ଧାନ କିଣାବିକାରେ ଅବ୍ୟବସ୍ଥା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାଷୀଙ୍କ ଧାରଣା

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ତାଙ୍କ ଏହି ଗସ୍ତରେ ସୋହେଲା ବ୍ଲକ ଇଚ୍ଛାପୁରରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଲେଖାଏ ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଜିଲାର ଚାଷୀମାନେ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ଲାଗି ରହିଥିବା ଅବ୍ୟବସ୍ଥାର ପ୍ରତିବାଦ କରିଛନ୍ତି। ଏହି କ୍ରମରେ ଶନିବାର ପୂର୍ବାହ୍ନ […] The post ଧାନ କିଣାବିକାରେ ଅବ୍ୟବସ୍ଥା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାଷୀଙ୍କ ଧାରଣା appeared first on Dharitri Odia News.

ଧାନ କିଣାବିକାରେ ଅବ୍ୟବସ୍ଥା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାଷୀଙ୍କ ଧାରଣା

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ତାଙ୍କ ଏହି ଗସ୍ତରେ ସୋହେଲା ବ୍ଲକ ଇଚ୍ଛାପୁରରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଲେଖାଏ ଇନ୍‌ପୁଟ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଜିଲାର ଚାଷୀମାନେ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ଲାଗି ରହିଥିବା ଅବ୍ୟବସ୍ଥାର ପ୍ରତିବାଦ କରିଛନ୍ତି। ଏହି କ୍ରମରେ ଶନିବାର ପୂର୍ବାହ୍ନ ୧୦ଟାରୁ ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ନେତୃତ୍ୱରେ ବରଗଡ଼ ଗାନ୍ଧିଛକସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ଦେଇଛନ୍ତି। ଛତିଶଗଡ଼ ଧାନମଣ୍ଡିଗୁଡ଼ିକରେ ବିନା ଡିଜିଟାଲ ଏନାଇଜର ମେଶିନ ବ୍ୟବହାରରେ ସୁରୁଖୁରୁରେ ଧାନ ସଂଗ୍ରହ ଚାଲିଛି। କିନ୍ତୁ ଓଡ଼ିଶାର ଧାନମଣ୍ଡିଗୁଡ଼ିକରେ ଏଥର କାହା ସ୍ବାର୍ଥରେ ପ୍ରଥମଥର ପାଇଁ ଜିଜିଟାଲ ଏନାଲାଇଜର ମେଶିନ ବସାଯାଇଛି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିକୁ କ୍ଷମତାଶୂନ୍ୟ କରି ଦିଆଯାଇ ଥିବାବେଳେ ମିଲର୍ସଙ୍କ ମର୍ଜିରେ କଟ୍‌ନିଛଟନି ହୋଇ ଧାନ କିଣାବିକା ଚାଲିଛି ବୋଲି ଚାଷୀ ସଂଗଠନ ଅଭିଯୋଗ କରିଛି। ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ କେଉଁ ପଦକ୍ଷେପ ନେବେ, ବରଗଡ଼ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ତାର ଜବାବ ରଖନ୍ତୁ ବୋଲି ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ଆହ୍ବାନ କରିଛି। ବରିଷ୍ଠ ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ଜୟ କିଷାନ ଆନ୍ଦୋଳନର ସଭାପତି ସୁଶୀଲ ସାହୁ, ସମ୍ପାଦକ ହର ବଣିଆଁ ପ୍ରମୁଖ ଧାରଣାରେ ନେତୃତ୍ୱ ନେଇଥିଲେ।

The post ଧାନ କିଣାବିକାରେ ଅବ୍ୟବସ୍ଥା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାଷୀଙ୍କ ଧାରଣା appeared first on Dharitri Odia News.