ଧର୍ମ ପ୍ରଚାରକରୁ ରାଷ୍ଟ୍ରପତି: ଇରାନ୍ କ୍ଷମତାକେନ୍ଦ୍ରର ଦ୍ୱୀତିୟ ଶକ୍ତିଶାଳୀ 'ଇବ୍ରାହିମ ରଇସୀ'
ନୂଆଦିଲ୍ଲୀ: ହେଲିକପ୍ଟର କ୍ରାସ୍ରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ମୃତ୍ୟୁ ! ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଜୋଲଫା ସହର ନିକଟରେ ଘଟିଛି ଏହି ଘଟଣା। ଏହି ଖବରକୁ ନେଇ ସମଗ୍ର ଇରାନ୍ ସ୍ତବ୍ଧ। ହେଲିକପ୍ଟର କିପରି ଦୁର୍ଘଟଣା ହେଲା, ଏନେଇ ଚାଲିଛି ତଦନ୍ତ। ଇରାନ୍ କ୍ଷମତାକେନ୍ଦ୍ରର ଦ୍ୱୀତିୟ ଶକ୍ତିଶାଳୀ ବ୍ୟକ୍ତି ଥିଲେ ଇବ୍ରାହିମ୍ ରଇସୀ। କହିବାକୁ ଗଲେ ଇରାନ୍ ସୁପ୍ରିମ୍ ଲିଡର୍ ଅୟତୋଲ୍ଲା ଅଲ୍ଲୀ ଖାମିନେଇଙ୍କ ସବୁଠୁ ନିକଟତର। ରାଷ୍ଟ୍ରପତି ଇବ୍ରାହିମ ରଇସୀ ସବୁବେଳେ କଳା ପଗଡି ପିନ୍ଧନ୍ତି। ଯାହା ଇସଲାମ ଧର୍ମଗୁରୁ ମହମ୍ମଦଙ୍କ ବଂଶଧର ବୋଲି ସୂଚାଇଥାଏ। ସେ ଥିଲେ ଜଣେ ଧର୍ମ ପ୍ରଚାରକ। ଶିଆ ଧର୍ମଗୁରୁ ଅୟତୋଲ୍ଲାଙ୍କ ପରେ ଇରାନର ସୁପ୍ରିମକୋର୍ଟକୁ ଯାଇଥିବା ଦେଶର ଦ୍ୱିତୀୟ ଧାର୍ମିକ ନେତା ଥିଲେ ରଇସୀ।୧୯୬୦ ମସିହା ଡିସେମ୍ବର ୧୪ରେ ଇରାନର ମଶହଦ ସହରରେ ଜନ୍ମଗ୍ରହଣ କରିଥିଲେ ଇବ୍ରାହିମ ରଇସୀ। ଏହି ସହରରେ ଶିଆ ମୁସଲମାନମାନଙ୍କ ପାଇଁ ସବୁଠାରୁ ପବିତ୍ର ବିବେଚନା କରାଯାଉଥିବା ଏକ ମସଜିଦ ମଧ୍ୟ ରହିଛି। ସେ ଖୁବ୍ କମ୍ ବୟସରେ ଉଚ୍ଚ ପଦବୀରେ ପହଞ୍ଚିଥିଲେ। ରଇସିଙ୍କ ବାପା ଜଣେ ମୌଲବୀ ଥିଲେ। ରଇସିଙ୍କୁ 5 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ୧୫ ବର୍ଷ ବୟସରେ ସେ କୋମ ସହରରେ ଅବସ୍ଥିତ ଏକ ଶିଆ ପ୍ରତିଷ୍ଠାନରେ ପାଠପଢା ଆରମ୍ଭ କରିଥିଲେ।ରଇସୀ ଚରମପନ୍ଥୀ ଚିନ୍ତ
ନୂଆଦିଲ୍ଲୀ: ହେଲିକପ୍ଟର କ୍ରାସ୍ରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ମୃତ୍ୟୁ ! ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଦୂର ଜୋଲଫା ସହର ନିକଟରେ ଘଟିଛି ଏହି ଘଟଣା। ଏହି ଖବରକୁ ନେଇ ସମଗ୍ର ଇରାନ୍ ସ୍ତବ୍ଧ। ହେଲିକପ୍ଟର କିପରି ଦୁର୍ଘଟଣା ହେଲା, ଏନେଇ ଚାଲିଛି ତଦନ୍ତ। ଇରାନ୍ କ୍ଷମତାକେନ୍ଦ୍ରର ଦ୍ୱୀତିୟ ଶକ୍ତିଶାଳୀ ବ୍ୟକ୍ତି ଥିଲେ ଇବ୍ରାହିମ୍ ରଇସୀ। କହିବାକୁ ଗଲେ ଇରାନ୍ ସୁପ୍ରିମ୍ ଲିଡର୍ ଅୟତୋଲ୍ଲା ଅଲ୍ଲୀ ଖାମିନେଇଙ୍କ ସବୁଠୁ ନିକଟତର।
ରାଷ୍ଟ୍ରପତି ଇବ୍ରାହିମ ରଇସୀ ସବୁବେଳେ କଳା ପଗଡି ପିନ୍ଧନ୍ତି। ଯାହା ଇସଲାମ ଧର୍ମଗୁରୁ ମହମ୍ମଦଙ୍କ ବଂଶଧର ବୋଲି ସୂଚାଇଥାଏ। ସେ ଥିଲେ ଜଣେ ଧର୍ମ ପ୍ରଚାରକ। ଶିଆ ଧର୍ମଗୁରୁ ଅୟତୋଲ୍ଲାଙ୍କ ପରେ ଇରାନର ସୁପ୍ରିମକୋର୍ଟକୁ ଯାଇଥିବା ଦେଶର ଦ୍ୱିତୀୟ ଧାର୍ମିକ ନେତା ଥିଲେ ରଇସୀ।
