ଧର୍ମଗଡ ଠାରେ ୧୧କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ।
କଳାହାଣ୍ଡି:୦୨/୧୨ ବିଶ୍ୱର ମଙ୍ଗଳ କାମନା ନିମନ୍ତେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ନିର୍ଦ୍ଦେଶ କ୍ରମେ ସାରା ଭାରତରେ ଯଜ୍ଞମାନ ଅନୁଷ୍ଠିତ ହେଉଛି,ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ରବିବାର ଦିନ ଗାୟତ୍ରୀ ପରିବାର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପୂର୍ବତନ ଜିଲ୍ଲା କୋର୍ଡିନେଟର ସୁରେଶ କୁମାର ମୁଣ୍ଡ ଙ୍କ ନେତୃତ୍ୱରେ ସଭା ଆୟୋଜନ ହୋଇଥିଲା ବେଳେ ସର୍ବ ପ୍ରଥମେ ସାମୁହିକ ଭାବରେ ତିନି ଥର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ହୋଇ ଯଜ୍ଞ […] The post ଧର୍ମଗଡ ଠାରେ ୧୧କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ। appeared first on Odisha.News.

କଳାହାଣ୍ଡି:୦୨/୧୨
ବିଶ୍ୱର ମଙ୍ଗଳ କାମନା ନିମନ୍ତେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ନିର୍ଦ୍ଦେଶ କ୍ରମେ ସାରା ଭାରତରେ ଯଜ୍ଞମାନ ଅନୁଷ୍ଠିତ ହେଉଛି,ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ରବିବାର ଦିନ ଗାୟତ୍ରୀ ପରିବାର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପୂର୍ବତନ ଜିଲ୍ଲା କୋର୍ଡିନେଟର ସୁରେଶ କୁମାର ମୁଣ୍ଡ ଙ୍କ ନେତୃତ୍ୱରେ ସଭା ଆୟୋଜନ ହୋଇଥିଲା ବେଳେ ସର୍ବ ପ୍ରଥମେ ସାମୁହିକ ଭାବରେ ତିନି ଥର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ହୋଇ ଯଜ୍ଞ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥଲା।ଆସନ୍ତା ଡ଼ିସେମ୍ବର ତା ୩୦,୩୧/୨୦୨୪ ଓ ନବବର୍ଷ ୦୧/୦୧/୨୦୨୫ ରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର କେବିଡି ଠାରେ ୧୧ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ଅନୁଷ୍ଠିତ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା।ଏହି ଅବସରରେ ଆସନ୍ତା ୧୫ ତାରିଖରେ ଭୂମି ପୁଜନ ହେବାର ସ୍ଥିର କରାଯାଇଥିଲା।ଏହି ବୈଠକରେ ବରିଷ୍ଠ ଗାୟତ୍ରୀ ପରିବାର ନରେନ୍ଦ୍ର କୁମାର ପଣ୍ଡା, ଘନ ଅଗ୍ରୱାଲ, କିଶୋର ଅଗ୍ରୱାଲ,ମୃତ୍ୟୁଞ୍ଜୟ ଅଗ୍ରୱାଲ, କପିଲ ଅଗ୍ରୱାଲ, ସେତୁ ଅଗ୍ରୱାଲ,ସଞ୍ଜୀବ ପଟ୍ଟଯୋଶୀ, ସାନୁର୍ଯ୍ୟ ଚଲାନ, ପଙ୍କଜ ଛତ୍ରିଆ, ସଂମ୍ପତି ପଟେଲ, ଲଲିତ ଅଗ୍ରୱାଲ, ବିରଞ୍ଚି ବେହେରା, ପ୍ରଦୀପ୍ତ କୁମାର ମୁଣ୍ଡ, ଗୌର ନାଏକ, ଗରୀବ ହରିଜନ, ମନୁହର ନାଏକ, କାଳିଆ ସତନାମୀ, ସୁବାଷ ନାଗ ଓ ପରିବ୍ରାଜକ ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆସନ୍ତୁ ଗଢ଼ିବା ନାରୀ ଜାଗରଣ ସଂସ୍କାରର ଆସାମଞ୍ଜୁରି ମୁଣ୍ଡ, ସୁନୀତା ଅଗ୍ରୱାଲ,ରେଖା ଅଗ୍ରୱାଲ, ମିରା ଦିଦି, ପ୍ରମୁଖ ଉପସ୍ଥିତଥିଲେ।
The post ଧର୍ମଗଡ ଠାରେ ୧୧କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ। appeared first on Odisha.News.