ଧରାପଡିଲେ ୭ ହାତୀ ଦାନ୍ତ ଶିକାରୀ, ଶୁନେଇ ଡ୍ୟାମ୍ରୁ ୫ଟି ହାତୀ ଦାନ୍ତ ଜବତ କଲା ବନବିଭାଗ
ବାରିପଦା: ଫେଲ୍ ମାରିଲା ହାତୀ ଦାନ୍ତ ଚାଲାଣ ଉଦ୍ୟମ । ୭ ବେପାରୀଙ୍କୁ ଧରିଲା ପୋଲିସ । ଶିମିଳିପାଳ ଦକ୍ଷିଣ ଡିଭିଜନ ଓ ବାରିପଦା ଫରେଷ୍ଟ ଡିଭିଜନର ମିଳିତ ଚଢାଉରୁ ପୋଲିସକୁ ଏହି ସଫଳତା ମିଳିଛି । କପ୍ତିପଦା ରେଞ୍ଜ ଶୁନେଇ ଡ୍ୟାମ୍ ଅଞ୍ଚଳରୁ ୫ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଘଟଣାରେ ୭ ଜଣଙ୍କୁ ଅଟକ ରଖାଯାଇଥିବାବେଳେ, ଏତେ ଗୁଡିଏ ହାତୀ ଦାନ୍ତ କେଉଁଠୁ ଆସିଲା ? ରାକେଟର ଚେର କେତେ ଯାଏ ଲମ୍ବିଛି ସେ ନେଇ ଅଧିକ ଖୋଳତାଡ଼ କରାଯିବ ବୋଲି କହିଛି ବନ ବିଭାଗ ।