ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା
ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରାଯାଇଛି। ୬ ବର୍ଷ ପାଇଁ ମୋଦିଙ୍କୁ ନିର୍ବାଚନ ଲଢିବାରୁ ଦୂରେଇ ରଖାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି। କୋର୍ଟ ଏହାର ଶୁଣାଣି ଏପ୍ରିଲ ୨୯ ଅର୍ଥାତ ସୋମବାର କରିବେ। ଆଇନଜୀବୀ ଆନନ୍ଦ ଏସ ଜୋନଧାଲେ ଏପରି […] The post ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା appeared first on Dharitri Odia News.
ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରାଯାଇଛି। ୬ ବର୍ଷ ପାଇଁ ମୋଦିଙ୍କୁ ନିର୍ବାଚନ ଲଢିବାରୁ ଦୂରେଇ ରଖାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି। କୋର୍ଟ ଏହାର ଶୁଣାଣି ଏପ୍ରିଲ ୨୯ ଅର୍ଥାତ ସୋମବାର କରିବେ।
ଆଇନଜୀବୀ ଆନନ୍ଦ ଏସ ଜୋନଧାଲେ ଏପରି ଆବେଦନ କରିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସଚିନ ଦତ୍ତା ଏହାର ଶୁଣାଣି କରିଥାଆନ୍ତେ। କିନ୍ତୁ ସେ ୟୁଏପିଏ ଟ୍ରିବ୍ୟୁନାଲରେ ବସିଥିବାରୁ ଆବେଦନର ଶୁଣାଣି ହୋଇପାରି ନାହିଁ। ଆନନ୍ଦ ନିଜ ଆବେଦନରେ କହିଛନ୍ତି ଯେ, ମୋଦିଙ୍କୁ ଜନ ପ୍ରତିନିଧି ଆଇନ ଅନୁସାରେ ୬ ବର୍ଷ ପାଇଁ ନିର୍ବାଚନ କମିଶନର ଅଯୋଗ୍ୟ ଘୋଷଣା କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏଥିସହ ଆଗକୁ ମୋଦି ଯେମତି କୌଣସି ଭଗବାନ କିମ୍ବା ଧର୍ମ ନାଁରେ ଭୋଟ ମାଗିବେ ନାହିଁ, ତା’ର ବ୍ୟବସ୍ଥା କରନ୍ତୁ।
The post ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା appeared first on Dharitri Odia News.