ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ

କର୍ଲାମୁଣ୍ଡା:୧୩।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଚାଲିଥିବା ରେଗଡ଼ା ମଣ୍ଡିରେ ଚାଷୀ ଧାନ ବିକ୍ରି କରିବାର ଦୀର୍ଘ ଦିନ ପରେ ମଧ୍ୟ ପ୍ରାପ୍ୟ ମିଳୁ ନ ଥିବା ଅଭିଯୋଗ କରି ସୋମବାର ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିଲେ। ଧାରଣାର ଦୀର୍ଘ ଘଣ୍ଟା ପରେ ପ୍ରଶାସନ ପକ୍ଷରୁ କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ, ଏଆରସିଏସ୍‌ ମଧୁସୂଦନ ମେହେର ଧାରଣା […] The post ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ appeared first on Dharitri Odia News.

ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ

କର୍ଲାମୁଣ୍ଡା:୧୩।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଚାଲିଥିବା ରେଗଡ଼ା ମଣ୍ଡିରେ ଚାଷୀ ଧାନ ବିକ୍ରି କରିବାର ଦୀର୍ଘ ଦିନ ପରେ ମଧ୍ୟ ପ୍ରାପ୍ୟ ମିଳୁ ନ ଥିବା ଅଭିଯୋଗ କରି ସୋମବାର ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଥିଲେ।

ଧାରଣାର ଦୀର୍ଘ ଘଣ୍ଟା ପରେ ପ୍ରଶାସନ ପକ୍ଷରୁ କର୍ଲାମୁଣ୍ଡା ତହସିଲଦାର ଅରୁଣ ବର୍ଗେ, ଏଆରସିଏସ୍‌ ମଧୁସୂଦନ ମେହେର ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏପରିକି ଚାଷୀଙ୍କୁ ପ୍ରାପ୍ୟ ପାଇବା ଦିଗରେ ସମସ୍ତ ପ୍ରକାର ସହଯୋଗ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଧାରଣାରୁ ପ୍ରତ୍ୟାହୃତ ହୋଇଥିଲେ।

ଆନ୍ଦୋଳନରେ ସମବାୟ ସମିତି ସଭାପତି ଦେବରାଜ ରଣାଙ୍କ ସମେତ ଚାଷୀ ଉସାଧର ସାହୁ, ଲବ ସାହୁ, ତରୁଣ ସାହୁ, ନୀରନ୍‌ ସାହୁ, ସୁରେଶ ବାଗ, ବାସନ୍ତୀ ବାଗଙ୍କ ସହ ଅଞ୍ଚଳର ଅନ୍ୟ ଚାଷୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ରେଗଡା ଧାନ ମଣ୍ଡିରେ ଚାଷୀମାନେ ଡିସେମ୍ବର ମାସରେ ଧାନ ବିକ୍ରି କରିଥିଲେ। କେତେକ ଚାଷୀ ଇନ୍‌ପୁଟ ସହାୟତା ପାଇଥିବା ବେଳେ ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୨୩୦୦ଟଙ୍କା ବର୍ତ୍ତମାନ ସୁଦ୍ଧା ପାଇ ନ ଥିବା ଲିଖିତ ଭାବେ ଅଭିଯୋଗ କରିଛନ୍ତି।

The post ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ appeared first on Dharitri Odia News.