ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭା ବନ୍ଦ କର: ହାଇକୋର୍ଟ
ପ୍ରୟାଗରାଜ,୩ା୭(ପି.ଟି.): ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭାଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି। ଏହା ବନ୍ଦ ନ ହେଲେ ଦିନେ ଦେଶର ସଂଖ୍ୟାବହୁଳ ସଂଖ୍ୟାଲଘୁରେ ପରିଣତ ହୋଇଯିବ ବୋଲି ଜଷ୍ଟିସ୍ ରୋହିତ ରଞ୍ଜନ ଅଗ୍ରଓ୍ବାଲଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଅନେକ ଲୋକଙ୍କୁ ଧର୍ମାନ୍ତରୀକରଣ କରାଇବାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କୈଳାସଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ଅବସରରେ ଖଣ୍ଡପୀଠ ଏହା କହିଛନ୍ତି। ପ୍ରଚାର ଅର୍ଥ ପ୍ରଚାର ପ୍ରସାର କରିବା। କିନ୍ତୁ ଏହାର ଅର୍ଥ ଗୋଟିଏ […] The post ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭା ବନ୍ଦ କର: ହାଇକୋର୍ଟ appeared first on Dharitri Odia News.
ପ୍ରୟାଗରାଜ,୩ା୭(ପି.ଟି.): ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭାଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ ବୋଲି ଆଲ୍ଲାହାବାଦ ହାଇକୋର୍ଟ କହିଛନ୍ତି। ଏହା ବନ୍ଦ ନ ହେଲେ ଦିନେ ଦେଶର ସଂଖ୍ୟାବହୁଳ ସଂଖ୍ୟାଲଘୁରେ ପରିଣତ ହୋଇଯିବ ବୋଲି ଜଷ୍ଟିସ୍ ରୋହିତ ରଞ୍ଜନ ଅଗ୍ରଓ୍ବାଲଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଅନେକ ଲୋକଙ୍କୁ ଧର୍ମାନ୍ତରୀକରଣ କରାଇବାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କୈଳାସଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ଅବସରରେ ଖଣ୍ଡପୀଠ ଏହା କହିଛନ୍ତି।
ପ୍ରଚାର ଅର୍ଥ ପ୍ରଚାର ପ୍ରସାର କରିବା। କିନ୍ତୁ ଏହାର ଅର୍ଥ ଗୋଟିଏ ଧର୍ମର ବ୍ୟକ୍ତିକୁ ଅନ୍ୟ ଧର୍ମରେ ପରିବର୍ତ୍ତନ କରିବା ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀ ତାଙ୍କ ପିଟିଶନରେ ଦର୍ଶାଇଥିଲେ, ତାଙ୍କ ଭାଇଙ୍କ ସମେତ ଗାଁରୁ କେତେଜଣକୁ ଦିଲ୍ଲୀରେ ଅନୁଷ୍ଠିତ ଏକ ଧର୍ମ ସମାବେଶକୁ ନିଆଯାଇ ସେମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ପରିବର୍ତ୍ତନ କରାଯାଇଥିଲା। ତାଙ୍କ ଭାଇ ଖ୍ରୀଷ୍ଟଧର୍ମ ନେବା ପରେ ଆଉ ଘରକୁ ଫେରୁ ନ ଥିବା ପିଟିଶନର ଦର୍ଶାଇଥିଲେ।
The post ଧର୍ମାନ୍ତରୀକରଣ ହେଉଥିବା ଧର୍ମସଭା ବନ୍ଦ କର: ହାଇକୋର୍ଟ appeared first on Dharitri Odia News.