ଧାନ ଚୋରାଚାଲାଣ: ୨ ଧାନ ଗାଡ଼ି ଜବତ

ରିଷିଡ଼ା,୨ା୬(ସୁଶାନ୍ତ ମଲ୍ଲିକ): ବଲାଙ୍ଗୀର ପଟୁ କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ଅଞ୍ଚଳକୁ ଆସୁଥିବା ଦୁଇଟି ଧାନ ବୋଝେଇ ଗାଡ଼ିକୁ ଜିଲା ସ୍କାଡ୍‌ ଟିମ୍‌ ଜବତ କରିଥିବା ଜଣାଯାଇଛି। କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଏସିଏସ୍‌ଓ ବିଘ୍ନରାଜ ମହାପାତ୍ର, କର୍ଲାମୁଣ୍ଡା ଯୋଗାଣ ନିରୀକ୍ଷକ ସ୍ମତିରଞ୍ଜନ ଜେନା, ନର୍ଲା ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ଶ୍ରୀଚନ୍ଦନ, ଏସିଏସ୍‌ଓ ଧୂମାରାମ ମୁର୍ମୁ, କେସିଙ୍ଗା ଯୋଗାଣ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁଙ୍କୁ ନେଇ ଦୁଇଟି ଟିମ୍‌ କରାଯାଇଥିଲା। ସେମାନେ ଗଜବାହାଲଠାରେ ଏକ ୪୦୭ […] The post ଧାନ ଚୋରାଚାଲାଣ: ୨ ଧାନ ଗାଡ଼ି ଜବତ appeared first on Dharitri Odia News.

ଧାନ ଚୋରାଚାଲାଣ: ୨ ଧାନ ଗାଡ଼ି ଜବତ

ରିଷିଡ଼ା,୨ା୬(ସୁଶାନ୍ତ ମଲ୍ଲିକ): ବଲାଙ୍ଗୀର ପଟୁ କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ଅଞ୍ଚଳକୁ ଆସୁଥିବା ଦୁଇଟି ଧାନ ବୋଝେଇ ଗାଡ଼ିକୁ ଜିଲା ସ୍କାଡ୍‌ ଟିମ୍‌ ଜବତ କରିଥିବା ଜଣାଯାଇଛି। କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଏସିଏସ୍‌ଓ ବିଘ୍ନରାଜ ମହାପାତ୍ର, କର୍ଲାମୁଣ୍ଡା ଯୋଗାଣ ନିରୀକ୍ଷକ ସ୍ମତିରଞ୍ଜନ ଜେନା, ନର୍ଲା ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ଶ୍ରୀଚନ୍ଦନ, ଏସିଏସ୍‌ଓ ଧୂମାରାମ ମୁର୍ମୁ, କେସିଙ୍ଗା ଯୋଗାଣ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁଙ୍କୁ ନେଇ ଦୁଇଟି ଟିମ୍‌ କରାଯାଇଥିଲା। ସେମାନେ ଗଜବାହାଲଠାରେ ଏକ ୪୦୭ ପିକଅପ୍‌ (ଓଆର ଜିରୋ ୩ଜି ୩୯୫୧)କୁ ଜବତ କରିଥିଲେ। ସେହି ଗାଡ଼ିରେ ୪୦କୁଣ୍ଟାଲ ୯୫ କେଜି ଧାନ (୧୧୦ ବ୍ୟାଗ) ଥିବା ଜଣାପଡ଼ିଥିଲା। ଏହି ଧାନକୁ ବର୍ତ୍ତମାନ ସମଲେଶ୍ୱରୀ ଫୁଡ୍‌ ପ୍ରଡକ୍ଟ ଧଅଁରାଖମନ ଠାରେ ଜିମା ଦିଆଯାଇଛି। ସେହିପରି ଏକ ଟ୍ରକ୍‌ ( ନଂ ସିଜି ଜିରୋ ୪ ଏନ ଓ୍ବାଇ ୫୦୯୮)କୁ ଜବତ କରି ସେଠାରେ ଥିବା ୧୭୧ କୁଇଣ୍ଟାଲ ୨୨ କେଜି (୪୫୫ ବ୍ୟାଗ)କୁ ଜଗଦମ୍ବା ରାଇସମିଲ ପରମାନନ୍ଦପୁରଠାରେ ଜିମା ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏହି ଧାନ କେଉଁଠିକୁ ଯାଥିଲା ତାର ସୂଚନା ମିଳି ନ ଥିବାରୁ ଜିଲାପାଳ ଏହାର ତଦନ୍ତ କରିବାକୁ ଦାବି ହେଉଛି।

The post ଧାନ ଚୋରାଚାଲାଣ: ୨ ଧାନ ଗାଡ଼ି ଜବତ appeared first on Dharitri Odia News.