‘ଧରିତ୍ରୀ’ରେ ପ୍ରକାଶିତ ଖବର ପରେ କାର୍ଯ୍ୟାନୁଷ୍ଠାନ: ନିଜ ପ୍ରାପ୍ୟ ପାଇଲେ କାଥରୀନା

ଦାରିଙ୍ଗବାଡି,୨୭।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମର କାଥରୀନା ଦିଗାଲଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହ ଆଗୁଆ ୪୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ହେଲେ ଉକ୍ତ ଅର୍ଥ ତାଙ୍କ ଆକାଉଣ୍ଟକୁ ଆସିବା ବଦଳରେ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଉକ୍ତ ଅର୍ଥ ପ୍ରଦାନ କରାଯାଇଥିଲା। ତତ୍କାଳ ବିଡ଼ିଓ ଗଦାଧର ପାତ୍ରଙ୍କ ନିକଟରେ ଅଭିଯୋଗ ପରେ ଉକ୍ତ ଅର୍ଥ କାଥରୀନା ଫେରିପାଇଥିଲେ। ପୁଣି ଦ୍ୱିତୀୟଥର […] The post ‘ଧରିତ୍ରୀ’ରେ ପ୍ରକାଶିତ ଖବର ପରେ କାର୍ଯ୍ୟାନୁଷ୍ଠାନ: ନିଜ ପ୍ରାପ୍ୟ ପାଇଲେ କାଥରୀନା appeared first on Dharitri Odia News.

‘ଧରିତ୍ରୀ’ରେ ପ୍ରକାଶିତ ଖବର ପରେ କାର୍ଯ୍ୟାନୁଷ୍ଠାନ: ନିଜ ପ୍ରାପ୍ୟ ପାଇଲେ କାଥରୀନା

ଦାରିଙ୍ଗବାଡି,୨୭।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମର କାଥରୀନା ଦିଗାଲଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବା ସହ ଆଗୁଆ ୪୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ହେଲେ ଉକ୍ତ ଅର୍ଥ ତାଙ୍କ ଆକାଉଣ୍ଟକୁ ଆସିବା ବଦଳରେ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଉକ୍ତ ଅର୍ଥ ପ୍ରଦାନ କରାଯାଇଥିଲା। ତତ୍କାଳ ବିଡ଼ିଓ ଗଦାଧର ପାତ୍ରଙ୍କ ନିକଟରେ ଅଭିଯୋଗ ପରେ ଉକ୍ତ ଅର୍ଥ କାଥରୀନା ଫେରିପାଇଥିଲେ।

ପୁଣି ଦ୍ୱିତୀୟଥର ମଧ୍ୟ ସେଭଳି ହୋଇଥିବା ଜଣାପଡିବା ପରେ ପ୍ରଶାସନର ହସ୍ତକ୍ଷେପ ପରେ କାଥରୀନା ନିଜ ପ୍ରାପ୍ୟ ପାଇଥିଲେ ଏଭଳି ତୃତୀୟ ଓ ଶେଷ କିସ୍ତି ବିଲ ମଧ୍ୟ ତୃତୀୟ ପାର୍ଟିକୁ ଉକ୍ତ ଅର୍ଥ ପ୍ରଦାନ କରାଯାଇଥିବା କାଥରୀନା ଜାଣିବାକୁ ପାଇବା ପରେ ଏନେଇ ସେ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ନିଜ ପ୍ରାପ୍ୟ ପାଇବା ନେଇ ଆଶା ଛାଡି ଦେଇଥିଲେ। ଏନେଇ ‘ଧରିତ୍ରୀ’ରେ ଗତ ବୁଧବାର ଖବର ପ୍ରକାଶିତ ପରେ ବିଡ଼ିଓ ପ୍ରୀତିରଞ୍ଜନ ରଥ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଯେଉଁ ତୃତୀୟ ପାର୍ଟି ଆକାଉଣ୍ଟକୁ ଅର୍ଥ ଯାଇଥିଲା ଉକ୍ତ ଆକାଉଣ୍ଟକୁ ବ୍ୟାଙ୍କକୁ ଚିଠି କରି ହୋଲଡ଼ କରିବା ସହ କାଥରୀନାଙ୍କ ଆକାଉଣ୍ଟକୁ ନିଜ ପ୍ରାପ୍ୟ ଫେରାଇବା ବ୍ୟବସ୍ଥା କରିଥିଲେ ମଙ୍ଗଳବାର ନିଜ ପ୍ରାପ୍ୟକୁ କାଥରୀନା ପାଇଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, କାଥରୀନା ଭଳି ବାଡାବାଙ୍ଗା ପଞ୍ଚାୟତ ସମେତ ଭ୍ରମରବାଡ଼ି ଓ ଅନ୍ୟ ପଞ୍ଚାୟତରେ ମଧ୍ୟ ଘଟଣା ଘଟିଥିବା ପ୍ରକୃତ ହିତାଧିକାରୀ ଉକ୍ତ ଅର୍ଥ ପାଇବା ବଦଳରେ ଅନ୍ୟ ଜଣଙ୍କ ଆକାଉଣ୍ଟ ନମ୍ବର ଦେଇ ଅର୍ଥ ହଡ଼ପ ଭଳି ଘଟଣା ଦେଖିବାକୁମିଳିଛି।

 

The post ‘ଧରିତ୍ରୀ’ରେ ପ୍ରକାଶିତ ଖବର ପରେ କାର୍ଯ୍ୟାନୁଷ୍ଠାନ: ନିଜ ପ୍ରାପ୍ୟ ପାଇଲେ କାଥରୀନା appeared first on Dharitri Odia News.