ଧାନକ୍ରୟ କେନ୍ଦ୍ର ବଦଳି ପ୍ରତିବାଦ, ଜିଲ୍ଲାପାଳଙ୍କୁ ଚାଷୀ ଦେଲେ ଦାବିପତ୍ର

ବିନିକା ୭।୧୨: ଆକ୍ରୋଶ ମନୋଭାବ ନେଇ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଧାନ ମଣ୍ଡିରେ ଚଳିତ ବର୍ଷ ଧାନ ବିକ୍ରି ବନ୍ଦ ହେବାରୁ ଅଞ୍ଚଳର ଚାଷୀ ମାନେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଝାରବାହାଲି ଗ୍ରାମଠାରେ ଆଖପାଖ ଗ୍ରାମର ଚାଷୀ ମାନଙ୍କ ଧାନ ବିକ୍ରୀ ସୁବିଧା ପାଈଁ ଶ୍ରୀକୃଷ୍ଣ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଧାନ କ୍ରୟ କେନ୍ଦ୍ର ଖୋଲାଯାଇଥିଲା l କିନ୍ତୁ ଚଳିତ ବର୍ଷ ଆକ୍ରୋଶ ମୂଳକ ଭାବରେ ଧାନ କ୍ରୟ ବନ୍ଦ କରିବାରୁ ସେହି ଧାନ ମଣ୍ଡିରେ ବିକ୍ରି କରୁଥିବା ଚାଷୀ ମାନେ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଶ୍ରୀକୃଷ୍ଣ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଧାନ କ୍ରୟ କେନ୍ଦ୍ରଠାରେ ଧାନ ବିକ୍ରି କରିବା ପାଇଁ ପୂର୍ବରୁ ସମସ୍ତ କାଗଜପତ୍ର ଦେଇ ପଞ୍ଜିକରଣ କରିଛନ୍ତି l କିନ୍ତୁ ଏବେ ଧାନ ଅମଳ ହେବା ପରେ ଧାନ ବିକ୍ରି ସମୟରେ ହଠାତ ଧାନ ମଣ୍ଡିକୁ କାଟି ଚଡେଇପଙ୍କ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନ ବିକ୍ରି କରିବେ ବୋଲି ଚାଷୀ ମାନଙ୍କୁ ଖବର ଦିଆଯାଇଛି l ଆମେ ଆମ ଧାନ ଫସଲ ଅମଳ କରି ସାରିଛୁ ଆମକୁ ଏହି ଠାରେ ବିକ୍ରି କରିବାର ସୁଯୋଗ ଦିଆଯାଉ ।You Can Read:ଶନିବାର ଲୋକାର୍ପିତ ହେବ କଟକ ରେଳ ଷ୍ଟେସନ ପୂର୍ବ ଫାଟକ, ଏକକାଳୀନ ବସିପାରିବେ ୨ ଶହରୁ ଉର୍ଦ୍ଧ୍ବ ଯାତ୍ରୀ  

ଧାନକ୍ରୟ କେନ୍ଦ୍ର ବଦଳି ପ୍ରତିବାଦ, ଜିଲ୍ଲାପାଳଙ୍କୁ ଚାଷୀ ଦେଲେ ଦାବିପତ୍ର

ବିନିକା ୭।୧୨: ଆକ୍ରୋଶ ମନୋଭାବ ନେଇ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଧାନ ମଣ୍ଡିରେ ଚଳିତ ବର୍ଷ ଧାନ ବିକ୍ରି ବନ୍ଦ ହେବାରୁ ଅଞ୍ଚଳର ଚାଷୀ ମାନେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଝାରବାହାଲି ଗ୍ରାମଠାରେ ଆଖପାଖ ଗ୍ରାମର ଚାଷୀ ମାନଙ୍କ ଧାନ ବିକ୍ରୀ ସୁବିଧା ପାଈଁ ଶ୍ରୀକୃଷ୍ଣ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଧାନ କ୍ରୟ କେନ୍ଦ୍ର ଖୋଲାଯାଇଥିଲା l କିନ୍ତୁ ଚଳିତ ବର୍ଷ ଆକ୍ରୋଶ ମୂଳକ ଭାବରେ ଧାନ କ୍ରୟ ବନ୍ଦ କରିବାରୁ ସେହି ଧାନ ମଣ୍ଡିରେ ବିକ୍ରି କରୁଥିବା ଚାଷୀ ମାନେ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଶ୍ରୀକୃଷ୍ଣ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଧାନ କ୍ରୟ କେନ୍ଦ୍ରଠାରେ ଧାନ ବିକ୍ରି କରିବା ପାଇଁ ପୂର୍ବରୁ ସମସ୍ତ କାଗଜପତ୍ର ଦେଇ ପଞ୍ଜିକରଣ କରିଛନ୍ତି l କିନ୍ତୁ ଏବେ ଧାନ ଅମଳ ହେବା ପରେ ଧାନ ବିକ୍ରି ସମୟରେ ହଠାତ ଧାନ ମଣ୍ଡିକୁ କାଟି ଚଡେଇପଙ୍କ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଧାନ ବିକ୍ରି କରିବେ ବୋଲି ଚାଷୀ ମାନଙ୍କୁ ଖବର ଦିଆଯାଇଛି l ଆମେ ଆମ ଧାନ ଫସଲ ଅମଳ କରି ସାରିଛୁ ଆମକୁ ଏହି ଠାରେ ବିକ୍ରି କରିବାର ସୁଯୋଗ ଦିଆଯାଉ ।


You Can Read:

ଶନିବାର ଲୋକାର୍ପିତ ହେବ କଟକ ରେଳ ଷ୍ଟେସନ ପୂର୍ବ ଫାଟକ, ଏକକାଳୀନ ବସିପାରିବେ ୨ ଶହରୁ ଉର୍ଦ୍ଧ୍ବ ଯାତ୍ରୀ