ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୯ରେ ଖୋଲିଛି ଧାନ ମଣ୍ଡି। ହେଲେ ଏବେଯାଏ ଆରମ୍ଭ ହୋଇପାରିନି ଧାନ ସଂଗ୍ରହ ପ୍ରକ୍ରିୟା। ଚଳିତବର୍ଷ ପ୍ରଥମଥର ପାଇଁ ଚାଷୀ କୁଇଣ୍ଟାଲ ୩୧୦୦ ଟଙ୍କାରେ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକିବେ। ଏଥିପାଇଁ ସେମାନେ ବେଶ ଉତ୍ସାହିତ ରହିଛନ୍ତି। ଏପରି ସମୟରେ ଦେଖାଦେଇଛି ଟୋକନ ସମସ୍ୟା। ଚାଷୀମାନେ ଗତ ନଭେମ୍ବରରୁ ଧାନ ଅମଳ କରି ଖଳାରେ ଗଦା କରି ରଖିଛନ୍ତି। ଧାନ ବିକିବା […] The post ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ appeared first on Dharitri Odia News.

ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୯ରେ ଖୋଲିଛି ଧାନ ମଣ୍ଡି। ହେଲେ ଏବେଯାଏ ଆରମ୍ଭ ହୋଇପାରିନି ଧାନ ସଂଗ୍ରହ ପ୍ରକ୍ରିୟା। ଚଳିତବର୍ଷ ପ୍ରଥମଥର ପାଇଁ ଚାଷୀ କୁଇଣ୍ଟାଲ ୩୧୦୦ ଟଙ୍କାରେ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକିବେ। ଏଥିପାଇଁ ସେମାନେ ବେଶ ଉତ୍ସାହିତ ରହିଛନ୍ତି। ଏପରି ସମୟରେ ଦେଖାଦେଇଛି ଟୋକନ ସମସ୍ୟା। ଚାଷୀମାନେ ଗତ ନଭେମ୍ବରରୁ ଧାନ ଅମଳ କରି ଖଳାରେ ଗଦା କରି ରଖିଛନ୍ତି। ଧାନ ବିକିବା ପାଇଁ ସେମାନେ ସଜବାଜ ହେଉଥିବା ସମୟରେ ଟୋକନ ସମସ୍ୟା ଚିନ୍ତାରେ ପକାଇଛି। ଖରିଫ ଧାନ ବିକ୍ରି କରିବା ପାଇଁ ଗତ ମେ’ ମାସରେ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତିରେ ପଞ୍ଜିକରଣ କରିଥିଲେ। ଏହି ସମୟରେ ଯେଉଁ ତାରିଖ ମଧ୍ୟରେ ଧାନ ବିକ୍ରି କରିବାକ ସେମାନେ ଲେଖିଥିଲେ ଏବେ ମୋବାଇଲକୁ ମେସେଜ ଆସିଲା ବେଳକୁ ସେହି ତାରିଖ କିମ୍ବା ମାସ ଆସି ନ ଥିବା ଦେଖିବାକୁ ମିଳିଛି। ଧାନ ବିକ୍ରି ଟୋକନ ତାରିଖ ସବୁ ବହୁ ଦୂରକୁ ଚାଲିଯାଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି। ଚାଷୀମାନେ ଡିସେମ୍ବର ପ୍ରଥମ ସପ୍ତାହରେ ଧାନ ବିକ୍ରି କରିବା ପାଇଁ ଫର୍ମ ପୂରଣ କରିଥିବାବେଳେ ଏବେ ସେମାନଙ୍କ ଟୋକନ ଜାନୁଆରୀ,ଫେବୃଆରୀ ଓ ମାର୍ଚ୍ଚ ମାସରେ ବିକ୍ରି ପାଇଁ ଟୋକନରେ ତାରିଖ ଉଲ୍ଲେଖ ରହିଛି। ଫଳରେ ଚାଷୀ ଧାନ ବିକିବା ସମ୍ଭବ ହୋଇପାରୁ ନାହିଁ। ବର୍ତ୍ତମାନ ଅମଳ ଧାନକୁ କେତେଦିନ ଖଳାରେ ରଖି ରାତି ଅନିଦ୍ରା ହୋଇ ଜଗିବସିବେ ସେହି ଚିନ୍ତା ଘାରିଛି। ଏାହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।

The post ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ appeared first on Dharitri Odia News.