋଲିଂ କରିଥିଲା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରେ କୁମ୍ଭୀର ଠାବ ହେବା ପରେ ଲୋକେ ଭୟଭୀତ ହୋଇ ରହିଥିଲେ । ଯାହାକୁ ଧରିବା ପାଇଁ ବନବିଭାଗର ପକ୍ଷରୁ ଗତକାଲି ଦିନ ୨ ଟାରୁ ରାତି ୧୨ ପର୍ଯ୍ୟନ୍ତ ପ୍ରୟାସ ଜାରି ରହିଥିଲା । 

ଏହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ବନବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା । ତେବେ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରାୟ ରାତି ୧ ଟାରେ ଧରା ପଡିଛି ବୋଲି ସୂଚନା ମିଳିଛି l