ଧର୍ମଶାଳାରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ, ଯୁବ ଖେଳାଳିଙ୍କ ଉପରେ ଫୋକସ୍
ଧର୍ମଶାଳା ୦୭।୦୩ : ଗୁରୁବାରଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ୩-୧ରେ ସିରିଜ କବ୍ଜା କରିସାରିଥିବା ଭାରତ ପୂର୍ବଭଳି ଆଧିପତ୍ୟ ଜାରି ରଖି ଇତିହାସ ରଚିବାକୁ ଯୋଜନା କରିଛି । ସମୁଦ୍ର ପତନରୁ ୫୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ ବିଶ୍ୱର ସବୁଠୁ ସୁନ୍ଦର ଷ୍ଟାଡ଼ିୟମ୍ରେ ଟେଷ୍ଟ ଜିତି ଆନ୍ଥୋନି ଡି ମେଲୋ ଟ୍ରଫି ବଜାୟ ରଖିବାକୁ ରୋହିତ ବାହିନୀ ତତ୍ପର । ସେହିପରି ଇଂଲଣ୍ଡ ଆଉ ଏକ ବିଜୟ ସହ ସ୍ୱଦେଶ ଫେରିବାକୁ ଆଶାବାଦୀ ରହିଛି । ସିରିଜ ହାରି ସାରିଥିଲେ ହେଁ ଇଂଲଣ୍ଡ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ଥିବା ଅଧିନାୟକ ବେନ ଷ୍ଟୋକ୍ସ ସ୍ପଷ୍ଟ କରିଦେଇଛନ୍ତି । ଧର୍ମଶାଳାର ଏଚ୍ପିସିଏ ଗ୍ରାଉଣ୍ଡ ଦ୍ୱିତୀୟ ଥର ପାଇଁ ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । ପୂର୍ବରୁ ୨୦୧୬/୧୭ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳାଯାଇଥିଲା । ଭାରତ ଉକ୍ତ ମ୍ୟାଚ୍ ଜିତିଥିଲା । ଅଧିନାୟକ ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ଟ୍ରଫି ସହ ଶୀର୍ଷ ମାନ୍ୟତା ପାଇଁ ଟେଷ୍ଟ ଗଦା ମଧ୍ୟ ହାସଲ କରିଥିଲା । ଚଳିତ ସିରିଜରେ ପ୍ରଥମ ଥର ପାଇଁ ପେସ୍ ବୋଲରମାନେ ଫୋକସ୍କୁ ଆସିଛନ୍ତି । ଧର୍ମଶାଳାର ଥଣ୍ଡା ଜଳବାୟୁ ପେସ୍ ବୋଲରଙ୍କ ପାଇଁ ବେଶ୍ ଅନୁକୂଳ ରହିବ । ତେଣୁ ହିମାଳୟର ହିମଛାୟାରେ ମଧ୍ୟ ପେସ୍ ବୋଲରମାନେ ନିଆଁ ବର୍ଷା କରିବାକୁ ଅପେକ୍
ଧର୍ମଶାଳା ୦୭।୦୩ : ଗୁରୁବାରଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ୩-୧ରେ ସିରିଜ କବ୍ଜା କରିସାରିଥିବା ଭାରତ ପୂର୍ବଭଳି ଆଧିପତ୍ୟ ଜାରି ରଖି ଇତିହାସ ରଚିବାକୁ ଯୋଜନା କରିଛି । ସମୁଦ୍ର ପତନରୁ ୫୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ ବିଶ୍ୱର ସବୁଠୁ ସୁନ୍ଦର ଷ୍ଟାଡ଼ିୟମ୍ରେ ଟେଷ୍ଟ ଜିତି ଆନ୍ଥୋନି ଡି ମେଲୋ ଟ୍ରଫି ବଜାୟ ରଖିବାକୁ ରୋହିତ ବାହିନୀ ତତ୍ପର । ସେହିପରି ଇଂଲଣ୍ଡ ଆଉ ଏକ ବିଜୟ ସହ ସ୍ୱଦେଶ ଫେରିବାକୁ ଆଶାବାଦୀ ରହିଛି । ସିରିଜ ହାରି ସାରିଥିଲେ ହେଁ ଇଂଲଣ୍ଡ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ଥିବା ଅଧିନାୟକ ବେନ ଷ୍ଟୋକ୍ସ ସ୍ପଷ୍ଟ କରିଦେଇଛନ୍ତି ।
