ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଆଉ ଜଣେ ଅଭିଯୁକ୍ତଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
କଟକ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିନୟଭୂଷଣ ପଟ୍ଟନାୟକଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ। କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହେବେ ନାହିଁ ଅଭିଯୁକ୍ତ ବିନୟ ଭୂଷଣ ପଟ୍ଟନାୟକ।ଆକ୍ରମଣ ଘଟଣାରେ ତାଙ୍କ ନାଁ ଥାନାରେ ମାମଲା ହୋଇଥିଲା। ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ ହାଇକୋର୍ଟ। କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଚିତ୍ରପୁର ପଞ୍ଚାୟତ ସରପଞ୍ଚ ଦେବାଶିଷ ପଣ୍ଡା। ତେବେ ସେଦିନର ଏହି ପଞ୍ଚାୟତ ଅଞ୍ଚଳରେ ଆକ୍ରମଣ ଘଟିଥିଲା। ଯାଜପୁରର ମାଆ ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଗତ ୨୧ ତାରିଖରେ ଆନ୍ଦୋଳନ ସମୟରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ ଗିରଫ ହୋଇଥିଲେ ଭବ ପ୍ରସାଦ ଦାସ । ଯାଜପୁର ଟାଉନ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଭବଙ୍କ ନାମରେ ଆଉ ଏକାଧିକ ମାମଲା ଯୋଡା ଯାଇଥିଲା। ଏହି ଘଟଣାରେ ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।
କଟକ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିନୟଭୂଷଣ ପଟ୍ଟନାୟକଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ। କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ହେବେ ନାହିଁ ଅଭିଯୁକ୍ତ ବିନୟ ଭୂଷଣ ପଟ୍ଟନାୟକ।
ଆକ୍ରମଣ ଘଟଣାରେ ତାଙ୍କ ନାଁ ଥାନାରେ ମାମଲା ହୋଇଥିଲା। ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।
ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ ହାଇକୋର୍ଟ। କେଶ୍ ଡାଏରୀ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଗିରଫଦାରୀ ଭୟ ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଚିତ୍ରପୁର ପଞ୍ଚାୟତ ସରପଞ୍ଚ ଦେବାଶିଷ ପଣ୍ଡା। ତେବେ ସେଦିନର ଏହି ପଞ୍ଚାୟତ ଅଞ୍ଚଳରେ ଆକ୍ରମଣ ଘଟିଥିଲା।
ଯାଜପୁରର ମାଆ ବିରଜା ପରିକ୍ରମା ପ୍ରକଳ୍ପ ପାଇଁ ଗତ ୨୧ ତାରିଖରେ ଆନ୍ଦୋଳନ ସମୟରେ ହୋଇଥିବା ଧସ୍ତାଧସ୍ତି ଘଟଣାରେ ଗିରଫ ହୋଇଥିଲେ ଭବ ପ୍ରସାଦ ଦାସ । ଯାଜପୁର ଟାଉନ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଭବଙ୍କ ନାମରେ ଆଉ ଏକାଧିକ ମାମଲା ଯୋଡା ଯାଇଥିଲା। ଏହି ଘଟଣାରେ ସରପଞ୍ଚ ଦେବାଶିଷ ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।