ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବାକୁ ଆପଣଙ୍କୁ କିଏ ସାହସ ଦେଇଛି…..

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡା ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଜନସଭାରେ ପାଣ୍ଡିଆନ କହିଛନ୍ତି, ହାରିବା ଭୟରେ ଢେଙ୍କାନାଳ ଛାଡି ସମ୍ବଲପୁର ଚାଲି ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ୧୦ ବର୍ଷ କାଟିଲେ । ହେଲେ ହାରିଯିବା ଭୟରେ ଏବେ ସମ୍ବଲପୁର ପଳାଇଛନ୍ତି । ସେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି […]

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବାକୁ ଆପଣଙ୍କୁ କିଏ ସାହସ ଦେଇଛି…..
Pandian targets Dharmendra Pradhan from Bangomunda

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡା ନିର୍ବାଚନୀ ସଭାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଜନସଭାରେ ପାଣ୍ଡିଆନ କହିଛନ୍ତି, ହାରିବା ଭୟରେ ଢେଙ୍କାନାଳ ଛାଡି ସମ୍ବଲପୁର ଚାଲି ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ୧୦ ବର୍ଷ କାଟିଲେ । ହେଲେ ହାରିଯିବା ଭୟରେ ଏବେ ସମ୍ବଲପୁର ପଳାଇଛନ୍ତି । ସେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି । ଆପଣ ୱାଡମେମ୍ବର , ଜିଲ୍ଲା ପରିଷଦରେ ବି ଜିତି ପାରିଲେ ନାହିଁ । ଜନ୍ମମାଟିକୁ ଛାଡି ସମ୍ବଲପୁରକୁ ଆସିଛନ୍ତି। ଆପଣଙ୍କର ଔକାତ କ’ଣ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେବାକୁ । ଏମିତି ଅପମାନିତ କରିବାକୁ ଆପଣଙ୍କୁ କିଏ ସାହସ ଦେଇଛି ବୋଲି ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

କାର୍ତ୍ତିକ ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, ‘ଆପଣ ପ୍ରଧାନମନ୍ତ୍ରୀଙ୍କ କାନ୍ଧ ଉପରେ ବସି ନିର୍ବାଚନ ଲଢୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାନ୍ଧରୁ ଓହ୍ଲାଇ ପଡିଲେ, ଓଡ଼ିଶାବାସୀ ଆପଣଙ୍କୁ ଉଚିତ ପାଠ ପଢ଼ାଇବେ । ଓଡ଼ିଶାବାସୀ ଆପଣଙ୍କୁ ଶିଖାଇବେ ନବୀନ ବାବୁ କିଏ ଓ ଆପଣଙ୍କ ସ୍ଥାନ କେଉଁଠି ।  ଦମ ଅଛି ତ କୁହନ୍ତୁ ଆସନ୍ତାକାଲି ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜେପି କେତେ ପ୍ରତିଶତ ଆସନ ଜିତିବ। ବିଜେଡି ପ୍ରଥମ ପର୍ଯ୍ୟାୟରେ ୨୪ରୁ ଅଧିକ ଆସନ ଜିତିବ। ଓଡ଼ିଶାବାସୀ ବିାଜପିକୁ ପ୍ରଥମ ପର୍ଯ୍ୟାୟରୁ ଉଚିତ ଜବାବ ଦେବା ଆରମ୍ଭ କରିବେ ବୋଲି ମଧ୍ୟ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।