ଧାନକିଣା ଅବ୍ୟବସ୍ଥା ଅଭିଯୋଗ ଆଣିଥିଲେ ଚାଷୀ
ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହରେ ଦେଖାଯାଇଥିବା ଅବ୍ୟବସ୍ଥା ନେଇ ଅସନ୍ତୋଷ ଲାଗି ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ମଣ୍ଡିରେ ବିଭିନ୍ନ ଆଳ ଦେଖାଇ ତାକୁ କ୍ରୟ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ଏହି କ୍ରମରେ ସୋମବାର ଜିଲାର ଭେଡେନ ବ୍ଳକ ଅନ୍ତର୍ଗତ ବହଲପାଲି ଗ୍ରାମର ଚାଷୀମାନେ ଧାନ ଉଠାଣ ଦାବି ନେଇ ମୁଖ୍ୟ ଜିଲା ଯୋଗାଣ […] The post ଧାନକିଣା ଅବ୍ୟବସ୍ଥା ଅଭିଯୋଗ ଆଣିଥିଲେ ଚାଷୀ appeared first on Dharitri Odia News.
ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହରେ ଦେଖାଯାଇଥିବା ଅବ୍ୟବସ୍ଥା ନେଇ ଅସନ୍ତୋଷ ଲାଗି ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ମଣ୍ଡିରେ ବିଭିନ୍ନ ଆଳ ଦେଖାଇ ତାକୁ କ୍ରୟ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି।
ଏହି କ୍ରମରେ ସୋମବାର ଜିଲାର ଭେଡେନ ବ୍ଳକ ଅନ୍ତର୍ଗତ ବହଲପାଲି ଗ୍ରାମର ଚାଷୀମାନେ ଧାନ ଉଠାଣ ଦାବି ନେଇ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ। ସେଠାରେ ଉପସ୍ଥିତ ଜଣେ ସହକାରୀ ଯୋଗାଣ ଅଧିକାରୀ (ଏସିଏସଓ)ଙ୍କଠାରେ ସେମାନେ ଦାବି ଉପସ୍ଥାପନ କରିଥିଲେ। ଏହି ସମୟରେ ଏସିଏସଓ ତାଙ୍କ ନିଜ ମୋବାଇଲରେ ଚାଷୀମାନଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
The post ଧାନକିଣା ଅବ୍ୟବସ୍ଥା ଅଭିଯୋଗ ଆଣିଥିଲେ ଚାଷୀ appeared first on Dharitri Odia News.