ଧର୍ମଗଡ ରେ ବିଜେଡି ର ସଂକଳ୍ପ ସମାବେଶ।

କୋକସରା:୦୩/୦୪ ତିନି ପ୍ରମୁଖ ଦଳରେ ପ୍ରାର୍ଥୀ ଘୋଷଣା ହେବାପରେ ଧର୍ମଗଡ ବିଧାନସଭା କ୍ଷେତ୍ରରେ ରାଜନୀତି ଉଷ୍ମତା ବଢ଼ି ଚାଲିଛି ବିଭିନ୍ନ ଦଳ ନିଜ ସପକ୍ଷରେ ଜନମତ ପାଇଁ ଲାଗି ପଡିଛନ୍ତି । ଆଜି ଧର୍ମଗତ ସନ୍ଧିକୁଲିହାରି ଆମ୍ବ ତୋଟା ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ବିଜେଡି ର ଧର୍ମଗତ ବିଧାୟକ ପ୍ରାର୍ଥି ଶ୍ରୀ ପୁସ୍ପେନ୍ଦ୍ର ସିଂ ଦେଓ ତଥା ଅବିଭକ୍ତ କଳାହାଣ୍ଡି ଜିଲ୍ଲା ର ସାଂସଦ ପ୍ରାର୍ଥୀ […] The post ଧର୍ମଗଡ ରେ ବିଜେଡି ର ସଂକଳ୍ପ ସମାବେଶ। appeared first on Odisha.News.

ଧର୍ମଗଡ ରେ ବିଜେଡି ର ସଂକଳ୍ପ ସମାବେଶ।

କୋକସରା:୦୩/୦୪
ତିନି ପ୍ରମୁଖ ଦଳରେ ପ୍ରାର୍ଥୀ ଘୋଷଣା ହେବାପରେ ଧର୍ମଗଡ ବିଧାନସଭା କ୍ଷେତ୍ରରେ ରାଜନୀତି ଉଷ୍ମତା ବଢ଼ି ଚାଲିଛି ବିଭିନ୍ନ ଦଳ ନିଜ ସପକ୍ଷରେ ଜନମତ ପାଇଁ ଲାଗି ପଡିଛନ୍ତି । ଆଜି ଧର୍ମଗତ ସନ୍ଧିକୁଲିହାରି ଆମ୍ବ ତୋଟା ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ବିଜେଡି ର ଧର୍ମଗତ ବିଧାୟକ ପ୍ରାର୍ଥି ଶ୍ରୀ ପୁସ୍ପେନ୍ଦ୍ର ସିଂ ଦେଓ ତଥା ଅବିଭକ୍ତ କଳାହାଣ୍ଡି ଜିଲ୍ଲା ର ସାଂସଦ ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ ଯୋଗ ଦେଇଥିଲେ। ବିଜେଡି ର ଜନମୁଖି କାର୍ଯ୍ୟ ସମ୍ବନ୍ଧରେ ଘରେ ଘରେ ପହଞ୍ଚିବା ସହିତ ବିପୁଳ ସଂଖ୍ୟାରେ ବିଜୁ ଜନତା ଦଳ ପ୍ରାର୍ଥୀ ମାନଙ୍କୁ ଜିତେଇବା ସଂକଳ୍ପ ରଖିବା ପାଇଁ ଆହ୍ଵାନ ଦେଇଥିଲେ।ଏହି ସମାବେଶ ରେ ଅନେକ ବରିଷ୍ଠ ବିଜେଡି କର୍ମୀ ତଥା ଅଞ୍ଚଳର ବହୁ ମହିଳା ପୁରୁଷ ସାମିଲ ହୋଇଥିଲେ। ଶ୍ରୀ ସିଂ ଦେଓ ତଥା ବିଜେଡି ଦଳ ଉପରେ ଆସ୍ଥା ପ୍ରକଟ କରି ଅନେକ ଯୁବପିଢ଼ି ତଥା ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଦଳର କର୍ମକର୍ତା ବିଜୁ ଜନତା ଦଳରେ ଯୋଗ ଦେଇ ବିଜେଡି ର ପ୍ରାର୍ଥୀ ମାନଙ୍କୁ ଜିତେଇବା ପାଇଁ ସଂକଳ୍ପ ନେଇଥିଲେ। ଏହି ସଂକଳ୍ପ ସମାବେଶ ରେ ବିଜେଡି କର୍ମକର୍ତା ବେଶ୍ ଉତ୍ସାହ ଥିବା ଜଣା ପଡିଥିଲା। କଳାହାଣ୍ଡି ଧର୍ମଗଡ ରୁ ସୁବ୍ରତ ପଣ୍ଡା

The post ଧର୍ମଗଡ ରେ ବିଜେଡି ର ସଂକଳ୍ପ ସମାବେଶ। appeared first on Odisha.News.