ଧର୍ମଶାଳା ଇଣ୍ଡୋର ହଲରେ ତାଲା :ହୋଇପାରୁନି ନିଲାମ ,ଜିଲ୍ଲାପାଳଙ୍କ ଅଫିସରେ ପଡି ରହିଛି ଫାଇଲ

କନକବ୍ୟୁରୋ : ଧର୍ମଶାଳା ବ୍ଲକ ଜାରକା ଷ୍ଟାଡିୟମ ପରିସରରେ ରହିଛି ବଡ ସଭାଗୃହ ଓ ଅତିଥିଶାଳା । ଲୋକଙ୍କ ଅବଶ୍ୟକତାକୁ ଦେଖି ପୂର୍ବ ସରକାର କୋଟିକୋଟି ଟଙ୍କା ବ୍ୟୟରେ ଦୁଇଟି ବଡ଼ ହଲ ନିର୍ମାଣ କରିଥିଲେ । ଗୋଟିଏ ଅତିଥିଶାଳା ମଧ୍ୟ ନିର୍ମାଣ କରିଛନ୍ତି । ସ୍ଥାନୀୟ ଲୋକ ଏହାକୁ ଭଡ଼ାରେ ନେଇ ବିବାହ, ବ୍ରତ ସହ ସଭାସମିତି କରିପାରିବେ । କିନ୍ତୁ ସରକାର ବଦଳିବା ପରଠୁ ସଭାଗୃହ ଗୁଡିକ ବନ୍ଦ ହୋଇ ପଡିରହିଛି  ।  ଟେଣ୍ଡର ଫାଇଲ ଜିଲ୍ଲାପାଳଙ୍କ ଟେବୁଲରେ ପଡ଼ି ରହିଛି ବୋଲି କୁହାଯାଉଛି ,ଧର୍ମଶାଳା ବ୍ଲକ ପ୍ରଶାସନ ହାତରେ ରହିଛି ସ୍ୱର୍ଗତ କଳ୍ପତରୁ ଦାସଙ୍କ ସମୟରେ ନିର୍ମିତ ହୋଇଥିବା ସଭାଗୃହ ଓ ଅତିଥିଶାଳା ଦାୟିତ୍ୱ ।  ସ୍ପୋର୍ଟସ ଆଣ୍ଡ କଲଚର କାଉନସିଲ ନାମକ ସଂସ୍ଥାକୁ ଏହାର ନିଲାମ ଦିଆଯାଇଥିଲା । ସରକାର ବଦଳିବା ପରେ ସଂପୃକ୍ତ ସଂସ୍ଥା ବ୍ଲକ ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରିଦେଇଛି । ନୂଆ ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେବାରୁ ଅନେକ ପ୍ରଶ୍ନ ଉଠିଛି  ।  ବିବାହ-ବ୍ରତ ପାଇଁ ସ୍ଥାନ ଅଭାବରୁ ଲୋକେ ହଇରାଣ ହେଉଥିବା ବେଳେ ଧର୍ମଶାଳା ବିଡିଓ ଗଣମାଧ୍ୟମରେ ମୁହଁ ଖୋଲିବାକୁ ନାରାଜ । ଅନ୍ୟପଟରେ ବ୍ଲକ ପ୍ରଶାସନ ପାଖରେ ଆବଶ୍ୟକ ମାନବସମ୍ବଳ ନଥିବାରୁ ଜିଲ୍ଳାପାଳଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି ବୋଲି ଅଫକ୍ୟାମେରାରେ ସୂଚନା ଦେଇଛନ୍ତି ବିଡିଓ ।

ଧର୍ମଶାଳା ଇଣ୍ଡୋର ହଲରେ ତାଲା :ହୋଇପାରୁନି ନିଲାମ ,ଜିଲ୍ଲାପାଳଙ୍କ ଅଫିସରେ ପଡି ରହିଛି ଫାଇଲ

କନକବ୍ୟୁରୋ : ଧର୍ମଶାଳା ବ୍ଲକ ଜାରକା ଷ୍ଟାଡିୟମ ପରିସରରେ ରହିଛି ବଡ ସଭାଗୃହ ଓ ଅତିଥିଶାଳା । ଲୋକଙ୍କ ଅବଶ୍ୟକତାକୁ ଦେଖି ପୂର୍ବ ସରକାର କୋଟିକୋଟି ଟଙ୍କା ବ୍ୟୟରେ ଦୁଇଟି ବଡ଼ ହଲ ନିର୍ମାଣ କରିଥିଲେ । ଗୋଟିଏ ଅତିଥିଶାଳା ମଧ୍ୟ ନିର୍ମାଣ କରିଛନ୍ତି । ସ୍ଥାନୀୟ ଲୋକ ଏହାକୁ ଭଡ଼ାରେ ନେଇ ବିବାହ, ବ୍ରତ ସହ ସଭାସମିତି କରିପାରିବେ । କିନ୍ତୁ ସରକାର ବଦଳିବା ପରଠୁ ସଭାଗୃହ ଗୁଡିକ ବନ୍ଦ ହୋଇ ପଡିରହିଛି  ।

 ଟେଣ୍ଡର ଫାଇଲ ଜିଲ୍ଲାପାଳଙ୍କ ଟେବୁଲରେ ପଡ଼ି ରହିଛି ବୋଲି କୁହାଯାଉଛି ,ଧର୍ମଶାଳା ବ୍ଲକ ପ୍ରଶାସନ ହାତରେ ରହିଛି ସ୍ୱର୍ଗତ କଳ୍ପତରୁ ଦାସଙ୍କ ସମୟରେ ନିର୍ମିତ ହୋଇଥିବା ସଭାଗୃହ ଓ ଅତିଥିଶାଳା ଦାୟିତ୍ୱ ।  ସ୍ପୋର୍ଟସ ଆଣ୍ଡ କଲଚର କାଉନସିଲ ନାମକ ସଂସ୍ଥାକୁ ଏହାର ନିଲାମ ଦିଆଯାଇଥିଲା ।

ସରକାର ବଦଳିବା ପରେ ସଂପୃକ୍ତ ସଂସ୍ଥା ବ୍ଲକ ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରିଦେଇଛି । ନୂଆ ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେବାରୁ ଅନେକ ପ୍ରଶ୍ନ ଉଠିଛି  ।  ବିବାହ-ବ୍ରତ ପାଇଁ ସ୍ଥାନ ଅଭାବରୁ ଲୋକେ ହଇରାଣ ହେଉଥିବା ବେଳେ ଧର୍ମଶାଳା ବିଡିଓ ଗଣମାଧ୍ୟମରେ ମୁହଁ ଖୋଲିବାକୁ ନାରାଜ । ଅନ୍ୟପଟରେ ବ୍ଲକ ପ୍ରଶାସନ ପାଖରେ ଆବଶ୍ୟକ ମାନବସମ୍ବଳ ନଥିବାରୁ ଜିଲ୍ଳାପାଳଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି ବୋଲି ଅଫକ୍ୟାମେରାରେ ସୂଚନା ଦେଇଛନ୍ତି ବିଡିଓ ।