ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ…

ଭୁବନେଶ୍ୱର, ୨୬।୧୦(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁ ମଧ୍ୟ ରହିଛି। ସେହିପରି ସମ୍ବଲପୁର ଲୋକ ସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରହିଛି। ତାଲିକାର ୧୨ ନମ୍ବର ସ୍ଥାନରେ ତାଙ୍କ ନାଁ ରହିଛି। […] The post ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ… appeared first on Dharitri Odia News.

ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ…

ଭୁବନେଶ୍ୱର, ୨୬।୧୦(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁ ମଧ୍ୟ ରହିଛି। ସେହିପରି ସମ୍ବଲପୁର ଲୋକ ସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରହିଛି। ତାଲିକାର ୧୨ ନମ୍ବର ସ୍ଥାନରେ ତାଙ୍କ ନାଁ ରହିଛି। ଷ୍ଟାର ପ୍ରଚାରକ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼ଖଣ୍ଡ ଗସ୍ତ କରିଥିଲେ। ବର୍ତ୍ତମାନ ଭାଜପା ତାଙ୍କୁ ବିଧିବଦ୍ଧ ଭାବେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। ଦଳ ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ୧୭ ନମ୍ବର ସ୍ଥାନରେ ଅଛନ୍ତି। ଓଡ଼ିଶା ସୀମାନ୍ତକୁ ଝାଡ଼ଖଣ୍ତ ରାଜ୍ୟ ଲାଗିଛି। ଝାଡ଼ଖଣ୍ଡର ଷଢ଼େଇକଳା ଓ ଜାମଶେଦପୁର ଭଳି ଅନେକ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀ ଲୋକ ରହୁଛନ୍ତି। ସେମାନଙ୍କ ଭୋଟ ନିଜ ସପକ୍ଷରେ ନେବା ଲାଗି ଭାଜପା ମୋହନ ମାଝୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି। ରାଜ୍ୟରୁ ଅନ୍ୟ କୌଣସି ନେତାଙ୍କ ନାଁ ଏହି ତାଲିକାରେ ନାହଁି।

The post ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ… appeared first on Dharitri Odia News.