ଧର୍ମଶାଳାର ଏଚ୍ପିସିଏ ଗ୍ରାଉଣ୍ଡ ଦ୍ୱିତୀୟ ଥର ପାଇଁ ଟେଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । ପୂର୍ବରୁ ୨୦୧୬/୧୭ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳାଯାଇଥିଲା । ଭାରତ ଉକ୍ତ ମ୍ୟାଚ୍ ଜିତିଥିଲା । ଅଧିନାୟକ ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ ଟ୍ରଫି ସହ ଶୀର୍ଷ ମାନ୍ୟତା ପାଇଁ ଟେଷ୍ଟ ଗଦା ମଧ୍ୟ ହାସଲ କରିଥିଲା ।
ଚଳିତ ସିରିଜରେ ପ୍ରଥମ ଥର ପାଇଁ ପେସ୍ ବୋଲରମାନେ ଫୋକସ୍କୁ ଆସିଛନ୍ତି । ଧର୍ମଶାଳାର ଥଣ୍ଡା ଜଳବାୟୁ ପେସ୍ ବୋଲରଙ୍କ ପାଇଁ ବେଶ୍ ଅନୁକୂଳ ରହିବ । ତେଣୁ ହିମାଳୟର ହିମଛାୟାରେ ମଧ୍ୟ ପେସ୍ ବୋଲରମାନେ ନିଆଁ ବର୍ଷା କରିବାକୁ ଅପେକ୍ଷା କରି ରହିଛନ୍ତି । ଯଶପ୍ରୀତ ବୁମରା ଏକାଦଶକୁ ଫେରିଛନ୍ତି । ମହମ୍ମଦ ସିରାଜ ମଧ୍ୟ ପ୍ରସ୍ତୁତ ଅଛନ୍ତି । ୩ଜଣ ପେସ୍ ବୋଲର ନେଇ ଓହ୍ଲାଇବେ ବୋଲି ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ଅବସରରେ ସଙ୍କେତ ଦେଇଛନ୍ତି । ଇଂଲଣ୍ଡ ମଧ୍ୟ ‘ସୁପର ଫାଷ୍ଟ ଏକ୍ସପ୍ରେସ୍’ ମାର୍କ ଉଡ୍ଙ୍କୁ ଏକାଦଶରେ ସାମିଲ କରିଛି ।
ବେୟାରଷ୍ଟୋ, ଅଶ୍ୱିନଙ୍କ ପାଇଁ ସ୍ମରଣୀୟ । ଗୁରୁବାର ରବି ଚନ୍ଦ୍ରନ ଅଶ୍ୱିନ ଓ ଜନି ବେୟାରଷ୍ଟୋ ୧୦୦ତମ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ଉଭୟ ରବି ଚନ୍ଦ୍ରନ ଅଶ୍ୱିନ ଓ ଜନି ବେୟାରଷ୍ଟୋ ଆସନ୍ତା କାଲି ୧୦୦ତମ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ଅଶ୍ୱିନ ୧୪ତମ ଭାରତୀୟ ଓ ବେୟାରଷ୍ଟୋ ୧୭ତମ ଇଂଲଣ୍ଡ ଖେଳାଳି ଭାବେ ୧୦୦ଟେଷ୍ଟ କ୍ଲବ୍ରେ ସ୍ଥାନ ହାସଲ କରିବେ ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, ଶୁଭମନ ଗିଲ୍, ରଜତ ପାତିଦାର/ଦେବଦତ୍ତ ପାଡ଼ିକଲ, ସର୍ଫରାଜ ଖାନ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ଆର ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ।
ଇଂଲଣ୍ଡ: ଜ୍ୟାକ କ୍ରଲି, ବେନ ଡକେଟ୍, ଓଲି ପୋପ, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ(ଅଧିନାୟକ), ବେନ ଫୋକ୍ସ, ଟମ ହାର୍ଟଲି, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ, ସୋହେବ ବଶିର