ଧାନବିଲରେ ପଡ଼ିଛି ହାତୀର ମୃତଦେହ
ବଇଣ୍ଡା,୧୩ା୧୦(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ପୁଣି ଏକ ମାଈହାତୀର ମୃତ ହୋଇଛି। ମାଧପୁର ରେଞ୍ଜ ଶଙ୍ଖାମାଳ ଗ୍ରାମରେ ଏକ ମାଈହାତୀର ମୃତ୍ୟୁ ହୋଇଥିବା ରବିବାର ସକାଳେ ବନ ବିଭାଗ ଠାବ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ହାତୀର କିଭଳି ମୃତ୍ୟୁ ହୋଇଛି ତାହା ଜଣା ପଡ଼ିଥିବା ବେଳେ ବିଦ୍ୟୁତ୍ ଫାଶ ଲାଗି ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଆଠମଲ୍ଲିକ ବନଖଣ୍ଡରେ ଅନେକ ସମୟରେ ହାତୀଙ୍କ ମୃତ୍ୟୁ ସମ୍ନାକୁ ଆସୁଥିବା ବେଳେ ବନ ବିଭାଗ କିନ୍ତୁ […] The post ଧାନବିଲରେ ପଡ଼ିଛି ହାତୀର ମୃତଦେହ appeared first on Dharitri Odia News.
ବଇଣ୍ଡା,୧୩ା୧୦(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ପୁଣି ଏକ ମାଈହାତୀର ମୃତ ହୋଇଛି। ମାଧପୁର ରେଞ୍ଜ ଶଙ୍ଖାମାଳ ଗ୍ରାମରେ ଏକ ମାଈହାତୀର ମୃତ୍ୟୁ ହୋଇଥିବା ରବିବାର ସକାଳେ ବନ ବିଭାଗ ଠାବ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ହାତୀର କିଭଳି ମୃତ୍ୟୁ ହୋଇଛି ତାହା ଜଣା ପଡ଼ିଥିବା ବେଳେ ବିଦ୍ୟୁତ୍ ଫାଶ ଲାଗି ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଆଠମଲ୍ଲିକ ବନଖଣ୍ଡରେ ଅନେକ ସମୟରେ ହାତୀଙ୍କ ମୃତ୍ୟୁ ସମ୍ନାକୁ ଆସୁଥିବା ବେଳେ ବନ ବିଭାଗ କିନ୍ତୁ ସଠିକ୍ ଦୃଷ୍ଟି ଦେଉ ନ ଥିବା ଓ ଶିକାରୀମାନଙ୍କ ସହିତ କର୍ମଚାରୀମାନେ ଉତ୍ତମ ସମ୍ପର୍କ ରଖି ସେମାନଙ୍କୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛ। ବର୍ତ୍ତମାନ ଘଟଣାସ୍ଥଳରେ ବନଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ୬ ବର୍ଷ ଭିତରେ ଏହି ଅଞ୍ଚଳରେ ପୂର୍ବରୁ ୬ଟି ହାତୀଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ବନ ବିଭାଗ ଏଥିରେ ରୋକ୍ ଲଗେଇ ପାରୁନି।
The post ଧାନବିଲରେ ପଡ଼ିଛି ହାତୀର ମୃତଦେହ appeared first on Dharitri Odia News.