୧୯୬୦ ମସିହା ଡିସେମ୍ବର ୧୪ରେ ଇରାନର ମଶହଦ ସହରରେ ଜନ୍ମଗ୍ରହଣ କରିଥିଲେ ଇବ୍ରାହିମ ରଇସୀ। ଏହି ସହରରେ ଶିଆ ମୁସଲମାନମାନଙ୍କ ପାଇଁ ସବୁଠାରୁ ପବିତ୍ର ବିବେଚନା କରାଯାଉଥିବା ଏକ ମସଜିଦ ମଧ୍ୟ ରହିଛି। ସେ ଖୁବ୍ କମ୍ ବୟସରେ ଉଚ୍ଚ ପଦବୀରେ ପହଞ୍ଚିଥିଲେ। ରଇସିଙ୍କ ବାପା ଜଣେ ମୌଲବୀ ଥିଲେ। ରଇସିଙ୍କୁ 5 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ୧୫ ବର୍ଷ ବୟସରେ ସେ କୋମ ସହରରେ ଅବସ୍ଥିତ ଏକ ଶିଆ ପ୍ରତିଷ୍ଠାନରେ ପାଠପଢା ଆରମ୍ଭ କରିଥିଲେ।
ରଇସୀ ଚରମପନ୍ଥୀ ଚିନ୍ତାଧାରାର ଅନୁଗାମୀ ଥିଲେ। ଇରାନର ସବୁଠୁ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ତଥା ମଶହାଦ୍ ସହରର ଅଷ୍ଟମ ଶିଆ ଇମାମ ଅଲି ରେଜାଙ୍କ ପବିତ୍ର ସମାଧୀସ୍ଥଳ ଆସ୍ତାନ-ଏ-କୁଡ୍ସର ପୃଷ୍ଠପୋଷକ ମଧ୍ୟ ଥିଲେ।
୧୯୮୯ ରୁ ୧୯୯୪ ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସୀ ତେହେରାନର ମହାଅଧିବକ୍ତା ଥିଲେ ଏବଂ ୨୦୦୪ରୁ ଏକ ଦଶନ୍ଧି ପର୍ଯ୍ୟନ୍ତ ଜୁଡିସିଆଲ ଅଥରିଟିର ଡେପୁଟି ଚିଫ୍ ଥିଲେ। ଏହା ପରେ ସେ ଇରାନ ସୁପ୍ରିମକୋର୍ଟର ମୁଖ୍ୟ ରହିଲେ। ରଇସୀ ଇରାନର କଟ୍ଟରପନ୍ଥୀ ନେତା ତଥା ଦେଶର ସର୍ବୋଚ୍ଚ ଧର୍ମଗୁରୁ ଆୟତୋଲ୍ଲା ଅଲି ଖାମିନେଇଙ୍କ ନିକଟତର ବୋଲି ବିବେଚନା କରାଯାଏ। ୨୦୨୧ ଜୁନ୍ରେ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।
ସୂଚନାଯୋଗ୍ୟ ଯେ ୧୯୮୮ରେ ଇବ୍ରାହିମ ରାଇସି ସେହି ଗୁଇନ୍ଦା ଟ୍ରିବ୍ୟୁନାଲରେ ଯୋଗ ଦେଇଥିଲେ, ଯାହା 'ଦେଥ୍ କମିଟି' ଭାବରେ ଜଣାଶୁଣା। ଏହି କମିଟି ରାଜନୈତିକ କାର୍ଯ୍ୟକଳାପ ହେତୁ ପୂର୍ବରୁ ଜେଲ ଦଣ୍ଡ ଭୋଗୁଥିଲେ। ଏହି କଏଦୀମାନେ ଇରାନର ପିପୁଲ୍ସ ମୁଜାହିଦ୍ଦିନ ସଂଗଠନର ସମର୍ଥକ ଥିଲେ। ଏମାନେ ଇରାନରେ ବାମପନ୍ଥୀ ପ୍ରଚାର କରୁଥିଲେ। ଏହି ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।
ରାଷ୍ଟ୍ରପତି ଭାବରେ ଦେଶର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଓ ବିଶେଷ କରି ଆଣିବିକ ଶକ୍ତିକୁ ବଢାଇବା ଦିଗରେ ରାଇସିଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଗତ ଏପ୍ରିଲ ଇସ୍ରାଏଲ ଉପରେ ଆକ୍ରମଣକୁ ସମର୍ଥନ କରିଥିଲେ ରଇସୀ ଯେଉଁଥିରେ ୩୦୦ରୁ ଅଧିକ ଡ୍ରୋନ୍ ଏବଂ ମିସାଇଲ ମାଡ କରାଯାଇଥିଲା। କେବଳ ସେତିକି ନୁହେଁ ୨୦୨୨ରେ ଜଣେ ଇରାନ ମହିଳା ମହସା ଆମିନିଙ୍କ ମୃତ୍ୟୁକୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ଭାର ସମ୍ଭାଳିଥିଲେ ରଇସୀ। ତାଙ୍କର ଏଭଳି ମୃତ୍ୟୁକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା।