ଧାନ କିଣା ବେଳେ ଆଉ ହୋଇପାରିବନି କଟନି ଛଟନି

ଆଉ ହେବନି କଟନି ଛଟନି। ଚଳିତ ଖରିଫ ଋତୁରେ ଧାନ କିଣା ବେଳେ ମଣ୍ଡି ଏବଂ ଲ୍ୟାମ୍ପସରେ ଲାଗିବ କ୍ବାଲିଟି ଆନାଲାଇଜର ମେସିନ୍। କ୍ବିଣ୍ଟାଲ ପିଛା 31 ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣିବାକୁ ସ୍ଥିର କରିବା ପରେ ନିର୍ଧାରିତ ମାନର ଧାନ ସଂଗ୍ରହ ପାଇଁ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି ରାଜ୍ୟ ସରକାର।

ଧାନ କିଣା ବେଳେ ଆଉ ହୋଇପାରିବନି କଟନି ଛଟନି

ରାଜ୍ୟ ସରକାର ଚାଷୀଙ୍କଠୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ କିଣିବାକୁ ସ୍ଥିର କରିବା ପରେ ଏଥିରେ ସ୍ବଚ୍ଛତା ଆଣିବାକୁ ଆପଣେଇବାକୁ ଯାଉଛନ୍ତି ନୂଆ ବ୍ୟବସ୍ଥା। ଚଳିତ ଖରିଫ ଋତୁରୁ ପ୍ରଥମ ଥର ପାଇଁ ପ୍ରତି ମଣ୍ଡି, ପ୍ୟାକ୍ସ ଓ ଲ୍ୟାମ୍ପସରେ କ୍ବାଲିଟି ଆନାଲାଇଜର ମେସିନ୍ ବସାଇବାକୁ ସ୍ଥିର କରିଛି ଯୋଗାଣ ବିଭାଗ । ଯାହାଦ୍ବାରା ମିଲର ମାନେ ଆଉ ମନ ଇଚ୍ଛା ଧାନର ମାନ ନିର୍ଦ୍ଧାରଣ କରି କଟନି ଛଟନି କରି ପାରିବେନି । ଚାଷୀ ବି ନିର୍ଦ୍ଧାରିତ ଏଫଏକ୍ୟୁ ମାନର ଧାନ ବିକି ଉଚିତ୍ ମୂଲ୍ୟ ପାଇବ । ବିଭିନ୍ନ ସ୍ଥାନରେ ଚାଷୀ, ସରକାରଙ୍କ ଏ ନୂଆ ବ୍ୟବସ୍ଥାକୁ ସ୍ବାଗତ କରିଥିଲା ବେଳେ ବରଗଡ଼ ଜିଲ୍ଲାରୁ କିନ୍ତୁ ଆସିଛି ଭିନ୍ନମତ । ଚାଷୀନେତାଙ୍କ ଅଭିଯୋଗ ଏହାଦ୍ବାରା କେବଳ ଏଫଏକ୍ୟୁ ମାନର ଧାନ ସଂଗ୍ରହର ବ୍ୟବସ୍ଥା ଥିବାରୁ ତାଠୁ କମ୍ ମାନର ଚାଷୀ ଧାନବିକ୍ରିରେ ସମସ୍ୟାର ସମ୍ମୁଖୀନ ହେବେ ।