ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ମାରାଥନ ପ୍ରଚାର ଆରମ୍ଭ।

କୋକସରା:୧୩/୦୪ ନିର୍ବାଚନ ପାଇଁ ଦଲୀୟ ଟିକେଟ ବଣ୍ଟନ ପରେ ଦଲୀୟ ପ୍ରାର୍ଥୀ ମାନେ ଦିନରାତି ଏକ କରି ଭୋଟର ଓ ସମର୍ଥକ ଙ୍କୁ ମନାଇବା ପାଇଁ ରଣନୀତି ଆରମ୍ଭ କରିଛନ୍ତି।କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ରୁ ଭେଟେରାନ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ଦଳ ପୁନର୍ବାର ଟିକେଟ ଦେଇ ନିର୍ବାଚନ ମୈଦାନ ରେ ଉତାରି ଥିବା ବେଳେ ରାଜନୈତିକ ଗୋଟି ଚାଳନା ରେ ଅଭିଜ୍ଞ ପୁଷ୍ପେନ୍ଦ୍ର ସିଂଦେଓ ନିଜର ରଣନୀତି କୁ ନେଇ ନିଜର […] The post ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ମାରାଥନ ପ୍ରଚାର ଆରମ୍ଭ। appeared first on Odisha.News.

ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ମାରାଥନ ପ୍ରଚାର ଆରମ୍ଭ।

କୋକସରା:୧୩/୦୪
ନିର୍ବାଚନ ପାଇଁ ଦଲୀୟ ଟିକେଟ ବଣ୍ଟନ ପରେ ଦଲୀୟ ପ୍ରାର୍ଥୀ ମାନେ ଦିନରାତି ଏକ କରି ଭୋଟର ଓ ସମର୍ଥକ ଙ୍କୁ ମନାଇବା ପାଇଁ ରଣନୀତି ଆରମ୍ଭ କରିଛନ୍ତି।କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ରୁ ଭେଟେରାନ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ଦଳ ପୁନର୍ବାର ଟିକେଟ ଦେଇ ନିର୍ବାଚନ ମୈଦାନ ରେ ଉତାରି ଥିବା ବେଳେ ରାଜନୈତିକ ଗୋଟି ଚାଳନା ରେ ଅଭିଜ୍ଞ ପୁଷ୍ପେନ୍ଦ୍ର ସିଂଦେଓ ନିଜର ରଣନୀତି କୁ ନେଇ ନିଜର ନିର୍ବାଚନ କ୍ଷେତ୍ରରେ ପ୍ରଚାର ଆରମ୍ଭ କରିଛନ୍ତି। ଅନ୍ୟ ପଟରେ କୋକସରା ବ୍ଲକ ରେ ପୁଷ୍ପେନ୍ଦ୍ର ଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ। ଶନିବାର ବ୍ଲକ ର କନ୍ଦାବୁଟୁରା, କାଶିବାହାଲ,ଫୁଫଗାଁ ପଂଚାୟତ ର ଅନେକ ଗ୍ରାମ ରେ ପହଞ୍ଚି ପ୍ରଚାର କରିଛନ୍ତି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ। ତାଙ୍କ ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ,ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା,ଯୁବନେତା ଡାକେଶ୍ୱର ଲହଜଳ,ଲଡୁଗାଁ ପଞ୍ଚାୟତ ବିଜେଡି ସଭାପତି ରବି ନାରାୟଣ ଦାସ,ସନ୍ତୋଷ ଦାସ, ଶ୍ରୀମନ୍ତ ପାଢ଼ୀ,ପ୍ରମୋଦ ଅଗ୍ରୱାଲ, ମନୋଜ ବେହେରା, ପ୍ରଣବ ବେହେରା,ବିପ୍ର ପଟେଲ, ମନୁରାମ ପଟେଲ, କିଶୋର ନାଏକ କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ,ବିଜେଡି ନାରିନେତ୍ରୀ ଅଶୋକା ନାଏକ ଓ ଦଲୀୟ କର୍ମୀମାନେ ଉପସ୍ଥିତ ରହି ପ୍ରଚାର ରେ ସହଯୋଗ କରିଥିଲେ।

The post ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ମାରାଥନ ପ୍ରଚାର ଆରମ୍ଭ। appeared first on Odisha.News.