ଧରାପଡ଼ିଲେ ଅନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗ: ବିପୁଳ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ

ବଲାଙ୍ଗୀର,୨।୮: ବଲାଙ୍ଗୀର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବଲାଙ୍ଗୀର ପୋଲିସର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ଜଣ ଅନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ଗିରଫ ଡକାୟତମାନେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟର ବୋଲି ଜଣାପଡିଛି। ପୋଲିସ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା ଏବଂ ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ କରିଥିବା ଜଣାପଡିଛି। ଏନେଇ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଗିରଫ ଡକାୟତଙ୍କ ନାମରେ […] The post ଧରାପଡ଼ିଲେ ଅନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗ: ବିପୁଳ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ appeared first on Dharitri Odia News.

ଧରାପଡ଼ିଲେ ଅନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗ: ବିପୁଳ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ

ବଲାଙ୍ଗୀର,୨।୮: ବଲାଙ୍ଗୀର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବଲାଙ୍ଗୀର ପୋଲିସର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ଜଣ ଅନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ଗିରଫ ଡକାୟତମାନେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟର ବୋଲି ଜଣାପଡିଛି। ପୋଲିସ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା ଏବଂ ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ କରିଥିବା ଜଣାପଡିଛି।

ଏନେଇ ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଗିରଫ ଡକାୟତଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ତାନରେ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ଏପରିକି ପୋଲିସ ଅଧିକ ତଦନ୍ତ ପାଇଁ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ସୂଚନା ମିଳିଛି।

The post ଧରାପଡ଼ିଲେ ଅନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗ: ବିପୁଳ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ appeared first on Dharitri Odia News.